Advertisment

Jail Officials in the Dock: ଜେଲ ଅଧିକାରୀଙ୍କ ଅବହେଳାର ପୋଲ୍ ଖୋଲିଲା DIGଙ୍କ ରିପୋର୍ଟ, ଘଟଣାର ୧୨ ଦିନ ପରେ ବି ପୋଲିସର ହାତ ଖାଲି

ଠିକରେ କାମ କରୁ ନଥିଲା ସିସିଟିଭି। ଡ୍ୟୁଟିରେ ଖିଲାପ କରୁଥିଲେ ୱାର୍ଡର। ମନିଟିରିଂ କରୁନଥିଲେ ଉଚ୍ଚ ଅଧିକାରୀ, ଆଉ ଖସିବାକୁ ଅପରାଧୀ କରିଥିଲେ ପ୍ରି ପ୍ଲାନିଂ। ଚୌଦ୍ବାର ସର୍କଲ ଜେଲରୁ ଦୁଇ ହାର୍ଡକୋର ବିହାରୀ ଅପରାଧୀ ଖସିଯିବା ପଛରେ ଜେଲ କର୍ତ୍ତୃପକ୍ଷଙ୍କ ସାଂଘାତିକ ତ୍ରୁଟି।

CHOUDWAR-JAIL

CHOUDWAR-JAIL Photograph: (OTV)

Advertisment

ଚୌଦ୍ବାର ଜେଲରୁ ୨ ହାର୍ଡକୋର ଅପରାଧୀ ଖସିଯିବା ପଛରେ ଜେଲ କର୍ତ୍ତୃପକ୍ଷଙ୍କ ଗୁରୁତର ତ୍ରୁଟି ବିଚ୍ୟୁତି। ଦାୟିତ୍ବରେ ଚରମ ଅବହେଳା ସହ ଅଣଦେଖା କରିଥିଲେ ଅଧୀକ୍ଷକ ଓ ଜେଲର। ଏ ଘଟଣାର ତଦନ୍ତ କରୁଥିବା ଜେଲ୍ ଡିଆଇଜି ତାଙ୍କ ରିପୋର୍ଟ ଡିଜିଙ୍କୁ ଦେଇଥିବା ବେଳେ ସାମ୍ନାକୁ ଆସିଛି ଏ ସଙ୍ଗୀନ ତଥ୍ୟ। ଏପଟେ ଚୋର ଗଲାପରେ ଚେତା ପଶିବା ଭଳି ଗତକାଲି ସବୁ ଜିଲ୍ଲାପାଳ ଏସପିଙ୍କୁ ଚିଠି ଲେଖି, ଜେଲକୁ ସରପ୍ରାଇଜ୍ ଭିଜିଟ୍ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜେଲ୍ ଡିଜି।...

Advertisment

ଠିକରେ କାମ କରୁ ନଥିଲା ସିସିଟିଭି। ଡ୍ୟୁଟିରେ ଖିଲାପ କରୁଥିଲେ ୱାର୍ଡର। ମନିଟିରିଂ କରୁନଥିଲେ ଉଚ୍ଚ ଅଧିକାରୀ, ଆଉ ଖସିବାକୁ ଅପରାଧୀ କରିଥିଲେ ପ୍ରି ପ୍ଲାନିଂ। ଚୌଦ୍ବାର ସର୍କଲ ଜେଲରୁ ଦୁଇ ହାର୍ଡକୋର ବିହାରୀ ଅପରାଧୀ ଖସିଯିବା ପଛରେ ଜେଲ କର୍ତ୍ତୃପକ୍ଷଙ୍କ ସାଂଘାତିକ ତ୍ରୁଟି। ଘଟଣାର ୧୧ ଦିନ ପରେ ବିଭାଗୀୟ ଡିଜିଙ୍କୁ ରିପୋର୍ଟ ଦେଇଛନ୍ତି ଜେଲ ବିଭାଗ ଡିଆଇଜି। ଯେଉଁଥିରେ ସାମ୍ନାକୁ ଆସିଛି ଓଡ଼ିଶାର ସେଣ୍ଟ୍ରାଲ ଜେଲ କୁହାଯାଉଥିବା ଚୌଦ୍ବାର ସର୍କଲ ଜେଲର ଗୁରୁତର ତ୍ରୁଟି ବିଚ୍ୟୁତି।

ରିପୋର୍ଟ କହୁଛି, ଏ ସଂଗୀନ ଘଟଣାରେ ଜେଲ ଅଧୀକ୍ଷକ, ଜେଲର, ୱାର୍ଡରଙ୍କ ଭୁଲ ଜଳ ଜଳ ଦିଶୁଛି। ହାଇସିକ୍ୟୁରିଟି ଚୌଦ୍ବାର ଜେଲର ୪ ଓ ୭ ନମ୍ବର ସେଲରେ ରହୁଥିଲେ ଅଭିଯୁକ୍ତ ରାଜା ଓ ମଧୁକାନ୍ତ। ୭ ନମ୍ବର ସେଲରେ ଥିବା କ୍ୟାମେରା ମୁହଁକୁ ବୁଲାଇ ଦିଆଯାଇଥିଲା। ଆଉ ୪ ନମ୍ବର ସେଲରେ ଥିବା କ୍ୟାମେରା ଆଗରେ ମଝିରେ ମଝିରେ କପଡ଼ା ଘୋଡାଇ ଦିଆଯାଉଥିଲା। ସେହିଭଳି ବାହାର ଗେଟରେ ଲାଗିଥିବା ଦୁଇ କ୍ୟାମେରା ଠିକରେ କାମ କରୁନଥିଲା।

Advertisment

ଯେଉଁ ତ୍ରୁଟିକୁ ଅଧୀକ୍ଷକ ଓ ଜେଲର ଅନୁଧ୍ୟାନ କରିିବା କଥା, କିନ୍ତୁ ଏ ଦୁହେଁ ମନିଟରିଂରେ ଅବହେଳା କରିଥିଲେ। ସେପଟେ ଦୁଇ ଅପରାଧୀ ଯେଉଁ ଆରିରେ ସେଲ୍ କାଟିଥିବା କୁହାଯାଉଛି, ତାହା ସମ୍ଭବ ନୁହେଁ ବୋଲି ରିପୋର୍ଟ କହୁଛି। ଆଉ ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି, ଅଲଗା ସେଲରେ ଥାଇ ବି ଦୁଇ ଅପରାଧୀ ଯେଭଳି ଗୋଟିଏ ସମୟରେ ପାଚେରୀ ଡେଇଁ ଛୁ ମାରିଛନ୍ତି, ତା ପଛରେ ରହିଛି ଯୋଜନାବଦ୍ଧ ଷଡ଼ଯନ୍ତ୍ର।

ଏପଟେ ଚୌଦ୍ବାର ଜେଲରୁ ୨ ହାର୍ଡକୋର୍ କଏଦୀ ଖସିବାର ୧୨ ଦିନ ପରେ ବି ପୋଲିସର ହାତ ଖାଲି। ସେମାନଙ୍କ ସଂପପର୍କରେ ଏଯାଏଁ ସାମାନ୍ୟ ସୁରାକ ବି ମିଳିନି। ଏପଟେ ଚୌଦ୍ବାର ଜେଲ ତ୍ରୁଟି ପରେ, ରାଜ୍ୟର ସବୁ ଜେଲକୁ ନିୟମିତ ଓ ସରପ୍ରାଇଜ୍ ଭିଜିଟ୍ ପାଇଁ ଜିଲ୍ଲାପାଳ ଓ ଏସପିମାନଙ୍କୁ ଚିଠି ଲେଖିଛନ୍ତି ଜେଲ୍ ଡିଜି ସୁଶାନ୍ତ ନାଥ। ତେବେ ଏହି ନିୟମ ଆଗରୁ ଥିଲେ ବି ଏବେ ହଠାତ କାହିଁକି ତାକୁ ନେଇ ଉଠିଛି ପ୍ରଶ୍ନ। କୁହାଯାଉଛି, ଚୋର ଗଲା ପରେ ହିଁ ମୁଖିଆଙ୍କ ମୁଣ୍ଡରେ ଚେତା ପଶିଛି। ଜିଲ୍ଲାପାଳ ଓ ଏସପିଙ୍କ ଗୁଡ୍ କ୍ୟାରେକ୍ଟର ସାର୍ଟିଫିକେଟ ମଳିନ ପଡିଥିବା ଜେଲ ବିଭାଗର ଛବିକୁ ଧୋଇଦେବ କି ବୋଲି ଚର୍ଚ୍ଚା ହେଉଛି।

Advertisment

ଚୌଦ୍ବାର ଜେଲରୁ କଏଦୀ ଫେରାର ଘଟଣାରେ ଜଣେ ୱାର୍ଡର ଓ ଚିଫ ୱାର୍ଡରଙ୍କୁ ନିଲମ୍ବିତ କରି ଦାୟିତ୍ବ ସାରିଥିଲା ଜେଲ ବିଭାଗ। ଗତକାଲି ଜେଲର ସନ୍ତୋଷିନୀ ଦାଶଙ୍କୁ ବଦଳି କରାଯାଇଛି। ପ୍ରଶ୍ନ ଉଠୁଛି ଦୁଇ ହାର୍ଡକୋର ଅପରାଧୀ ହାଇ ସିକ୍ୟୁରିଟି ଜେଲରୁ ଖସିଯିବା ବଦଳରେ କେବଳ ଜଣେ ଅଧିକାରୀଙ୍କ ବଦଳି କଣ କାର୍ଯ୍ୟାନୁଷ୍ଠାନ ? ଘଟଣା ପାଇଁ କାହିଁକି ଦାୟୀ ହେବେନି ଜେଲ ଅଧୀକ୍ଷକ? ଏ ଭିତରେ ବଦଳି ହୋଇଥିବା ମହିଳା ଜେଲରଙ୍କ ବିରୋଧରେ ପୂର୍ବରୁ ଏକାଧିକ ଗୁରୁତର ତ୍ରୁଟି ଘଟଣା ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି। 

Choudwar Jail Prisoner Escapes From Jail
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ