187311984_383877509734037_8889834657420160411_n
କଲ୍ୟାଣସିଂହପୁର(ମଉଡ଼ି ବାରିକ) : ଭୋକ ମେଣ୍ଟାଉଛି ସଲପ ଜାଉ । ରାୟଗଡ଼ାର ପାରସାଲି ପଞ୍ଚାୟତର ଆଦିମ ଜନଜାତି ଡ଼ଙ୍ଗରିଆ କନ୍ଧମାନେ ଏବେ ବି ସଲପ ଗଛର ଶୁଖିଲା କାଣ୍ଡର ଚୁନାକୁ ଜାଉ କରି ଖାଉଛନ୍ତି । ତେବେ ସଲପ ଜାଉ ଖାଇବା ଦ୍ୱାରା ଝାଡାବାନ୍ତି ଵ୍ୟାପିପାରେ ବୋଲି ସ୍ବୀକାର କରିଛନ୍ତି ଗୋଷ୍ଠୀ ଉନ୍ନୟନ ଅଧିକାରୀ । ଏନେଇ ଲୋକଙ୍କୁ ସଚେତନ କରାଯାଉ ବୋଲି ସେ କହିଛନ୍ତି ।
ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ପାହାଡ ଅଞ୍ଚଳ ପାରାସାଲି ପଞ୍ଚାୟତ ବୁଡୁଣୀ ଗାଁରେ ରୁହନ୍ତି ଡ଼ଙ୍ଗରିଆ କନ୍ଧ । ଖାଇବା ପାଇଁ ବ୍ୟବହାର କରନ୍ତି ସଲପ ଜାଉ । ଶୁଖିଯାଇଥିବା ସଲପ ଗଛର ଛୋଟ ଛୋଟ କାଠକୁ ସଂଗ୍ରହ କରି ପିଟି ପିଟି ଗୁଣ୍ଡ କରନ୍ତି ଡ଼ଙ୍ଗରିଆ କନ୍ଧମାନେ । ଏହି ଗୁଣ୍ଡକୁ ଚାଲୁଣିରେ ଚଲେଇ ବାହାର କରାଯାଏ ଚୁନା । ଚୁନକୁ ଗୋଟାଏ ଦିନ ପାଣିରେ ଭିଜାଇ ରଖି ତା’ପର ଦିନ ଗରମ ପାଣିରେ ଗୋଳାଇ ପ୍ରସ୍ତୁତ କରାଯାଏ ସଲପ ଜାଉ । ସଲପ ଜାଉକୁ ଜଙ୍ଗଲୀ ଶାଗ ସହ ଖାଆନ୍ତି ଆଦିମ ଜନଜାତି ଡ଼ଙ୍ଗରିଆ କନ୍ଧ ।
ନିୟମଗିରି ପର୍ବତ ଉପରେ ବସବାସ କରୁଥିବା ବିରଳ ଆଦିମ ଜନଜାତି ଡଙ୍ଗରିଆ କନ୍ଧଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବାକୁ ୧୯୮୬ ମସିହାରେ ସରକାର “ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା”(DKDA) ନାମରେ ସ୍ବତନ୍ତ୍ର ବିଭାଗ କାର୍ଯ୍ୟକାରୀ କରିଥିଲେ । ୨୦୧୭ ମସିହାରେ ଏଥିରେ ପୁଣି ଆଉ ଗୋଟିଏ ବିଭାଗ ଯୋଡା ଗଲା । ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ସହ “ଓଡିଶା ଆଦିମ ଜନଜାତି ସହସକ୍ତିକରଣ ଓ ଜୀବିକା ଉନ୍ନତିକରଣ କାର୍ଯ୍ୟକାରୀ ” ଆରମ୍ଭ କରିଥିଲେ ସରକାର। ଏହି ଦୁଇ ବିଭାଗକୁ ଓଡିଶା ସରକାର ଓ (IFAD) କୋଟି କୋଟି ଟଙ୍କା ପ୍ରଦାନ କରୁଛନ୍ତି ।
ଅନ୍ୟପଟେ ଏହାର ପରିଚାଳନା ଓ ଖର୍ଚ୍ଚ କରିବା ଦାୟିତ୍ଵ “ଫାର୍ ମୁନିଗୁଡା” ନାମକ ଏକ ସ୍ୱେଚ୍ଛାସେବୀ ସଂସ୍ଥାକୁ ଦିଆଯାଇଛି । ଏମାନଙ୍କ ଉନ୍ନତି ପାଇଁ ଏହି ଦୁଇ ବିଭାଗ ଜରିଆରେ ଆସିଥିବା କୋଟି କୋଟି ଟଙ୍କା ଆସୁଛି। ଦୀର୍ଘ ୩୫ ବର୍ଷ ହେଵ ଏହି ଦୁଇ ବିଭାଗର ଏହି ଅଞ୍ଚଳର ଲୋକଙ୍କ ବିକାସ ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସତ କିନ୍ତୁ ଏବେ ବି ଏମାନେ ସଲପ ଜାଉ ପରି ଅଖାଦ୍ୟ ଖାଇ ବଞ୍ଚୁଛନ୍ତି । ଅଭିଯୋଗ ହେଉଛି ଡଙ୍ଗରିଆ କନ୍ଧମାନଙ୍କ ଆଖିରେ ପଟି ବାନ୍ଧି ଲୁଟୁଛନ୍ତି ଅଧିକାରୀ । ଦୁଇ ଯୋଜନାରେ ଡଙ୍ଗରିଆ କନ୍ଧଙ୍କର କୌଣସି ଉନ୍ନତି ହେଉଥିବା ଦେଖାଯାଉନି ବରଂ ବିଭାଗୀୟ ଅଧିକାରୀ ମାନେ ଉନ୍ନତି ହେଉଛନ୍ତି ବୋଲି କୁହାଯାଉଛି ।
ସଲପ ଜାଉ ଖାଇବା ଯାଗ୍ୟ ନୁହେଁ ତଥା ଅସ୍ବାସ୍ଥ୍ୟକର ଓ ଅଖାଦ୍ୟ ଅଟେ । ସଲପ ଜାଉ ଖାଇବା ଦ୍ବାରା ଝାଡ଼ାବାନ୍ତି ବ୍ୟାପିପରେ ବୋଲି ଡାକ୍ତର କହିବା ବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଖାଦ୍ୟ ସମ୍ପର୍କରେ ଅବଗତ ଅଛନ୍ତି ଏବଂ ସେମାନଙ୍କୁ ନଖାଇବାକୁ ପରାମର୍ଶ ଦେଇଥିବା କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/187311984_383877509734037_8889834657420160411_n_1623579930.jpg)