Advertisment

NH ରେ ଓଲଟିଲା ମାଛ ବୋଝେଇ ଟ୍ରକ୍‌

ଜାତୀୟ ରାଜପଥରେ ଦୁର୍ଘଟଣା। ପାଣିକୋଇଲି ଥାନା ଗୋଳେପୁର ଛକ ନିକଟରେ ଅଘଟଣ, ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡ଼ିଲା ମାଛ ବୋଝେଇ ଟ୍ରକ

NH ରେ ଓଲଟିଲା ମାଛ ବୋଝେଇ ଟ୍ରକ୍‌

Accident

Advertisment

ଯାଜପୁର(ଅଭୟ ପତି) ଜାତୀୟ ରାଜପଥରେ ଦୁର୍ଘଟଣା। ପାଣିକୋଇଲି ଥାନା ଗୋଳେପୁର ଛକ ନିକଟରେ ଅଘଟଣ, ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡ଼ିଲା ମାଛ ବୋଝେଇ ଟ୍ରକ। ଦୁର୍ଘଟଣା ଫଳରେ ଚାଳକ ଗୁରୁତର ଆହତ ହୋଇଛନ୍ତି। ସୂଚନା ମୁତାବକ ଆଜି ଭୋରୁ ଆନ୍ଧ୍ରପ୍ରଦେଶରୁ ବିହାର ଅଭିମୁଖେ ଏକ ମାଛ ବୋଝେଇ ଟ୍ରକ ଆସୁଥିଲା। ହଠାତ ପାଣିକୋଇଲି ଥାନା ଗୋଳେଇପୁର ଛକ ନିକଟରେ ମାଛ ବୋଝେଇ ଟ୍ରକଟି ଭରସାମ୍ୟ ହରାଇଥିଲା। ଶେଷରେ ୧୬ ନମ୍ବର ଜତୀୟ ରାଜପଥ ନିକଟରେ ଥିବା ଏକ ବ୍ରିଜ ତଳକୁ ଖସି ପଡ଼ିଥିଲା। ତେବେ ସ୍ଥାନୀୟ ଲୋକ ଦୁର୍ଘଟଣାକୁ ଦେଖି ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ।

Advertisment

ଏଥିସହିତ ଗାଡି ଭିତରେ ଥିବା ଡ୍ରାଇଭରକୁ ଉଦ୍ଧାର କରି ଦୁର୍ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସକୁ ଖବର ମଧ୍ୟ ଦେଇଥିଲେ। ତେବେ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଡ୍ରାଇଭରକୁ ଚିକିତ୍ସା ପାଇଁ ଯାଜପୁର ଟାଉନ ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହିତ ଦୁର୍ଘଟଣା ସମ୍ପର୍କରେ ତଦନ୍ତ ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ