Advertisment

Corruption Shock: ୬୮ ଲକ୍ଷ ସରକାରୀ ଟଙ୍କା ଖାଇ ଫେରାର ମାରିଥିଲେ ବାବୁ, ଧରାପଡ଼ିବା ପରେ କହିଲେ ଡିପ୍ରେସନରେ...

ପର୍ସନାଲ ଆକାଉଣ୍ଟକୁ ଲକ୍ଷ ଲକ୍ଷ ପଠାଉଥିଲେ। ୬୮ ଲକ୍ଷ ସରକାରୀ ଟଙ୍କା ଖାଇ ଫେରାର ମାରିଥିଲେ । କେଳେଙ୍କାରୀ ବାବୁଙ୍କୁ ମାଡ଼ିବସିଲା ଭିଜିଲାନ୍ସ୍ । ଧରାପଡିବା ପରେ କହିଲେ....

Vigilance

Vigilance Photograph: (OTV)

Advertisment

ସରକାରୀ ଟଙ୍କା ଆତ୍ମସାତ କରି ବନ୍ଧା ହେଲେ ସରକାରୀ ବାବୁ। ହିନ୍ଦୋଳର ସବ୍- ଟ୍ରେଜେରିର ପୂର୍ବତନ ବରିଷ୍ଠ କିରାଣୀ ମନୋଜରଞ୍ଜନ ସାହୁଙ୍କୁ ଗିରଫ କରିଛି ଭିଜିଲାନ୍ସ। ଲୋକଙ୍କ ପେନସନ ଟଙ୍କା ହଡପ କରିଥିବା ନେଇ ତାଙ୍କ ନାଁରେ ଅଭିଯୋଗ ଅଛି। ପ୍ରାୟ ୨ବର୍ଷ ତଳେ ୬୮ଲକ୍ଷ ୮୫ ହଜାର ଟଙ୍କା ଆତ୍ମସାତ କରି ଫେରାର ହୋଇଯାଇଥିଲେ ବାବୁ ଜଣକ। ଏନେଇ ଅଭିଯୋଗ ପରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି।

Advertisment

ହେଲେ ଡିପ୍ରେସନ କାରଣରୁ ସରକାରୀ ପଇସା ଚୋରି କରିଥିବା କଥା କହିଛନ୍ତି ବାବୁ ଜଣକ। ଆଉ ଧରାପଡ଼ିବା ପରେ ସେ ଭୁଲ କରିଥିବା କଥା ନିଜ ମୁହଁରେ ମାନିଛନ୍ତି ମନୋଜରଞ୍ଜନ ।  
ପେନସନଭୋଗୀଙ୍କ ଆକାଉଣ୍ଟରେ ପାଣ୍ଠି ଜମା କରି ଲକ୍ଷ ଲକ୍ଷ ଟଙ୍କା ନିଜ ଓ ସମ୍ପର୍କୀୟଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରୁଥିଲେ ମନୋଜରଞ୍ଜନ । ଅତ୍ୟନ୍ତ ଚତୁରତାର ସହିତ ସେ ଏହି ଠକେଇ କରୁଥିଲେ। ତେବେ ଏକଥା ପ୍ରଘଟ ହେବା ପରେ ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଥିଲା।

ଦୁଇ ବର୍ଷ ହେଲା ଫେରାର ଥିଲେ

ଫଳରେ ଗତ ଦୁଇ ବର୍ଷ ହେଲା ଫେରାର ହୋଇଯାଇଥିଲେ ସେ। ହେଲେ ଶୁକ୍ରବାର ବିଳମ୍ବିତ ରାତିରେ ସେ ଏକ ଭୋଜି ଆଟେଣ୍ଡ କରିବାକୁ ଯାଉଥିବା ବେଳେ ଖବର ପାଇ ତାଙ୍କୁ ମାଡ଼ିବସିଥିଲା ଭିଜିଲାନ୍ସ ଟିମ୍। ଆଉ ତାଙ୍କୁ ଗିରଫ କରିଥିଲା। କଟକ ଭିଜିଲାନ୍ସ ପକ୍ଷରୁ ମନୋଜରଞ୍ଜନ ସାହୁଙ୍କ ନାଁରେ ମାମଲା ରୁଜୁ କରାଯାଇ ତାଙ୍କୁ ଢ଼େଙ୍କାନାଳ ସ୍ବତନ୍ତ୍ର କୋର୍ଟରେ ହାଜର କରାଯାଇଛି। ଆଉ ପୂରା ମାମଲାର ତଦନ୍ତ ଜାରି ରହିଛି।

Advertisment


ଭିଜିଲାନ୍ସ ଏହି ଠକେଇର ପୂରା ଚେନ୍ ଖୋଜୁଛି। ଅନ୍ୟ କେହି ଏଥିରେ ଜଡିତ ଅଛନ୍ତି କି ନାହାନ୍ତି, ତାର ମଧ୍ୟ ତଦନ୍ତ ଚାଲିଛି। ସନ୍ଦେହ କରାଯାଉଛି ଆଗକୁ ଆଉ କିଛି ଖୁଲାସା ହୋଇପାରେ ।

Vigilance Arrest
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ