Advertisment

Looters Eye Devotees in Puja Pandals: ପୂଜା ମଣ୍ଡପରେ ଲୁଟେରା ଡର, ଅନ୍ୟମନସ୍କ ହେଲେ ହୋଇପାରନ୍ତି ଲୁଟର ଶିକାର

ପୂଜା ମଣ୍ଡପ ବୁଲିବା ବେଳେ ସାବଧାନ ରୁହନ୍ତୁ ଶ୍ରଦ୍ଧାଳୁ। ଟିକିଏ ଅନ୍ୟମନସ୍କ ହେଲେ ଆପଣ ହୋଇପାରନ୍ତି ଲୁଟର ଶିକାର। କାରଣ ଭିଡ଼ ଭିତରେ ଲୁଚିଛନ୍ତି ଲୁଟେରା, ପକେଟମାର ଓ ଛିନତାଇ ଚୋର।

Puja Pandal

Puja Pandal Photograph: (OTV)

Advertisment

ଟୁଇନ୍ ସିଟିର ବିଭିନ୍ନ ପୂଜା ମଣ୍ଡପରେ ଆଜିଠୁ ଅସମ୍ଭାଳ ଭିଡ଼ ଆରମ୍ଭ ହୋଇଥିବା ବେଳେ ସତର୍କ ରହିବାକୁ ଚେତାଇ ଦେଇଛନ୍ତି ପୋଲିସ କମିଶନର। ସେପଟେ ଲୋକେ ଯେଭଳି ଶାନ୍ତି, ଶୃଙ୍ଖଳା ଏବଂ ନିରାପଦରେ ପୁଜା ମଣ୍ଡପ ବୁଲିବେ, ସେଇଥିପାଇଁ ବି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ଟ୍ରାଫିକ୍ ଉପରେ କଡ଼ା ନଜର ରଖିଛି କମିଶନରେଟ୍ ପୋଲିସ।...

Advertisment

ପୂଜା ମଣ୍ଡପ ବୁଲି ଆସୁଥିବା ଶ୍ରଦ୍ଧାଳୁ ସାବଧାନ । ମାତିଛନ୍ତି ପକେଟମାର୍ ଓ ଚେନ୍ ଲୁଟେରା । ଗହଳି ଭିତରେ ଟିକିଏ ଅନ୍ୟମନସ୍କ ହେଲେ ଆପଣ ବି ହୋଇପାରନ୍ତି ଏମାନଙ୍କ ଶିକାର ।
ସଂଧ୍ୟା ନହେଉଣୁ ସବୁ ପେଣ୍ଡାଲରେ ଲାଗୁଛି ପ୍ରବଳ ଭିଡ଼। ଆଜିଠୁ ୪ ଦିନ ଧରି ଟ୍ବିନ୍ ସିଟିର ବିଭିନ୍ନ ପୂଜା ମଣ୍ଡପରେ ଲାଗି ରହିବ ଏମିତି ସ୍ଥିତି। ତେଣୁ ତାକୁ ନେଇ ଆଗୁଆ ସଜାଗ ହୋଇଛି କମିଶନରେଟ୍ ପୋଲିସ୍। ଦୂର୍ଗାପୂଜାକୁ ଶାନ୍ତି ଶୃଙ୍ଖଳା ଓ ଅଘଟଣଶୂନ୍ୟ କରିବାକୁ ଏବେ ଆକ୍ସନ ମୋଡରେ। 

କଟକ ହେଉ କି ଭୁବନେଶ୍ବର। ସବୁ ପୂଜା ମଣ୍ଡପକୁ ୨୪ ଘଣ୍ଟିଆ ଜଗିଛି ସିସିଟିଭି କ୍ୟାମେରା। ବିଶେଷକରି ମଣ୍ଡପରେ ଲୁଟ୍, ଛିନତାଇ, ଚୋରି ଓ ଅନ୍ୟ ଅସାମାଜିକ କାର୍ଯ୍ୟକୁ ଯେମିତି ରୋକିହେବ, ସେଥିପାଇଁ ସିସିଟିଭି କ୍ୟାମେରା ମାଧ୍ୟମରେ ପ୍ରତିଟି ଗତିବିଧିକୁ ନିରୀକ୍ଷଣ କରୁଛି କଣ୍ଟ୍ରୋଲ ରୁମ୍। ପୂଜା ମଣ୍ଡପରେ ଶିଶୁ ଓ ମହିଳଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ବ ଦେଇଛନ୍ତି ସୁରକ୍ଷା ବାହିନୀ।

Advertisment

ଏଥର କେବଳ ରାଜଧାନୀର ୧୯୩ଟି ପୂଜା ମଣ୍ଡପରେ ଶାନ୍ତି ଶୃଙ୍ଖଳା ନିୟନ୍ତ୍ରଣ ପାଇଁ ମୁତୟନ ହୋଇଛନ୍ତି ୬୧ ପ୍ଲାଟୁନ ଫୋର୍ସ। ସେ ଭିତରେ ରହିଛନ୍ତି ୩ ପ୍ଲାଟୁନ ସେଣ୍ଟ୍ରାଲ ଆର୍ମଡ ଫୋର୍ସ। ସେହିଭଳି ଷ୍ଟ୍ରାଇକିଂ ଫୋର୍ସ, ସ୍ପେଶାଲ ଟାକଟିକାଲ ୟୁନିଟ୍, ବମ୍ ଡିସ୍ପୋଜାଲ ସ୍କ୍ୱାଡ୍ ବି କାମରେ ଲଗାଯାଇଛି। ସନ୍ଦିଗ୍ଧଙ୍କ ଗତିବିଧିକୁ ଆକାଶ ମାର୍ଗରୁ ନଜର ରଖିବାକୁ ବି ବୁଲୁଛି ୪ଟି ଡ୍ରୋନ୍। ଏସବୁର ମନିଟର କରିବେ ୩ ଜଣ ଡିସିପି ରାଙ୍କ ଅଫିସର। 
ସେହିଭଳି ସବୁ ପ୍ରମୁଖ ଛକ ଓ ରାସ୍ତାରେ ସନ୍ଧ୍ୟା ପରର ଅସମ୍ଭାଳ ଟ୍ରାଫିକ୍ ଜାମ୍ ରୋକିବାକୁ ୧୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ଦିନ ୨ଟାରୁ ଜାତୀୟ ରାଜପଥରେ ଭାରୀଯାନ ଚଳାଚଳକୁ ନିଷିଦ୍ଧ କରାଯାଇଛି। ପାର୍କିଂ ସ୍ଥଳ ବ୍ୟତୀତ ଅନ୍ୟ ସ୍ଥାନରେ ଗାଡ଼ି ରଖିଲେ ପୋଲିସ ଗାଡ଼ି ଟେକି ନେବା ସହ ପୂଜା ମଣ୍ଡପ ଆଗରେ ଗାଡ଼ି ଛିଡ଼ା କରି ଦର୍ଶନ କଲେ ଫାଇନ୍ କାଟିବ ବୋଲି ଚେତାଇ ଦେଇଛି।...

Dussehra Dussehera
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ