ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ସେବାୟତ ଓ ପ୍ରଶାସନ ମୁହାଁମୁହିଁ Photograph: (OTV)
ରାଷ୍ଟ୍ରପତିଙ୍କ ଗସ୍ତପୂର୍ବରୁ ସେବୟତ ଓ ପ୍ରଶାସନ ମଧ୍ୟରେ ବିବାଦ। ବିରଜା ମନ୍ଦିରରେ ସୀମିତ ମାତ୍ରାରେ ସେବାୟତ ପ୍ରବେଶ ନିଷ୍ପତ୍ତିକୁ ନେଇ ଅସନ୍ତୋଷ। ଆସନ୍ତାକାଲି ରାଷ୍ଟ୍ରପତିଙ୍କ ଯାଜପୁର ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରୋଟୋକଲ ଅନୁଯାୟୀ ମା ବିରଜା ମନ୍ଦିରରେ ପୂଜାକାର୍ଯ୍ୟ ସମୟରେ କେବଳ ସୀମିତ ସଂଖ୍ୟକ ସେବାୟତଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ରହିଛି ।
ମାତ୍ର ଏହି ନିଷ୍ପତ୍ତିକୁ ନେଇ ସେବାୟତମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ସେମାନଙ୍କ କହିବା କଥା, ପୂର୍ବରୁ କେବେ ମଧ୍ୟ ଏଭଳି ସେବାୟତଙ୍କ ସଂଖ୍ୟା ସୀମିତ କରାଯାଇନଥିଲା। ଏଣୁ ମନ୍ଦିରର ନୀତି ଓ ପରମ୍ପରା ଅନୁଯାୟୀ ସମସ୍ତ ସେବାୟତଙ୍କର ଅଧିକାର ରହିଛି। ଆମକୁ ବାହାରେ ରଖି ପୂଜା କରାଯିବା ଅନୁଚିତ ବୋଲି ସେବାୟତ କହିଛନ୍ତି।
ସେପଟେ ଉପଜିଲ୍ଲାପାଳ କହିଛନ୍ତି, ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସମସ୍ତ ବ୍ୟବସ୍ଥା କଡା ସୁରକ୍ଷା ଓ ପ୍ରୋଟୋକଲ ଅନୁଯାୟୀ କରାଯାଇଛି। ନିୟମ ମାନି ସୀମିତ ସେବାୟତଙ୍କୁ ପୂଜାକାର୍ଯ୍ୟରେ ନିୟୋଜନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏନେଇ ଅଧିକ ବିଚାର ବିମର୍ଶ କରାଯାଉଛି ବୋଲି କହିଛନ୍ତି ଉପଜିଲ୍ଲାପାଳ ।
- ରାଷ୍ଟ୍ରପତିଙ୍କ ଦର୍ଶନ ପୂର୍ବରୁ ବିବାଦ
- ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ସେବାୟତ ଓ ପ୍ରଶାସନ ମୁହାଁମୁହିଁ
- ସୀମିତ ସେବାୟତ ପ୍ରବେଶ ନିଷ୍ପତ୍ତିକୁ ନେଇ ଅସନ୍ତୋଷ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/02/limited-access-protocol-sparks-tension-2026-02-02-18-47-55.jpg)