Advertisment

BJD Leadership: ଦିବ୍ୟଶଙ୍କରଙ୍କ ଗୋଟିଏ କିକରେ ପଲିଟିକାଲ୍ ଫୁଟବଲ୍ ଗୋଲ୍

ବାସ୍, ଏତିକ କହି ରାଜ୍ୟ ବିଜେଡିରେ ପୁଣି ଦିଆସିଲି ମାରିଦେଲେ ଦିବ୍ୟଶଙ୍କର । ସେପଟେ ଦିବ୍ୟଶଙ୍କରଙ୍କ କହିବାର ଠିକ୍ ପର ଦିନ, ବରଗଡର ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ, ଫୁଟବଲ ଖେଳରେ ଅତିଥି ହୋଇ, ପୁଣି ଆଉ ଗୋଟିଏ ପଲିଟିକାଲ ଗୋଲ କରିଦେଲେ ।

Balangir Political Football Match

Balangir Political Football Match Photograph: (OTV)

Advertisment

ଗୋଟିଏ କିକରେ ଗୋଲ କରିଦେଲେ ଦିବ୍ୟଶଂକର । ହେଲେ ଏ ଗୋଲ୍ ସାଧାରଣ ଗୋଲ୍ ନୁହେଁ, ଇଏ ପଲିଟିକାଲ୍ ଫୁଟବଲ୍ ଗୋଲ୍ । ପୁଣି ଦେହରାଇଲେ ସେ ପୁରୁଣା କଥା । କଳିକେଶଙ୍କ ଅଜା ରାଜେନ୍ଦ୍ର ନାରାୟଣ ସିଂଦେଓ ମୁଖ୍ୟମନ୍ତ୍ରୀ ଥିଲେ । ପଶ୍ଚିମ ଓଡିଶା ପାଇଁ ଗର୍ବ ଥିଲେ । ଠିକ ସେମିତି ଆମେ ସମସ୍ତେ ମିଶି କଳିକେଶଙ୍କୁ ବି ଆମ ଲିଡରସିପ ଦେବା, ଯାହାକୁ ପୂରା ଓଡିଶା ଗ୍ରହଣ କରିବ ।

Advertisment

ବାସ୍, ଏତିକ କହି ରାଜ୍ୟ ବିଜେଡିରେ ପୁଣି ଦିଆସିଲି ମାରିଦେଲେ ଦିବ୍ୟଶଙ୍କର । ସେପଟେ ଦିବ୍ୟଶଙ୍କରଙ୍କ କହିବାର ଠିକ୍ ପର ଦିନ, ବରଗଡର ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ, ଫୁଟବଲ ଖେଳରେ ଅତିଥି ହୋଇ, ପୁଣି ଆଉ ଗୋଟିଏ ପଲିଟିକାଲ ଗୋଲ କରିଦେଲେ । ଦିବ୍ୟଶଂକରଙ୍କ ମତାମତକୁ ସମର୍ଥନ କରି ଦେବେଶ କହିଲେ, କଳିକେଶ ନିଅନ୍ତୁ ରାଜ୍ୟ ନେତୃତ୍ବ । 

କଳିକେଶଙ୍କୁ ନେତୃତ୍ବ ଦେବା କହି, ରାଜ୍ୟ ବିଜେଡି ରାଜନୀତିରେ ନିଆଁ ଲଗାଇଥିବା ଦୁଇ ନେତା, ଦୁଇଦିନରେ ବଦଳିଗଲେ । ବଲାଙ୍ଗିରରୁ କଳାହାଣ୍ଡି ଗଲା ପରେ, ଠିକ ପରଦିନ ଗଣମାଧ୍ୟମ ସମ୍ମିଳନୀ କରି, ନିଜ କଥାକୁ ଢୋକିଦେଲେ ଦିବ୍ୟଶଂକର । କହିଲେ, ମୁଁ ଏପରି କହିନାହିଁ । ଗଣମାଧ୍ୟମ ଯୋଡତୋଡ କରି ଦେଖାଇଛି । କିନ୍ତୁ ଦେବେଶ କହିଲେ, କଳିକେଶଙ୍କ ଅଭିଜ୍ଞତା ଓ ରାଜନୀତିରେ ପରିବାରର ସଫଳତାକୁ ଦେଖିଲେ, କଳିକେଶ ବାବୁ ଆମର ନେତୃତ୍ବ ନେବା କଥା । 

Advertisment

ଘଟଣାର ତିନିଦିନ ପରେ, ମୁହଁ ଖୋଲିଥିଲେ ବଲାଙ୍ଗିର ବିଜେଡି ଜିଲ୍ଳା ସଭାପତି ଓ ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଆୟୁବ ଖାନ । କଳିକେଶଙ୍କ ନେତୃତ୍ବକୁ ଖୋଲାଖୋଲି ଚ୍ୟାଲେଞ୍ଜ କରି ଏହା ଦିବାସ୍ବପ୍ନ ବୋଲି କହିଲେ । ସେହିଭଳି ଜିଲ୍ଳା ସଭାପତି ସରୋଜ ମେହେର କହିଛନ୍ତି ଆମ ନେତା ନବୀନ ପଟ୍ଟନାୟକ । ସେ ଯାହାକୁ ବାଛିବେ ଆମେ ମାନିନେବୁ । 

BJD Active Politics Dibya Sankar Mishra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ