Advertisment

ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପଛରେ ରହିଛି ଏମିତି ରହସ୍ୟ

ପୁରୀ: ଝଲସିବେ ମହାବାହୁ, ଝଲସିବ ରତ୍ନ ସିଂହାସନ। ରାତି ପାହିଲା ବେଳକୁ ରତ୍ନ ସିଂହାସନରେ ଦୁର୍ଲ୍ଲଭ ନାଗାର୍ଜୁନ ବେଶରେ ସଜେଇ ହୋଇ ସାରିଥିବେ ମହାପ୍ରଭୁ। ଜଗନ୍ନାଥ-ବଳଭଦ୍ରଙ୍କୁ ଯୋଦ୍ଧା ବେଶରେ ସଜ୍ଜିତ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ବେଶ ପରିପାଟି ସହ ୧୬ ପ୍ରକାରର ପାରମ୍ପାରିକ ଯୁଦ୍ଧାସ୍ତ୍ର ଯାହା ମଧ୍ୟରେ ରହିଛି ଢେଣୁ, ଶିଙ୍ଗା, ତୂଣୀର, ବାଘନଖ, ଖଣ୍ଡା ଓ ମସ୍ତକରେ ଶୋଭିତ ହାଣ୍ଡିଆ। ବେଶ ସତ୍ତ୍ୱାଧିକାରୀ ହରଚଣ୍ଡୀ ସାହି ଚକ୍ରକୋଟ ବଳରାମ ଖୁଣ୍ଟିଆଙ୍କ ଘରୁ ଆଜି ରାତି ଦୁଇଟାରୁ […]

ଅଦ୍ୟତନ ହୋଇଛି
ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପଛରେ ରହିଛି ଏମିତି ରହସ୍ୟ

nagarjun-besha

Advertisment

ପୁରୀ: ଝଲସିବେ ମହାବାହୁ, ଝଲସିବ ରତ୍ନ ସିଂହାସନ। ରାତି ପାହିଲା ବେଳକୁ ରତ୍ନ ସିଂହାସନରେ ଦୁର୍ଲ୍ଲଭ ନାଗାର୍ଜୁନ ବେଶରେ ସଜେଇ ହୋଇ ସାରିଥିବେ ମହାପ୍ରଭୁ। ଜଗନ୍ନାଥ-ବଳଭଦ୍ରଙ୍କୁ ଯୋଦ୍ଧା ବେଶରେ ସଜ୍ଜିତ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ।

Advertisment

ବେଶ ପରିପାଟି ସହ ୧୬ ପ୍ରକାରର ପାରମ୍ପାରିକ ଯୁଦ୍ଧାସ୍ତ୍ର ଯାହା ମଧ୍ୟରେ ରହିଛି ଢେଣୁ, ଶିଙ୍ଗା, ତୂଣୀର, ବାଘନଖ, ଖଣ୍ଡା ଓ ମସ୍ତକରେ ଶୋଭିତ ହାଣ୍ଡିଆ। ବେଶ ସତ୍ତ୍ୱାଧିକାରୀ ହରଚଣ୍ଡୀ ସାହି ଚକ୍ରକୋଟ ବଳରାମ ଖୁଣ୍ଟିଆଙ୍କ ଘରୁ ଆଜି ରାତି ଦୁଇଟାରୁ ତିନିଟା ଭିତରେ ପାଟ ପଟୁଆରେ ଶ୍ରୀମନ୍ଦିର ଅଭିମୁଖେ ବାହାରିବ ଏସବୁ ବେଶ ସରଞ୍ଜାମ।

ତେଣୁ ଆଜିର ଏହି ପୂଣ୍ୟ ତିଥିରେ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମାଙ୍କ ଠାରୁ ଜାଣନ୍ତୁ ନାଗାର୍ଜୁନ ବେଶର ମହାତ୍ମ୍ୟ।

Advertisment

style="color: #ff0000;">କାହିଁକି ହୁଏ ନାଗାର୍ଜୁନ ବେଶ ହୁଏ ?

ଜଗନ୍ନାଥ ସଂସ୍କୃତି ଗବେଷକ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମାଙ୍କ କହିବାନୁସାରେ, ଏହା ଯୁଦ୍ଧ ସ୍ମାରକୀ ବେଶ। ତିଥି ଅନୁସାରେ ବେଶେ ପଡ଼ୁଥିବାରୁ ଏହାକୁ ତିଥି ଜନିତ ବେଶ। ପଞ୍ଚକ ବଢ଼ା ତିଥି ପଡ଼ିଲେ  ନାଗାର୍ଜୁନ ବେଶ ହୋଇଥାଏ।

ଆହୁରି ପଢ଼ନ୍ତୁ:ରତ୍ନ ସିଂହାସନରେ ନାଗାର୍ଜୁନ ବେଶରେ ଝଲସୁଛନ୍ତି ମହାପ୍ରଭୁ

ପଞ୍ଚକ ୫ ଦିନ, ଏକାଦଶୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ। କିନ୍ତୁ ଏକାଦଶୀ ଦିନ ଏହି ବେଶ ହୋଇପାରିବ ନାହିଁ। କାରଣ ବଢ଼ା ତିଥି ପଡ଼ିବନି। ଦ୍ୱାଦଶୀ, ତ୍ରୟୋଦଶୀ ଓ ଚତୁର୍ଦଶୀରେ ବଢ଼ା ତିଥି ପଡ଼ିଥାଏ।

Advertisment

ଇତିହାସ କହେ ଗଙ୍ଗବଂଶର ରାଜା ଅନଙ୍ଗଭୀମ ଦେବ ଯୁଦ୍ଧରେ ପରାଜିତ ହୋଇ ମହାପ୍ରଭୁଙ୍କ ଚରଣରେ ଆଶ୍ରୀତ ହେଲେ। ଏହାପରେ ରାଜଗୁରୁଙ୍କ ପରାମର୍ଶରେ ରାଜା ଗୋଟେ କୋଟ ସ୍ଥାପନ କରି ମହାପ୍ରଭୁଙ୍କୁ ଆରାଧନା କରିଥିଲେ। ଯାହାର ନାମ ଚକ୍ରକୂଟ। ନାଗାର୍ଜୁନ ବେଶ ଏହି ଚକ୍ରକୁଟରେ ହିଁ ତିଆରି ହୋଇଛି। ଏହାପରେ  ମହାପ୍ରଭୂଙ୍କ ନିର୍ଦ୍ଦେଶରେ ଶତ୍ରୁଙ୍କୁ ପରାହତ କରିବା ପରେ ମହାପ୍ରଭୁଙ୍କୁ ଏହି ବେଶରେ ସଜେଇଥିଲେ ରାଜା। ସେହିଦିନ କାର୍ତ୍ତିକ ମାସ ପଞ୍ଚକର ବଢ଼ା ତିଥି ପଡ଼ିଥିଲା। ସେହିଦିନ ଠାରୁ ମହାପ୍ରଭୁଙ୍କ ଏହି ସାମରିକ ବେଶ ହୋଇ ଆସୁଛି। ଯଦି ଆସନ୍ତା ବର୍ଷ ବଢ଼ା ତିଥି ପଡ଼େ, ତେବେ ମହାପ୍ରଭୂଙ୍କର ନାଗାର୍ଜୁନ ବେଶ ହେବ ବୋଲି ସୂର୍ଯ୍ୟନାରାୟଣ ରଥଶର୍ମା କହିଛନ୍ତି।

style="color: #ff0000;">ନାଗାର୍ଜୁନ ବେଶକୁ କଣ ପାଇଁ ପର୍ଶୁରାମଙ୍କ ବେଶ କୁହାଯାଏ ?

ଶହସ୍ରାର୍ଜୁନ ଯେତେବେଳେ ଦର୍ପରେ ସମଗ୍ର ସଂସାରକୁ ପୀଡ଼ା ଦେଲେ। ପର୍ଶୁରାମଙ୍କ ପିତା ଯମଦଗ୍ନୀଙ୍କଠାରୁ  କାମଧେନୁ ଗାଈକୁ ଅପହରଣ କଲେ, ସେତେବେଳେ ପର୍ଶୁରାମ ପିତାଙ୍କର ଅପମାନ ସହ୍ୟ କରିପାରିଲେ ନାହିଁ। ସ୍ୱୟଂ ପର୍ଶୁରାମ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଶହସ୍ରାର୍ଜୁନଙ୍କର ଦର୍ପ ଦଳନ କରିଥିଲେ। ତେଣୁ ନାଗାର୍ଜୁନ ବେଶକୁ ବି ପର୍ଶୁରାମ ବେଶ ବୋଲି କୁହାଯାଏ। ପୁରାଣରେ ମଧ୍ୟ ଏହା ବର୍ଣ୍ଣିତ ଯେ ମହାପ୍ରଭୂ ଏହି ବେଶରେ ଶହସ୍ରାର୍ଜୁନ ଦର୍ପ ଦଳନ କରିଥିଲେ, ସେଥିପାଇଁ ଏହି ବେଶକୁ ପର୍ଶୁରାମ ବେଶ ବୋଲି କୁହାଯାଏ।

ହେଲେ ମହାପ୍ରଭୂଙ୍କର ନାଗାର୍ଜୁନ ବେଶ ଟିକେ ଅଲଗା। କାରଣ ଏହା ଏକ ସ୍ୱତନ୍ତ୍ର ସାମରିକ ବେଶ। ପର୍ଶୁରାମ ବେଶ ହୋଇଥିଲେ ମହାପ୍ରଭୂ ଚୂଳ, କିରିଟୀ ଲଗାଇଥାନ୍ତେ। ପର୍ଶୁରାମ ହାତରେ ଶଙ୍ଖ ଚକ୍ର ଧରିନ୍ତି ନାହିଁ, କାରଣ ସେ ପର୍ଶୁ ଧାରଣ କରିଥିଲେ। ହେଲେ ଜଗନ୍ନାଥଙ୍କର ଏ ବେଶ ଅଲଗା। ପର୍ଶୁରାମ ବେଶ ସହିତ ତୁଳନୀୟ ହେଲେ ବି ଏହା ବିଶେଷ ଭାବରେ ଏକ ସାମରୀକ ବେଶ ବୋଲି ରଥଶର୍ମା କହିଛନ୍ତି। 

ନାଗାର୍ଜୁନ କାହିଁକି ଦୁର୍ଲଭ ଓ ବେଶ ଦର୍ଶନରେ କେତେ ପୂଣ୍ୟ ଫଳ ମିଳେ ?

ଏହା ଅତି ଦୁର୍ଲଭ ବେଶ। ଯେହେତୁ ଏହା ସବୁଦିନିଆ ବେଶ ନୁହେଁ, ତେଣୁ ଏହି ବେଶ ଦେଖିବାକୁ ଭକ୍ତ ଆକୁଳ ହୋଇ ଅନାଇ ଥାଏ। ଏହି ବେଶର ୧୬ ଗୋଟି ଅସ୍ତ୍ର ଧରନ୍ତି ମହାପ୍ରଭୁ। ସବୁଠାରୁ ନୂଆ କଥା ହେଲା କୌଣସି ବେଶରେ ମହାପ୍ରଭୁ ଦାଢ଼ି ନିଶ ଲଗାନ୍ତି ନହିଁ। କିନ୍ତୁ ଏହି ବେଶରେ ମହାପ୍ରଭୁ ଦାଢ଼ି, ନିଶ, କଲିଙ୍ଗି ଲଗାନ୍ତି, ଯାହା ବିରଳ। ତେଣୁ ଏହା ଏକ ଦୁର୍ଲଭ ବେଶ।

ଯିଏ ନାଗାର୍ଜୁନ ବେଶ ଦର୍ଶନ କରେ ତାର ଶତ୍ରୁ ନାଶ ହୋଇଥାଏ। ବିଭିନ୍ନ ବିପଦରୁ ମହାପ୍ରଭୁ ରକ୍ଷା ତାଙ୍କୁ କରନ୍ତି। ନାଗାର୍ଜୁନ ବେଶ ଦିନ ମହାପ୍ରଭୁଙ୍କୁ ସ୍ମରଣ କଲେ ଜୀବନ ଶୁଖମୟ ହୋଇଥାଏ ବୋଲି ରଥଶର୍ମା କହିଛନ୍ତି।

Nagarjuna Vesha 2020
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ