Advertisment

Pressure Over Safety: ମରଣ ମୁହଁକୁ ଠେଲିଦେଲେ କି ମ୍ୟାନେଜର୍ ଆଣ୍ଡ କୋ ? ପ୍ରୋଗ୍ରାମ୍ ଫିକ୍ସଡ ଥିବାରୁ ବାଧ୍ୟ ହୋଇ ଯାଉଥିଲେ ହ୍ୟୁମାନ

ହ୍ୟୁମାନଙ୍କ ମାଆଙ୍କ କହିବା କଥା, ପୁଅର ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ତାଙ୍କୁ କିଛି ଜଣାଯାଉ ନଥିଲା। ପ୍ରୋଗ୍ରାମ୍ ଫିକ୍ସଡ ହୋଇଥିବାରୁ ବାଧ୍ୟ ହୋଇ ଯାଉଥିଲେ ହ୍ୟୁମାନ। ଏସବୁ କରାଉଥିଲେ ମ୍ୟାନେଜର ପପୁ। ସେପଟେ ହ୍ୟୁମାନଙ୍କୁ ଇମୋସନାଲ୍ ଟ୍ରାପ୍ କିଏ କରୁଥିଲା ବୋଲି ପ୍ରଶ୍ନ ଉଠାଇଛନ୍ତି ପ୍ରେମ ଆନନ୍ଦ।

Humane Sagar

Humane Sagar Photograph: (OTV)

Advertisment

ହ୍ୟୁମାନଙ୍କୁ ମରଣ ମୁହଁକୁ ଠେଲିଦେଲେ କି ମ୍ୟାନେଜର୍ ଆଣ୍ଡ କୋ ? ଗୁରୁତର ଥାଇ ବି କାହିଁକି ରଖାଯାଉଥିଲା ଏତେ ପ୍ରୋଗ୍ରାମ୍ ? ହ୍ୟୁମାନ ସାଗରଙ୍କ ମୃତ୍ୟୁର ୬ ଦିନ ପରେ ବି ଏଭଳି ପ୍ରଶ୍ନରେ ଘାଣ୍ଟି ହେଉଛନ୍ତି ପ୍ରଶଂସକ। ହ୍ୟୁମାନଙ୍କ ମାଆଙ୍କ କହିବା କଥା, ପୁଅର ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ତାଙ୍କୁ କିଛି ଜଣାଯାଉ ନଥିଲା। ପ୍ରୋଗ୍ରାମ୍ ଫିକ୍ସଡ ହୋଇଥିବାରୁ ବାଧ୍ୟ ହୋଇ ଯାଉଥିଲେ ହ୍ୟୁମାନ। ଏସବୁ କରାଉଥିଲେ ମ୍ୟାନେଜର ପପୁ। ସେପଟେ ହ୍ୟୁମାନଙ୍କୁ ଇମୋସନାଲ୍ ଟ୍ରାପ୍ କିଏ କରୁଥିଲା ବୋଲି ପ୍ରଶ୍ନ ଉଠାଇଛନ୍ତି ପ୍ରେମ ଆନନ୍ଦ। ଅନ୍ୟପଟେ ଦୁଇ ମ୍ୟାନେଜରଙ୍କ ନାଁରେ ଆଉ ଦୁଇଟି ଥାନାରେ ଏତଲା ପରେ ବଢିଛି ଅଡ଼ୁଆ।....

Advertisment

ଯନ୍ତ୍ରଣାରେ ଛଟପଟ ହେଉଥିଲେ ହ୍ୟୁମାନ । ତଥାପି ରଖାଯାଇଥିଲା ପ୍ରୋଗ୍ରାମ୍ । ଦିନକୁ ଦିନ ବିଗୁଡ଼ୁଥିଲା ହ୍ୟୁମାନଙ୍କ ସ୍ବାସ୍ଥ୍ୟ । ହେଲେ କିଛି ଜାଣୁନଥିଲେ ଘର ପରିବାର । ସବୁ ମ୍ୟାନେଜ୍ କରୁଥିଲେ ମ୍ୟାନେଜର୍ ପପୁ ।

ହ୍ୟୁମାନଙ୍କ ବିଦାୟ ଦିନ ଯେତିକି ଗଡ଼ୁଛି, ବିବାଦ ସେତିକି ସେତିକି ବଢୁଛି। ଟିମ୍ ହ୍ୟୁମାନଙ୍କୁ ନେଇ ସବୁଠି ପ୍ରଶ୍ନ, ସବୁଆଡ଼େ ଆକ୍ରୋଶ। ଟାର୍ଗେଟରେ ମ୍ୟାନେଜର ପପୁ ଆଉ ପ୍ରଶାନ୍ତ। ଏହାରି ଭିତରେ ଗୁରୁତର ଅଭିଯୋଗ ଆଣିଛନ୍ତି ମାଆ ଶେଫାଳୀ। କହିଛନ୍ତି, ହ୍ୟୁମାନଙ୍କ ସ୍ବାସ୍ଥ୍ୟ ବେଳକୁ ବେଳ ଖରାପ ହେଉଥିଲେ ବି ସ୍ପଷ୍ଟ ଭାବେ କୌଣସି ସୂଚନା ଦେଉନଥିଲେ ମ୍ୟାନେଜର୍ ଆଣ୍ଡ କୋ। ଏପରିକି ଅତି ଗୁରୁତର ଅବସ୍ଥାରେ ଥାଇ ବି ହ୍ୟୁମାନ ବାଧ୍ୟ ହୋଇ ପ୍ରୋଗ୍ରାମକୁ ଯାଉଥିଲେ। ଶୋ' ପାଇଁ ଡେଟ୍ ଫିକ୍ସ କରିବାଠୁ, ଟଙ୍କା ପଇସା କଥା ସବୁ ବୁଝୁଥିଲେ ମ୍ୟାନେଜର ଦୀନେଶ ଓରଫ୍ ପପୁ।

Advertisment

ଏଠି ପ୍ରଶ୍ନ- ଗୁରୁତର ହ୍ୟୁମାନଙ୍କୁ ପ୍ରୋଗ୍ରାମ କରିବାକୁ କିଏ ପକାଉଥିଲା ଚାପ ? ଅସୁସ୍ଥ ଥାଇ ବି କାହିଁକି ରଖାଯାଉଥିଲା ଶୋ' ? ହ୍ୟୁମାନ ଭଲରେ ଚାଲିପାରୁନଥିଲେ, ତଥାପି କାହିଁକି ଗୋଟିଏ ପରେ ଗୋଟିଏ ପ୍ରୋଗ୍ରାମ ପାଇଁ ନିଆଯାଉଥିଲା ଆଡଭାନ୍ସ ? ଯଦି ଆଗୁଆ ଡେଟ୍ ଫିକ୍ସ ହୋଇଥିଲା, ତାହେଲେ କ୍ୟାନସଲ୍ କାହିଁକି କରାଯାଉନଥିଲା ? ଅସୁସ୍ଥତା ବିଷୟରେ ଜାଣି ବି କାହିଁକି ଶୋ' ରଖୁଥିଲେ ମ୍ୟାନେଜର ? ହ୍ୟୁମାନଙ୍କ ଜୀବନ ଆଗ ନା ପ୍ରୋଗ୍ରାମ ଆଗ ? ପର୍ସେଣ୍ଟେଜ୍ ପାଇଁ ହ୍ୟୁମାନଙ୍କୁ ମରଣ ମୁହଁକୁ ଠେଲି ଦେଉନଥିଲା ତ ଟିମ୍ ?

ହ୍ୟୁମାନଙ୍କୁ ଇମୋସନାଲ୍ ଟ୍ରାପ୍ କିଏ କରୁଥିଲା ?

ସେପଟେ ହ୍ୟୁମାନଙ୍କ ସ୍ବାସ୍ଥ୍ୟ ବିଗିଡ଼ିବା ପଛରେ କିଏ, ତାହାର ତଦନ୍ତ କରିବାକୁ ଦାବି କରିଛନ୍ତି ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ। କହିଛନ୍ତି, ପ୍ରୋଗ୍ରାମ ବନ୍ଦ କଲେ କାଳେ ସୋସିଆଲ ମିଡିଆରେ ଟ୍ରୋଲ୍ ହେବେ ସେଥିପାଇଁ ଡରୁଥିଲେ ହ୍ୟୁମାନ। ହ୍ୟୁମାନଙ୍କୁ କିଏ ଇମୋସନାଲ ଟ୍ରାପ୍ କରୁଥିଲା, ତାକୁ ନେଇ ଉଠାଇଛନ୍ତି ବଡ଼ ପ୍ରଶ୍ନ । ଝିଅ ଓ ସ୍ତ୍ରୀଙ୍କୁ ଦେଖା କରିବାକୁ ହ୍ୟୁମାନ ଚାହୁଁଥିଲେ ଏବଂ ସ୍ତ୍ରୀ ଓ ଝିଅ ଅପେକ୍ଷା ବି କରୁଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ହ୍ୟୁମାନ ଆଉ ଆସୁନଥିଲେ। ହ୍ୟୁମାନଙ୍କୁ ସ୍ତ୍ରୀ ଓ ଝିଅ ପାଖରୁ କିଏ ଦୂରେଇ ଦେଉଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ସେପଟେ ସଂଗୀତ ନିର୍ଦ୍ଦେଶକ ଦିଲ୍ଲୀପ ଜେନା କହିଛନ୍ତି, ହ୍ୟୁମାନଙ୍କୁ ବଞ୍ଚାଇ ରଖିନପାରିବା ଆମ ସମସ୍ତଙ୍କର ଦୁର୍ଭାଗ୍ୟ।... 

Advertisment

ଏସବୁ ଭିତରେ ଆହୁରି ବଢିଛି ହ୍ୟୁମାନଙ୍କ ଦୁଇ ମ୍ୟାନେଜରଙ୍କ ଅଡ଼ୁଆ। ଗତକାଲି ବଲାଙ୍ଗିର ଟାଉନ ଥାନା ପରେ ଆଜି ସଇଁନ୍ତଳା ଓ ଯାଜପୁର ରୋଡ୍ ପୋଲିସର ଦ୍ବାରସ୍ଥ ହୋଇ ହ୍ୟୁମାନଙ୍କ ଅସୁସ୍ଥତା ଓ ମୃତ୍ୟୁ ଘଟଣାର ତଦନ୍ତ ଦାବି କରିଛନ୍ତି ପ୍ରଶଂସକମାନେ। ଏପଟେ ଗତକାଲି ଓଟିଭିରେ ହ୍ୟୁମାନଙ୍କ ଟିମର ମନମାନି ସମ୍ପର୍କରେ ଗୁମର ଖୋଲିଥିବା ଆଙ୍କର୍ ଲିଜାଙ୍କୁ ଚୁପ୍ ହେବାକୁ ଚାପ ପକାଯାଉଥିବା ଅଭିଯୋଗ ହୋଇଛି।... 

ହ୍ୟୁମାନଙ୍କ ଭଳି ହୀରାକୁ ହରେଇଦେଇ ଭାଙ୍ଗିପଡ଼ିଛି କଳାଜଗତ। ପ୍ରଶଂସକଙ୍କ ମଧ୍ୟରେ ଉଙ୍କିମାରୁଛି ଅନେକ ପ୍ରଶ୍ନ। ବିଧିବଦ୍ଧ ତଦନ୍ତ ହେଲେ ଏସବୁ ରହସ୍ୟ ଉପରୁ ପରଦା ହଟିବ ବୋଲି ଆଶା କରାଯାଉଛି।..... 



humane sagar humane sagar mother
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ