bali-yatra-up
କଟକ : ତୁଟିଲା କଟକ ବାଲିଯାତ୍ରା ବିବାଦ। ପ୍ରଶାସନ-ବ୍ୟବସାୟୀ ସଂଘ ମଧ୍ୟରେ ସୃଷ୍ଟି ହୋଇଥିବା ମୁହାଁମୁହିଁ ପରିସ୍ଥିତି ଯୋଗୁ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଥିଲା ଏହି ଐତିହାସିକ ଯାତ୍ରା। ତେବେ ବ୍ୟବସାୟୀଙ୍କ ପ୍ରମୁଖ ଦାବିଗୁଡ଼ିକୁ ପ୍ରଶାସନ ମାନିନେବା ପରେ ବାଲିଯାତ୍ରାରେ ସହଯୋଗ କରିବ ବୋଲି କହିଛି ବ୍ୟବସାୟୀ ସଂଘ।
ଅାଜି ପୂର୍ବାହ୍ନରେ ଉପର ବାଲି ଯାତ୍ରା ପଡ଼ିଆରେ ଟେଣ୍ଟ ବନ୍ଧା ହେବା ପରିବର୍ତ୍ତେ ଖୋଲା ଯାଉଥିଲା। ଏହି ଐତିହାସିକ ଯାତ୍ରା ପାଇଁ ହାତରେ ଅାଉ ୫ଦିନ ସମୟ ଥିବା ବେଳେ ଏଭଳି ଘଟଣା ରାଜ୍ୟର ସର୍ବବୃହତ ବାଣିଜ୍ୟିକ ମହାକୁମ୍ଭକୁ ଅନିଶ୍ଚିତତା ଭିତରକୁ ଠେଲିଦେଇଥିଲା। ପ୍ରଶାସନ-ବ୍ୟବସାୟୀ ସଂଘ ମଧ୍ୟରେ ଦେଖାଦେଇଥିବା ବିବାଦ ଯୋଗୁଁ ଉପୁଜି ଥିଲା ଏଭଳି ସ୍ଥିତି।
ପ୍ରଥମେ ପ୍ଲଟ ଦର ବୃଦ୍ଧି ଓ ଏହା ପରେ ଦୋଳି ବ୍ୟବସାୟୀଙ୍କ ପାଇଁ ଟେଣ୍ଡରକୁ ନେଇ ବଢିଥିଲା ଅଡ଼ୁଅା। ଜଣେ ବ୍ୟବସାୟୀ ଏକାଧିକ ପ୍ଲଟ୍ ନେଇ ପାରିବେ ନାହିଁ ବୋଲି ବି ନିୟମ କରିଥିଲା ପ୍ରଶାସନ। ଏହାକୁ ବ୍ୟବସାୟୀ ସଂଘ ବିରୋଧ କରିବା ସହ ଏଥର ବାଲିଯାତ୍ରାରେ ସହଯୋଗ କରିବ ନାହିଁ ବୋଲି ଚେତାବନୀ ଶୁଣାଇଥିଲା।
ବ୍ୟବସାୟୀ ସଂଘର ଚରମ ନିଷ୍ପତ୍ତି ପରେ ନଇଁଛି ଜିଲ୍ଲା ପ୍ରଶାସନ। ବ୍ୟବସାୟୀଙ୍କ ତିନିଟି ମୁଖ୍ୟ ଦାବି ମାନିଛନ୍ତି ଜିଲ୍ଲାପାଳ। ଦୋଳି ପାଇଁ ଟେଣ୍ଡର ହେବନାହିଁ, ଜଣେ ବ୍ୟବସାୟୀ ଏକାଧିକ ପ୍ଲଟ ନେଇପାରିବେ ଓ ୪ହଜାର ବର୍ଗଫୁଟରୁ ଅଧିକ ସ୍ଥାନ ପାଇଁ ଜିଲ୍ଲାପାଳଙ୍କ ଅନୁମତି ଅାବଶ୍ୟକ ନାହିଁ ବୋଲି ପ୍ରଶାସନ କହିବା ପରେ ବାଲିଯାତ୍ରାରେ ସହଯୋଗ କରିବାକୁ ସହମ୍ମତି ପ୍ରକାଶ କରିଛି ବ୍ୟବସାୟୀ ସଂଘ।
ଅାସନ୍ତା ୨୩ରୁ ଅାରମ୍ଭ ହେବାକୁ ଥିବା ବାଲିଯାତ୍ରାରେ ୧୩ ଶହରୁ ଅଧିକ ଷ୍ଟଲ୍ ଖୋଲିବାକୁ ଲକ୍ଷ୍ୟ ରଖିଛି ପ୍ରଶାସନ। ବିବାଦ ଭିତରେ ଅନେକ ଦିନ ଗଡ଼ିଯାଇଥିବାରୁ ଏଥର ଠିକ୍ ସମୟରେ ବାଲିଯାତ୍ରା ଅାୟୋଜନ ଉଭୟ ପ୍ରଶାସନ ଓ ବ୍ୟବସାୟୀଙ୍କ ପାଇଁ ଚ୍ୟାଲେଂଜ ହୋଇପାରେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/bali-yatra-up_1626416376.jpg)