Advertisment

ED Crackdown Shakes Sand Mining Mafia: ତ୍ରାହି ନାହିଁ ବେଫିକର ବାଲି ମାଫିଆଙ୍କୁ; ମାଫିଆ ସିଣ୍ଡିକେଟ ଉପରେ ଏବେ ମହାପ୍ରହାର

ଲଘୁ ଖଣିଜ ଦ୍ରବ୍ୟ ମାଫିଆ ଥରହର। ପ୍ରଶାସନର ଚଢ଼ାଉ ପରେ ଲୁଟେରାଙ୍କର ହଜିଲା ନିଦ। ରୁଷିକୂଲ୍ୟା ନଦୀ ପଠାରୁ ମାଫିଆଙ୍କ ଛତ୍ରଭଙ୍ଗ। ଭଦ୍ରକରେ ରାସ୍ତାରେ ବାଲି ଫିଙ୍ଗି ୨୫ ହାଇୱା ଚମ୍ପଟ। ଗଂଜାମ ସିଣ୍ଡିକେଟ୍ ଉପରେ ରେଡ୍ ନେଇ ତେଜିଲା ରାଜନୀତି।

ED Crackdown Shakes Sand Mining Mafia

ତ୍ରାହି ନାହିଁ ବେଫିକର ବାଲି ମାଫିଆଙ୍କୁ Photograph: (OTV)

Advertisment

ରାଜ୍ୟରେ ଲଘୁଖଣିଜର ଲୁଟପାଟକାରୀ ମାଫିଆ ଏବେ ଥରହର। ମାଫିଆଙ୍କ ଠିକଣା ଜାଗାରେ EDର କ୍ରମାଗତ ରେଡ୍ ଏବଂ ବାଲି ସହ ପଥର ଖାଦାନ ଗୁଡ଼ିକରେ ଜିଲ୍ଲା ପ୍ରଶାସନର ଚଢ଼ାଉ ପରେ ନିଦ ହଜିଛି ଲୁଟେରାଙ୍କର। ବିଜେଡି ଅମଳରେ ଲଘୁ ଖଣିଜ ପଦାର୍ଥକୁ ଖୋଳ କରିଥିବା କେଉଁ ମାଫିଆଙ୍କ ଆଲମାରୀରୁ କୋଟି କୋଟି ତ ଆଉ କାହା ଘରୁ ଲକ୍ଷ ଲକ୍ଷ ନଗଦ ନୋଟ୍ ସିଜ୍ ହୋଇଛି। 

Advertisment

ତେବେ ED ଜାଲରେ ଫସିଥିବା ବିଜେଡି ନେତା ହୃଷିକେଶ ପାଢ଼ୀ କହିଛନ୍ତି, ତାଙ୍କ ଘରୁ କେବଳ ୨୫ ଲକ୍ଷ ଜବତ ହୋଇଛି। ସେପଟେ ଖଣିଜ ପଦାର୍ଥର ଚୋରି ପ୍ରସଙ୍ଗକୁ ନେଇ ତେଜିଛି ରାଜନୀତି।

ତ୍ରାହି ନାହିଁ ବେଫିକର ବାଲି ମାଫିଆଙ୍କୁ...ଖଣି ଖାଦାନକୁ ଖୋଳ କରିଆସୁଥିବା ମାଫିଆ ସିଣ୍ଡିକେଟ ଉପରେ ଏବେ ମହାପ୍ରହାର। ସାମ୍ନାକୁ ଆସିଲାଣି କୋଟି କୋଟି ଟଙ୍କା, ଥରହର ବାଲି ମାଫିଆ। ଗଞ୍ଜାମରେ ବାଲି ମାଫିଆଙ୍କ ବିରାଟ୍ ନେକ୍ସସର ଗୁମର ଖୋଲିବା ପରେ ଏବେ ଖାଁ ଖାଁ ଖଣିଖାଦାନ। 

Advertisment

ରୁଷିକୂଲ୍ୟା ନଦୀ ପଠାରେ ଛତ୍ରଭଙ୍ଗ ଦେଇଛନ୍ତି ମାଫିଆ। ଯେଉଁଠି ଦିନ ରାତି ବେଧଡ଼କ ବାଲି ଚାଲାଣ ହେଉଥିଲା, ସେଇଠି ଏବେ ଶୂନଶାନ୍। କ୍ରମାଗତ ଭାବେ ଗଞ୍ଜାମ ମାଫିଆଙ୍କ ମୁଣ୍ଡରେ ଚଡ଼କ ପରେ ଚିନ୍ତା ବଢ଼ିଛି। ସୋମବାର ମୁହଁ ଖୋଲିଛନ୍ତି ED ଜାଲରେ ଫସିଥିବା ବିଜେଡି ନେତା ହୃଷିକେଶ ପାଢ଼ୀ। 

ତାଙ୍କ ଘରୁ ଜବତ ବିଡ଼ା ବିଡ଼ା ନୋଟ୍ ସଂପର୍କରେ ସଫେଇ ଦେବା ସହ କହିଛନ୍ତି, ମୋ ପାଖରୁ କେବଳ ୨୫ ଲକ୍ଷ ଟଙ୍କା ED ସିଜ୍ କରିଛି। ସେହି ଟଙ୍କା ମୁଁ କରିଥିବା ଶିରିଡ଼ି ସାଇ ମନ୍ଦିର ହୁଣ୍ଡିର ଏବଂ ପୈତୃକ ସମ୍ପତ୍ତି ବିକ୍ରିର। ମୁଁ ବିଜେଡିର ଜଣେ ସମର୍ଥକ କିନ୍ତୁ ନେତା ନୁହଁ ବୋଲି ଆଜି ସଫେଇ ଦେଇଛନ୍ତି ସେ। 

Advertisment

ଗଞ୍ଜାମରେ ମାଫିଆଙ୍କୁ ସାବାଡ଼ ପରେ ଭଦ୍ରକରେ ପଶିଲାଣି ଡର। ପୋଲିସ ଆକ୍ସନ ଭୟରେ ରାସ୍ତା ଉପରେ ବାଲି ଢାଳି ଦେଇ ହାଇୱା ଡ୍ରାଇଭର ଫେରାର୍ ମାରିଥିଲେ। ଏହି ଘଟଣାରେ ପୋଲିସ ୫ ହାଇୱା ଚାଳକଙ୍କୁ ଅଟକ ରଖିଛି। ଆନନ୍ଦପୁର ବୈତରଣୀ ନଦୀର ବିଭିନ୍ନ ଘାଟରୁ ଏମାନେ ବାଲି ବୋଝେଇ କରି ଭଦ୍ରକ ଚାଲାଣ କରୁଥିବା ଜଣାପଡିଛି। 

ହେଲେ ବାଲେଶ୍ୱର ଜିଲ୍ଲାରେ କିନ୍ତୁ ମାତିଛନ୍ତି ମାଫିଆ। ଜିଲ୍ଲାରେ ଯେଉଁଠି ଆଖି ପକେଇବେ ସେଇଠି ଚାଲିଛି ବାଲି ଚାଲାଣ। ଛୋଟ ବଡ଼ ସବୁନଦୀରୁ ଉଠୁଛି ବାଲି। ବୁଢ଼ା ବଳଙ୍ଗ ନଦୀ ଅବବାହିକାରେ କିପରି ଦିନ ଦ୍ୱିପହରରେ ବେଫିକର ଭାବେ ବାଲି ଚାଲାଣ ହେଉଛି, ତାର ପ୍ରମାଣ ଲାଗିଛି ଓଟିଭି ହାତରେ। କେବଳ ବୁଢ଼ାବଳଙ୍ଗ ନୁହଁ, ସୁବର୍ଣ୍ଣରେଖା, ଜଳକା, ସୋନ ଆଦି ନଦୀ ଅବବାହିକାରେ ବେଆଇନ ଭାବେ ବାଲି ଉତ୍ତୋଳନ ହେଉଛି। ଫଳରେ ନଦୀ ଗୁଡ଼ିକ କୂଳ ଖାଇ ଗତିପଥ ବଦଳାଉଛି। 

ସମାନଚିତ୍ର କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇର। ବ୍ରାହ୍ମଣୀ ନଦୀର ବିଭିନ୍ନ ସ୍ଥାନରୁ ଉଠୁଛି ବାଲି। ହୁଏତ କିଛି ସ୍ଥାନରେ ଅନୁମତି ରହିଥିଲେ ବି ବିନା ଅନୁମତିରେ ଅଧିକାଂଶ ଜାଗାରୁ ବାଲି ଚୋରାଚାଲାଣ ହେଉଛି। ଅଳଭା ନିକଟ ବ୍ରାହ୍ମଣୀ ନଦୀରୁ ବିନା ଅନୁମତିରେ ଉଠିଛି ଶହ ଶହ ଟ୍ରିପ୍ ବାଲି। ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ତହସିଲ ଅଫିସ ଘେରାଉ ପରେ ଭାଙ୍ଗିଛି ପ୍ରଶାସନର ନିଦ। ମାଇନିଂ ଅଫିସର, ଅତିରିକ୍ତ ତହସିଲଦାର, ପୋଲିସ ଅଧିକାରୀ ମିଶି ଉଛେଦ କରିଛନ୍ତି। 

ଭୁବନେଶ୍ୱର ପାହାଳ ସହ କଟକ ଓ ଗଞ୍ଜାମ ଜିଲ୍ଲାର ମୋଟ୍ ୨୫ଟି ଜାଗାରେ ଛାପା ମାରିଛି ED। ୬ଟି ରାଜ୍ୟରୁ EDର ବଛା ବଛା ୧୭୫ ଜଣ ଅଫିସର ଆସି ଘଣ୍ଟାଚକଟା କରିଛନ୍ତି। ତେଣେ ଖଣିମନ୍ତ୍ରୀଙ୍କ ଜିଲ୍ଲାରେ ଖଣିଖାଦାନରୁ ଚୋରିକୁ ନେଇ ଘେରିଛି ବିଜେଡି। ED ରେଡ୍ କରିଥିବା ସୁନୀଲ ପାତ୍ରଙ୍କ ସହ ଖଣିମନ୍ତ୍ରୀ ବିଭୁତି ଜେନାଙ୍କ ଲିଙ୍କ୍ ଅଭିଯୋଗ ଆଣି ବିଜେଡି ଇସ୍ତଫା ଦାବି କରିଛି। ଜବାବରେ ଖଣିମନ୍ତ୍ରୀ ବିଭୁତି ଭୂଷଣ ଜେନା କହିଛନ୍ତି, ଏହା ଏକ ବାଚଳାମୀ। ମନ୍ତ୍ରୀଙ୍କ ବନ୍ଧୁ ହୁଅନ୍ତୁ କି ଯିଏ। ବେଆଇନ ଖଣି ଖନନ ବିରୋଧରେ ମୋହନ ସରକାରଙ୍କ ରହିଛି ଶୂନ୍ୟ ସହନଶୀଳତା ନୀତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ