Advertisment

ତୃତୀୟ ଲହର ପ୍ରସ୍ତୁତି ପାଇଁ ଡାକ୍ତରଙ୍କ ତାଲିମକୁ ଦିଅ ପ୍ରାଥମିକତା-ମୁଖ୍ୟମନ୍ତ୍ରୀ

କୋଭିଡ଼ ନିୟମ କଡ଼ାକଡ଼ି ପାଳନ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ସଂକ୍ରମଣ ଅଧିକ ଥିବା ଜିଲ୍ଲାରେ ନିୟମ କଡ଼ାକଡ଼ି ପାଳନ ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ନବୀନ

ଅଦ୍ୟତନ ହୋଇଛି
ତୃତୀୟ ଲହର ପ୍ରସ୍ତୁତି ପାଇଁ ଡାକ୍ତରଙ୍କ ତାଲିମକୁ ଦିଅ ପ୍ରାଥମିକତା-ମୁଖ୍ୟମନ୍ତ୍ରୀ

naveen patnaik

Advertisment

ଭୁବନେଶ୍ୱର: କୋଭିଡ଼ ନିୟମ କଡ଼ାକଡ଼ି ପାଳନ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ସଂକ୍ରମଣ ଅଧିକ ଥିବା ଜିଲ୍ଲାରେ ନିୟମ କଡ଼ାକଡ଼ି ପାଳନ ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ନବୀନ । ରାଜ୍ୟର କରୋନା ସ୍ଥିତି ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ଘରକୁ ଘର ବୁଲି ସର୍ଭେକୁ ଆହୁରି ତ୍ୱରାନ୍ୱିତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । କେବଳ ଏତିକି ନୁହେଁ ବରଂ ତୃତୀୟ ଲହର ପ୍ରସ୍ତୁତି ନେଇ ଡାକ୍ତରମାନଙ୍କୁ କେମିତି ତାଲିମ ଦିଆଯିବ ତାହାକୁ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Advertisment

ଅନ୍ୟପଟେ ପୁରୀ, କଟକ, ବାଲେଶ୍ୱର, ମୟୂରଭଞ୍ଜରେ ସଂକ୍ରମଣ ଅଧିକ ରହିଛି । ତେଣୁ ଏସବୁ ଜିଲ୍ଲା ଉପରେ ଅଧିକ ସତର୍କ ଦୃଷ୍ଟି ରଖାଯାଇଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଖୋର୍ଦ୍ଧା, ପୁରୀରେ ସଂକ୍ରମଣ ୯ରୁ୧୫% ରହୁଥିବା କହିଛନ୍ତି ସ୍ୱାସ୍ଥ୍ୟ ବିଭାଗ ACS । ଜୁଲାଇ ୧୫ ବେଳକୁ ପରିସ୍ଥିତିରେ ଅଧିକ ଉନ୍ନତି ଆସିବ ବୋଲି ACS  ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ