Advertisment

Farmers' Protest: ସାର ପାଇଁ ଆନ୍ଦୋଳନରେ ବସିଲେ, ସାର ବସ୍ତା ବୋହି ନେଲେ

ଶତାଧିକ ଚାଷୀ ସାର ପାଇଁ ଆନ୍ଦୋଳନ କରି ରାସ୍ତାରୋକ କରିଥିବା ବେଳେ ସଂପାଦକଙ୍କୁ ଘେରି ସାର ବସ୍ତା ବୋହି ନେଇଥିବାର ଦେଖାଯାଇଛି। ପୋଲିସ୍ ଉପସ୍ଥିତିରେ ଏସବୁ ହୋଇଥିବା ବେଳେ ପୋଲିସ୍ କିଛି କରିନଥିଲା।

sara

ସାର Photograph: (OTV)

Advertisment

ସାର ପାଇଁ ଆନ୍ଦୋଳନରେ ବସିଲେ, ଶେଷରେ ସମବାୟ ସଂପାଦକଙ୍କୁ ଘେରି ସାର ବସ୍ତା ବୋହି ନେଲେ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଚାହିଁ ରହିଥିଲା ପୋଲିସ, ସାର ବସ୍ତା ବୋହିନେଲେ ଚାଷୀ । ସାର ମିଳୁନଥିବା ଅଭିଯୋଗରେ ଦିଗପହଣ୍ଡି ମଉଳାଭଣଜା ଛକରେ ରାସ୍ତାରୋକ କରିଥିଲେ ଚାଷୀ। 
୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ ଶତାଧିକ ଚାଷୀ । ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବାପରେ ରାସ୍ତାରୋକ ହଟିଥିଲା । ବିକ୍ଷୋଭରୁ ଓହରି ମଉଳାଭଣଜା ସେବା ସମବାୟ ସମ୍ପାଦକଙ୍କୁ ଘେରିଥିଲେ ଚାଷୀ । ପରେ ପୋଲିସ ଉପସ୍ଥିତିରେ ସାର ବୋହି ନେଇଥିଲେ ଚାଷୀ । ଘଟଣାସ୍ଥଳରେ ପୋଲିସ କେବଳ ତଟକା ହୋଇ ଚାହିଁ ରହିଥିଲା ।  

Advertisment
Farmers Protest Urea
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ