Advertisment

କଟକଣା ଲାଗି ସମୁଦ୍ରକୁ ଯାଉନାହାନ୍ତି ମତ୍ସ୍ୟଜୀବୀ: ଚଳିବାରେ ଅସୁବିଧା ହେଉଥିବା ନେଇ କଲେ ଅଭିଯୋଗ

ସଙ୍କଟରେ ମତ୍ସ୍ୟଜୀବୀ ପରିବାର। ମାଛ ଧରା କଟକଣା ଯୋଗୁଁ ହାତ ବାନ୍ଧି ବସିଛନ୍ତି ଧିବର ପରିବାର। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି  କେନ୍ଦ୍ରାପଡ଼ା ରାଜନଗର ଡିଆପାରି ଗାଁରେ। ଯେଉଁଠି ରାତି ପାହିଲେ ସମୁଦ୍ରକୁ ମାଛ ଧରିବା ପାଇଁ ଯାଇଥାନ୍ତି ମତ୍ସ୍ୟଜୀବୀ, ଆଜି ସେଠାରେ ସବୁ କିଛି ନିଶୁନ ଲାଗୁଛି।

ଅଦ୍ୟତନ ହୋଇଛି
କଟକଣା ଲାଗି ସମୁଦ୍ରକୁ ଯାଉନାହାନ୍ତି ମତ୍ସ୍ୟଜୀବୀ: ଚଳିବାରେ ଅସୁବିଧା ହେଉଥିବା ନେଇ କଲେ ଅଭିଯୋଗ

Fisher man

Advertisment

ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ): ସଙ୍କଟରେ ମତ୍ସ୍ୟଜୀବୀ ପରିବାର। ମାଛ ଧରା କଟକଣା ଯୋଗୁଁ ହାତ ବାନ୍ଧି ବସିଛନ୍ତି ଧିବର ପରିବାର। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି  କେନ୍ଦ୍ରାପଡ଼ା ରାଜନଗର ଡିଆପାରି ଗାଁରେ। ଯେଉଁଠି ରାତି ପାହିଲେ ସମୁଦ୍ରକୁ ମାଛ ଧରିବା ପାଇଁ ଯାଇଥାନ୍ତି ମତ୍ସ୍ୟଜୀବୀ, ଆଜି ସେଠାରେ ସବୁ କିଛି ନିଶୁନ ଲାଗୁଛି। ମାତ୍ର ଅଲିଭ୍ ରିଡଲେଙ୍କ କଇଁଛଙ୍କ ଆଗମନ ଯୋଗୁଁ ମାଛଧରା ଉପରେ ଲାଗିଛି କଟକଣା, ପ୍ରଭାବିତ ହୋଇଛି ଜୀବନ ଓ ଜୀବିକା। ଏଭଳି ସ୍ଥିତିରେ କେମିତି ଚଳିବେ ମତ୍ସଜୀବୀ ପରିବାର? ସେ ନେଇ ଘାରିଛି ଚିନ୍ତା । କେବଳ ଡିଆଁପାରି ଗାଁ ନୁହେଁ, ରାଜନଗର ଏବଂ ମହାକାଳପଡ଼ା ବ୍ଲକର ୧୦ ହଜାରରୁ ଅଧିକ ମତ୍ସ୍ୟଜୀବୀ ପରିବାର ଏଥିଯୋଗୁଁ ପ୍ରଭାବିତ ହୋଇଛନ୍ତି।

Advertisment

ଏନେଇ ସ୍ଥାନୀୟ ଲୋକ କହିଛନ୍ତି ଯେ, ମାଛ ଧରା ବନ୍ଦ ହୋଇଗଲାଣି। ପରିବାର ଚଳିବାରେ ଅନେକ ଅସୁବିଧା ହେଉଛି। ସରକାର ଯେତିକି ଟଙ୍କା ଦେଉଛନ୍ତି ତାହା କେଉଁ ଆଡ଼କୁ ବି ହେଉନାହିଁ। ସେହି ଟଙ୍କାରେ ଖାଇବା, ପିଇବା ସହ ଡାକ୍ତର ଓ ବୈଦ ଖର୍ଚ୍ଚ ବି ହେଉଛି। ତେଣୁ ବଡ଼ ଅସୁବିଧାରେ ଆମେ ଚଳୁଛୁ ବୋଲି ସ୍ଥାନୀୟ ମତ୍ସ୍ୟଜୀବୀ ପରିବାର କହିଛନ୍ତି।

ସେପଟେ ଆଉ ଜଣେ ମତ୍ସ୍ୟଜୀବୀ କହିଛନ୍ତି ଯେ, ସମୁଦ୍ର ଉପରେ ଆମେମାନେ ସଂପୂର୍ଣ୍ଣ ନିର୍ଭର କରୁ। ଏବେ ତ ମାଛ ଧରା ବନ୍ଦ କରିଦେଇଛନ୍ତି ସରକାର। ତେଣୁ ଆମେ ମାନେ ସମୁଦ୍ରକୁ ବି ଯାଉନାହୁଁ। ପ୍ରଶାସନ ଯେତିକି ଦେଉଛି ତାହା ହେଉନାହିଁ ବୋଲି ମତ୍ସ୍ୟଜୀବୀ ଜଣକ ଅଭିଯୋଗ ମଧ୍ୟ କରିଛନ୍ତି।

Advertisment

ପ୍ରଥମେ କରୋନା ଯୋଗୁଁ ଲକଡାଉନ, ଆଉ ଏବେ କଇଁଛ ସୁରକ୍ଷା ପାଇଁ ମାଛଧରା ଉପରେ ଲାଗିଛି ପ୍ରତିବନ୍ଧକ। ନଭେମ୍ବରରୁ ମେ ୩୧ ଯାଏଁ ଦୀର୍ଘ ୭ ମାସ ଧରି ସମୁଦ୍ରରେ ମାଛଧରା କଟକଣା ଥିବା ବେଳେ ଏହି ସମୟରେ ମତ୍ସ୍ୟଜୀବୀଙ୍କ ପରିବାରକୁ ୭ ହଜାର ୫୦୦ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେଇଥାନ୍ତି ସରକାର। ମାତ୍ର ତାହା ସମୁଦ୍ରକୁ ଶଙ୍ଖେ ବୋଲି ଅଭିଯୋଗ ହୋଇଛି। ଅନ୍ୟପଟେ ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ସରକାରଙ୍କ ପାଖରେ ଅନେକ ପ୍ରସ୍ତାବ ଏବେ ବିଚାରାଧିନ ଥିବା କହିଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ।

ଧାମରା ଠାରୁ ଦେବୀ ମୁହାଣ ପର୍ଯ୍ୟନ୍ତ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟକୁ କଇଁଛଙ୍କ ଏନ୍ତୁଡ଼ିଶାଳ କୁହାଯାଏ। ବନ ବିଭାଗ କଇଁଛ ସୁରକ୍ଷା କରିବା ସହ ପାରମ୍ପରିକ ମତ୍ସ୍ୟଜୀବୀଙ୍କୁ ଚିହ୍ନଟ କରି ସେମାନଙ୍କ ସ୍ଥାୟୀ ରୋଜଗାର ପାଇଁ ପଦକ୍ଷେପ ନେବାକୁ ଦାବି ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ