Advertisment

ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କୁ ଅଲିମ୍ପିକ ଟିକେଟ୍‌

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ ଜଲ୍‌ୱା ଦେଖାଇବେ ଦୌଡ଼ରାଣୀ ଦୂତୀ ଚାନ୍ଦ। ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କୁ ଅଲିମ୍ପିକ ଟିକେଟ୍‌ ମିଳିଛି। ଟୋକିଓ ଅଲିମ୍ପିକ୍ସରେ ୨୦୦ ମିଟର ଓ ୧୦୦ ମିଟର ରେସ୍‌ରେ ଭାଗ ନେବାକୁ ସେ ଯୋଗ୍ୟ ବିବେଚିତ ହୋଇଛନ୍ତି। ୱାର୍ଲଡ ରାଙ୍କିଙ୍ଗ…

ଅଦ୍ୟତନ ହୋଇଛି
ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କୁ ଅଲିମ୍ପିକ ଟିକେଟ୍‌

dutee chand

Advertisment

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ ଜଲ୍‌ୱା ଦେଖାଇବେ ଦୌଡ଼ରାଣୀ ଦୂତୀ ଚାନ୍ଦ। ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କୁ ଅଲିମ୍ପିକ ଟିକେଟ୍‌ ମିଳିଛି। ଟୋକିଓ ଅଲିମ୍ପିକ୍ସରେ ୨୦୦ ମିଟର ଓ ୧୦୦ ମିଟର ରେସ୍‌ରେ ଭାଗ ନେବାକୁ ସେ ଯୋଗ୍ୟ ବିବେଚିତ ହୋଇଛନ୍ତି। ୱାର୍ଲଡ ରାଙ୍କିଙ୍ଗ ଆଧାରରେ ତାଙ୍କୁ ଚୟନ କରାଯାଇଛି। ସେ ଟୋକିଓ ଅଲିମ୍ପିକ୍ସରେ ଭାଗ ନେବା ପାଇଁ ଚୟନ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି। 

Advertisment

ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବା ପରେ OTVକୁ ପ୍ରତିକ୍ରିୟା ଦେଇ ଦୂତୀ କହିଛନ୍ତି, କାଲି ରାଙ୍କ୍‌ ପ୍ରକାଶ ପାଇଛି। ୧୦୦ ମିଟରରେ ୪୦, ୨୦୦ ମିଟରରେ ୫୦ ରାଙ୍କ୍‌ ଅଛି। ଟୋକିଓ ଅଲିମ୍ପିକ ପାଇଁ ୪ ମାସ ହେଲା ଅଭ୍ୟାସ ଜାରି ରଖିଛି। ବିଗତ ୨ ବର୍ଷ ହେଲା ମୁଁ ଭଲ ପ୍ରଦର୍ଶନ କରି ଆସିଛି। ନିଶ୍ଚିତ ଭାବରେ ଭଲ ହେବ ବୋଲି ଆଶା କରୁଛି।

ଅନ୍ୟପକ୍ଷେ, ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ଦୌଡରେ ଅଲମ୍ପିଆନ୍ ଦୂତି ଚାନ୍ଦ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କ ନାମକୁ କେନ୍ଦ୍ରକୁ ସୁପାରିଶ କରାଯାଇଛି । ନିକଟରେ ୧୦୦ ମିଟର ଦୌଡ଼ରେ ନୂଆ ଜାତୀୟ ରେକର୍ଡ କରିଥିଲେ ଦୂତୀ ଚାନ୍ଦ। ପଟିଆଲାରେ ଇଣ୍ଡିଆନ୍ ଗ୍ରାଁ ପ୍ରି’ରେ ନିଜ ରେକର୍ଡ ନିଜେ ଭାଙ୍ଗିଛନ୍ତି ଦୂତୀ । ୧୦୦ ମିଟର ଦୌଡ଼କୁ ୧୧.୧୭ ସେକେଣ୍ଡରେ ଅତିକ୍ରମ କରି ସେ ପୁଣି ଏକ ନୂଆ ରେକର୍ଡ କରିଛନ୍ତି । ପୂର୍ବରୁ ଦୂତୀଙ୍କ ନାଁରେ ୧୧.୨୨ ସେକେଣ୍ଡର ରେକର୍ଡ ଥିଲା ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ