Advertisment

ଲକଡାଉନ୍‌ରେ ଏକା ଥରକେ ୫ ଟଙ୍କା ବଢିଲା ତେଲ ଦର

ଲକଡାଉନ୍‌ ସମୟରେ ବ୍ୟବସାୟକୁ ନେଇ ଖୁଚୁରା ବେପାରୀଙ୍କ ଚିନ୍ତା ବଢିଛି। ଦୋକାନ ଖୋଲିବା ପାଇଁ ସରକାର ତ ସେମାନଙ୍କୁ ୬ ଘଣ୍ଟାର ସମୟ ଦେଇଛନ୍ତି

ଲକଡାଉନ୍‌ରେ ଏକା ଥରକେ ୫ ଟଙ୍କା ବଢିଲା ତେଲ ଦର

Edible oil

Advertisment
  • ଲକଡାଉନ୍‌ରେ ମାତ୍ର ୬ ଘଣ୍ଟାର ବେପାରକୁ ନେଇ ଖପ୍ପା ବ୍ୟବସାୟୀ
  • ହୋଲସେଲ୍‌ ବଜାରରେ ଲମ୍ବା ଲାଇନ୍ ଯୋଗୁ ନିୟମକୁ ନେଇ ଅଡୁଆ
  • ଜିନିଷ ଆଣିବେ କେମିତି? ବିକିବେ କେତେବେଳେ, ପ୍ରଶ୍ନ କଲେ ବ୍ୟବସାୟୀ
  • ସ୍ୱତନ୍ତ୍ର ଗାଇଡ୍‌ଲାଇନ୍‌ ପାଇଁ ଦାବି କଲା ବ୍ୟବସାୟୀ ସଂଘ
  • ଖାଇବା ତେଲର ଦରବୃଦ୍ଧିକୁ ଚିନ୍ତାରେ ଖାଉଟି
Advertisment

ଭୁବନେଶ୍ୱର: ଲକଡାଉନ୍‌ ସମୟରେ ବ୍ୟବସାୟକୁ ନେଇ ଖୁଚୁରା ବେପାରୀଙ୍କ ଚିନ୍ତା ବଢିଛି। ଦୋକାନ ଖୋଲିବା ପାଇଁ ସରକାର ତ ସେମାନଙ୍କୁ ୬ ଘଣ୍ଟାର ସମୟ ଦେଇଛନ୍ତି। ହେଲେ ସେମାନେ ସ୍ୱଳ୍ପ ସମୟ ଭିତରେ ହୋଲସେଲ୍‌ ବଜାରରୁ କେମିତି ଜିନିଷ କିଣିବେ, ଆଉ ଗ୍ରାହକଙ୍କୁ ବିକିବେ ଜାଣିପାରୁ ନାହାନ୍ତି। ଏକ୍ଷେତ୍ରରେ ଦୋକାନୀଙ୍କ ଯାଏଁ ମାଲ୍ ପହଞ୍ଚାଇବାର ନିର୍ଦ୍ଦିଷ୍ଟ ଗାଇଡ୍ଲାଇନସ୍ ନଥିବାରୁ ସମସ୍ୟାରେ ପଡୁଛନ୍ତି ବ୍ୟବସାୟୀ। ଅପରପକ୍ଷେ ଲକଡାଉନ୍‌ ଭିତରେ ଖାଇବା ତେଲ ଦରରେ ୫ରୁ ୧୦ ଟଙ୍କା ବୃଦ୍ଧିକୁ ନେଇ ବି ଚିନ୍ତାରେ ଖାଉଟି।

ଲକଡାଉନ୍‌ ସମୟରେ ଦହଗଞ୍ଜ ହେଉଛନ୍ତି ବ୍ୟବସାୟୀ। ସକାଳ ୬ରୁ ୧୨ଟା, ଯେଉଁ ରିହାତି ସମୟ ମିଳିଛି ସେଥିରେ ପାଇକାରୀ ଦୋକାନରୁ ଜିନିଷ କିଣିବାରେ ତ ଅଧା ସମୟ ଯାଉଛି। ତେଣୁ ବ୍ୟବସାୟ କରିବେ କଣ, ଆଉ କେତେବେଳେ? କାହିଁକିନା ବ୍ୟବସାୟୀଙ୍କ ଅଭିଯୋଗ ହୋଲସେଲ୍‌ ଦୋକାନ ଆଗରେ ୨-୩ ଘଣ୍ଚା ଲମ୍ବା ଲାଇନ୍ ଦେବା ପରେ ବି ଅନେକ ସମୟରେ ଖାଲି ହାତରେ ଫେରିବାକୁ ପଡୁଛି। ଏଇଥିପାଇଁ ଗ୍ରାହକଙ୍କୁ ଠିକରେ ଜିନିଷ ଯୋଗେଇ ହେଉନି। ତେଣୁ ପାଇକାରୀ ବଜାରରୁ ଖୁଚୁରା ଦୋକାନୀଙ୍କ ଯାଏଁ ମାଲ୍ ପହଞ୍ଚାଇବା ଲାଗି ନିର୍ଦ୍ଦିଷ୍ଟ ଗାଇଡ୍ଲାଇନ୍ ଆଣିବାକୁ ଦାବି କରିଛନ୍ତି ବ୍ୟବସାୟୀ।

Advertisment

ଏପଟେ ଏତିକି ବେଳେ କିଛି ତେଜରାତି ସାମଗ୍ରୀର ଦରବୃଦ୍ଧି ବି ଗ୍ରାହକଙ୍କୁ ବାଧୁଛି। ବିଶେଷ କରି ଖାଇବା ତେଲ ଦର ଏଇ ଲକଡାଉନ୍‌  ସମୟରେ ହିଁ ବିଭିନ୍ନ ଖାଇବା ତେଲ ୫ରୁ ୧୦ ଟଙ୍କା ବଢିଛି। ସୋରିଷ ତେଲ ଲିଟର ପିଛା ୧୮୦ ଟଙ୍କା ଟପିଥିଲା ବେଳେ ସନଫ୍ଲାୱାର ତେଲ ୧୭୦ ଛୁଇଁଛି। ପାମୋଲିନ୍ ବି ୧୩୫ ଟଙ୍କା ଡେଇଁଲାଣି। ତେବେ ବ୍ୟବସାୟୀ ମହାସଂଘର କହିବା କଥା, ଲକଡାଉନ୍‌ ପାଇଁ ନୁହେଁ ଖାଇବା ତେଲ ଉତ୍ସରୁ ଆମଦାନୀ ଦର ବଢ଼ିଥିବାରୁ ଖୁଚୁରା ବଜାରରେ ବି ଦର ବଢିଛି।

ତେବେ ସବୁଠୁ ବଡ଼ କଥା ହେଉଛି ଲକଡାଉନ୍‌ ସମୟରେ ଖୁଚୁରା ବ୍ୟବସାୟୀ ଭୋଗୁଥିବା ସମସ୍ୟା ଆଉ ଖାସ୍ ଏଇଥିପାଇଁ ଆଗକୁ ପାଇକାରୀରୁ ଖୁଚୁରା ବଜାର ଯୋଗାଣ ଶୃଙ୍ଖଳରେ ବାଧା ଉପୁଜିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ।

Advertisment

କଟକରୁ ଦେବାଶିଷ ମହାନ୍ତି ଓ ଭୁବନେଶ୍ୱରରୁ କପିଳେନ୍ଦ୍ର ପ୍ରଧାନଙ୍କ ରିପୋର୍ଟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ