Advertisment

Defunct CCTV Cameras in Bhawanipatna: ଅନ୍ଧ ହୋଇ ପଡ଼ିଛି ପୋଲିସର ତୃତୀୟ ନୟନ; ବଢୁଛି ଚୋରି-ଡକାୟତି-ଅପରାଧ

ସହରଗୁଡିକରେ ଅତ୍ୟାଧୁନିକ ସିସିଟିଭି କେମେରା ଅପରାଧ ନିୟନ୍ତ୍ରଣ କରୁଛି, ହେଲେ ଭବାନୀପାଟଣା ସହରରେ ଅସାମାଜିକ କାର୍ଯ୍ୟକଳାପ ବଢୁଥିବା ବେଳେ ଅଚଳ ହୋଇ ପଡିଛି ସିସିଟିଭି। ଅପରାଧକୁ ନିୟନ୍ତ୍ରଣ ପାଇଁ ଅପରାଧିକ କାର୍ଯ୍ୟକଳାପ ଉପରେ ନଜର ରଖୁଥିବା ସିସିଟିଭି କ୍ୟାମେରା ବର୍ଷେ ହେଲା ଅଚଳ।

Defunct CCTV Cameras in Bhawanipatna

ଅନ୍ଧ ହୋଇ ପଡ଼ିଛି ପୋଲିସର ତୃତୀୟ ନୟନ Photograph: (OTV)

Advertisment

ସହରଗୁଡିକରେ ଅତ୍ୟାଧୁନିକ ସିସିଟିଭି କେମେରା ଅପରାଧ ନିୟନ୍ତ୍ରଣ କରୁଛି, ହେଲେ ଭବାନୀପାଟଣା ସହରରେ ଅସାମାଜିକ କାର୍ଯ୍ୟକଳାପ ବଢୁଥିବା ବେଳେ ଅଚଳ ହୋଇ ପଡିଛି ସିସିଟିଭି। ଅପରାଧକୁ ନିୟନ୍ତ୍ରଣ ପାଇଁ ଅପରାଧିକ କାର୍ଯ୍ୟକଳାପ ଉପରେ ନଜର ରଖୁଥିବା ସିସିଟିଭି କ୍ୟାମେରା ବର୍ଷେ ହେଲା ଅଚଳ। ଯାହାକୁ ନେଇ ସହରବାସୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି।

Advertisment

କଳାହାଣ୍ଡି ଜିଲ୍ଲାର ସଦର ମହକୁମାର ଭବାନୀପାଟଣା ସହରର ଜିଲ୍ଲା ମୁଖ୍ୟାଳୟକୁ ପ୍ରତ୍ୟେକ ଦିନ ଜିଲ୍ଲା ତଥା ଜିଲ୍ଲା ବାହାରରୁ ହଜାର ହଜାର ଲୋକ ଆସିଥାନ୍ତି। ଏହି ସହରରେ ଚୋରି ଡକାୟତି ରାହାଜାନି ଭଳି ଘଟଣା ଦିନକୁ ଦିନ ବୃଦ୍ଧି ପାଇବାକୁ ଲାଗିଥିବା ବେଳେ ଏହି ଅପରାଧ ଉପରେ ନିୟନ୍ତ୍ରଣ କରିବା ଓ ସହରର ଗତିବିଧି ଉପରେ ନଜର ରଖିବା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ପ୍ରତ୍ୟେକଟି ଛକରେ ସିସିଟିଭି କ୍ୟାମେରା ଲଗାଇଥିଲା ପୋଲିସ। ଗତ ଦୁଇ ବର୍ଷ ତଳେ ମାଣିକେଶ୍ୱରୀ ଛକ, ଘୋଡ଼ାଘାଟ ଛକ, ଜେଲ୍‌ ଛକ, ନକଟିଗୁଡା ଛକ ସମେତ ମେଡିକାଲ ଆଦି ଛକଗୁଡିକରେ ପ୍ରାୟ ୧୦୦ଟି ପିଟିଜେଡ ଓ ବୁଲେଟ ଆଦି ସିସିଟିଭି କ୍ୟାମେରା ଲଗାଯାଇଥିଲା। ଏଗୁଡିକୁ କମାଣ୍ଡ କଣ୍ଟ୍ରୋଲ ସଫ୍ଟୱେର ମାଧ୍ୟମରେ ସମସ୍ତ କ୍ୟାମେରାକୁ ସଂଯୋଗ କରିବା ସହ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଏହାର କଣ୍ଟ୍ରୋଲ ବ୍ୟବସ୍ଥା କରିଥିଲା କଳାହାଣ୍ଡି ପୋଲିସ। 

ହେଲେ ଅତ୍ୟନ୍ତ ପରିତାପରେ ବିଷୟ, ଗତ ଗୋଟିଏ ବର୍ଷ  ହେଲା ସମସ୍ତ କ୍ୟାମେରା ନଷ୍ଟ ହୋଇପଡିଛି। କେଉଁଠି କ୍ୟାମେରା ଭାଙ୍ଗି ତଳେ ଓହଳିଛି ତ ଆଉ କେଉଁଠି ଫାଶୀ ଖୁଣ୍ଟରେ ଝୁଲିଲା ଭଳି ଖୁଣ୍ଡରେ ଲଟକିଛି। ସହରରେ ଗୋଟିଏ ପଟେ କ୍ୟାମେରା ଅଚଳ ଆଉ ଅନ୍ୟପଟେ ସହରରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି। ଖାଲି ଏତିକି ନୁହେଁ, ଅମାନିଆ ବାଇକ ଚାଳକଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଥିଲେ ବି ଏଥିପ୍ରତି ପୋଲିସ ନିଘା ନାହିଁ। 

Advertisment

ସହରରେ ଡକାୟତି ସହ ବିଶେଷ କରି ବଜାର ଅଞ୍ଚଳରେ ଦୋକାନ ଚୋରି ଘଟଣା ବୃଦ୍ଧି ପାଇଥିବା ବେଳେ ଜିଲ୍ଲା ବଣିକ ସଙ୍ଘ ପକ୍ଷରୁ ବାରମ୍ବାର ଏନେଇ ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଥିଲେ ବି କୌଣଶି ସୁଫଳ ମିଳିପାରି ନାହିଁ। ଲାଗିଥିବା କ୍ୟାମେରାର  ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ସରକାରଙ୍କ ରାଜସ୍ୱ ହାନି ହେଉଥିବା ବେଳେ ଲୋକଙ୍କ କାମରେ ଆସୁନି ପୋଲିସର ତୃତୀୟ ନୟନ। ସେପଟେ ଏନେଇ କଳାହାଣ୍ଡି ଏସ୍‌ପି ନାଗରାଜ ଦେବରକୋଣ୍ଡା ଖୁବଶିଘ୍ର ସହରରେ କ୍ୟାମେରା ଲାଗିବା ସହ ଟ୍ରାଫିକ ଚାଲାଣ କ୍ୟାମେରା ମଧ୍ୟ ଲାଗିବ ବୋଲି କହିଛନ୍ତି।

Bhawanipatna Crime News CCTV Camera
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ