Advertisment

Farmer Issues Rock Odisha Assembly: ଚାଷ ଓ ଚାଷୀ ସମସ୍ୟାକୁ ନେଇ ତେଜିଲା ରାଜନୀତି; ରାସ୍ତାକୁ ଓହ୍ଲାଇ ଗର୍ଜିଲା ବିଜେଡି

ଚାଷ ଓ ଚାଷୀ ସମସ୍ୟାକୁ ନେଇ ତେଜିଲା ରାଜନୀତି। ଧାନମଣ୍ଡି ପ୍ରସଙ୍ଗରେ ଷଷ୍ଠ ଦିନ ବିଧାନସଭାରେ ଅଚଳାବସ୍ଥା।ଆଜି ଭୁବନେଶ୍ବରରେ ରାସ୍ତାକୁ ଓହ୍ଲାଇ ଗର୍ଜିଲା ବିଜେଡି। ଡବଲ୍ ଇଞ୍ଜିନ୍ ସରକାର କଣ କରିଛି କହି ନବୀନଙ୍କ କଟାକ୍ଷ। ବିଜେଡି ଅଭିଯୋଗର ଜବାବ ରଖିଲା ବିଜେପି।

Farmer Issues Rock Odisha Assembly

ଚାଷ ଓ ଚାଷୀ ସମସ୍ୟାକୁ ନେଇ ତେଜିଲା ରାଜନୀତି Photograph: (OTV)

Advertisment

ଚାଷୀଙ୍କ ସମସ୍ୟାକୁ ନେଇ ଗୃହ ଭିତରେ ଓ ବାହାରେ ତାତି। ହୁଲସ୍ତୁଲ ବିଧାନସଭା। ମଣ୍ଡି ଅବ୍ୟବସ୍ଥା ଏବଂ ଚାଷୀ ପ୍ରସଙ୍ଗକୁ ନେଇ ଆଜି ଲୋୟର ପିଏମଜିରେ ବିଜେଡି କରିଥିଲା ରାଜ୍ୟସ୍ତରୀୟ ବିକ୍ଷୋଭ ଓ ପ୍ରତିବାଦ ସଭା। ତେଣେ ଆଜି ବି ଏହି ପ୍ରସଙ୍ଗକୁ ନେଇ ଚାଲିପାରି ନ ଥିଲା ବିଧାନସଭା ପ୍ରଶ୍ନକାଳ। ପରେ କିନ୍ତୁ କଂଗ୍ରେସର ମୁଲତବୀ ନୋଟିସ୍ ଉପରେ ସରଗରମ ଆଲୋଚନା ହୋଇଥିଲେ ମଧ୍ୟ ଏଥିରେ ବିଜେଡି ଭାଗ ନେଇ ନ ଥିଲା। ସେପଟେ ଯୋଗାଣ ମନ୍ତ୍ରୀ କହିଛନ୍ତି, ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସବୁ ଧାନ କିଣିବେ ରାଜ୍ୟ ସରକାର। ବିରୋଧୀ କେବଳ ରାଜନୀତି କରୁଛନ୍ତି।

Advertisment

ଚାଷ ପ୍ରସଙ୍ଗକୁ ନେଇ ତେଜିଲା ଆନ୍ଦୋଳନ। ବିଧାନସଭା ଭିତରେ ଧାନ ମଣ୍ଡି ଅବ୍ୟବସ୍ଥା ଉଠାଇ ବାରମ୍ବାର ଗୃହ ଅଚଳ କରୁଥିବା ମୁଖ୍ୟ ବିରୋଧୀ ବିଜେଡି ଆଜି ରାଜରାସ୍ତାରେ ଗର୍ଜିଛି । ବିଧାନସଭା ବାହାରେ ଲୋୟର ପିଏମଜିରେ ଦଳ ପକ୍ଷରୁ ଆୟୋଜିତ ହୋଇଥିଲା ଚାଷୀ ସୁରକ୍ଷା ସମାବେଶ ।

ଏଥିରେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। କହିଥିଲେ, ବିଜେଡି ସରକାର ଚାଷୀଙ୍କ ପାଇଁ କାଳିଆ ଯୋଜନା କରିଥିଲା। ସ୍ବତନ୍ତ୍ର ବଜେଟ୍ ବି କରିଥିଲା । କିନ୍ତୁ ଡବଲ ଇଞ୍ଜିନ ସରକାର କରିଛି କଣ ବୋଲି ପ୍ରଶ୍ନ କରିଥିଲେ ନବୀନ। ବିଜେଡି ଗୃହ ଭିତରେ ଏବଂ ବାହାରେ ଚାଷୀଙ୍କ ହକ ପାଇଁ ଲଢ଼େଇ ଜାରି ରଖିବ ବୋଲି କହିଛନ୍ତି ବିରୋଧୀ ଦଳ ନେତା । 

Advertisment

ଜବାବରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ଚାଷୀ ପ୍ରସଙ୍ଗରେ ଗୃହରେ ଖୋଲା ବିତର୍କ ପାଇଁ ନବୀନଙ୍କୁ ଆହ୍ବାନ କରିଛନ୍ତି । ସେ କହିଛନ୍ତି, ବିରୋଧୀ ଦଳ ନେତା ଚାଷୀଙ୍କ ପାଇଁ ଗୃହରେ ୧୫ ମିନିଟ କହିପାରିନାହାନ୍ତି l ସେ ଚାଷୀ ମlରଣ ନୀତି କରି ସରକାର ଚଳେଇ ଥିଲେ l ନୂଆପଡା ଉପନିର୍ବାଚନରେ ଲୋକେ ତାଙ୍କୁ ଜବାବ ଦେଇସାରିଛନ୍ତି l 

ଏଣେ ଆଜି ବି ଚାଷୀ ପ୍ରସଙ୍ଗକୁ ନେଇ ଧୋଇଯାଇଥିଲା ବିଧାନସଭା ପ୍ରଶ୍ନକାଳ। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଲଗାତାର ଷଷ୍ଠ ଦିନ ଲାଗି ଗୃହରେ ଅଚଳାବସ୍ଥା ଦେଖାଦେଇଥିଲା। ଉଭୟ ବିଜେଡି ଓ କଂଗ୍ରେସ ଆରମ୍ଭରୁ ଚାଷୀ ପ୍ରସଙ୍ଗରେ ସରକାର ଉଦାସୀନ ଥିବା ଅଭିଯୋଗ କରି ନାରାବାଜି କରିଥିଲେ। ଫଳରେ ପ୍ରଶ୍ନ କାଳ ଆଜି ବି ଚାଲି ପାରି ନ ଥିଲା। 

Advertisment

ଶୂନ୍ୟକାଳରେ କିନ୍ତୁ ବିଜେଡି ବିଧାୟକମାନଙ୍କ ନାରାବାଜି ଭିତରେ ଚାଲିଥିଲା ଗୃହ। କଂଗ୍ରେସ ଚାଷୀ ପ୍ରସଙ୍ଗରେ ଦେଇଥିବା ମୁଲତବୀ ପ୍ରସ୍ତାବ ଆଲୋଚନାରେ ଭାଗ ନେଇଥିବାବେଳେ ବିଜେଡି ହଟ୍ଟଗୋଳ କରିଥିଲା। ଶେଷରେ ବିଜେଡି ବିଧାୟକମାନେ କକ୍ଷ ତ୍ୟାଗ କରି ଚାଷୀ ଆନ୍ଦୋଳନରେ ଯୋଗ ଦେଇଥିଲେ। ଅନ୍ୟପଟେ ଯୋଗାଣ ମନ୍ତ୍ରୀ ମୁଲତବୀ ଆଲୋଚନା ବେଳେ ଉତ୍ତର ରଖି କହିଛନ୍ତି, ସମସ୍ତ ଚାଷୀଙ୍କ ଧାନ ମାର୍ଚ୍ଚ ସୁଦ୍ଧା ଉଠାଯିବ। ବିରୋଧୀ କେବଳ ରାଜନୀତି କରୁଛନ୍ତି।

ଚାଷୀ ଏବଂ ମଣ୍ଡି ସମସ୍ୟାକୁ ନେଇ ଗତ କିଛିଦିନ ତଳେ ଜିଲ୍ଲାସ୍ତରରେ ଆନ୍ଦୋଳନ ଆରମ୍ଭ କରିଥିଲା ବିଜେଡି । ଆଉ ଆଜି ରାଜ୍ୟସ୍ତରୀୟ ଚାଷୀ ସୁରକ୍ଷା ସମାବେଶ କରି ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଛି ଦଳ।

Odisha Assembly Odisha Politics Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ