ଜିଲ୍ଲାପାଳ ରାଜ୍ୟସଭା ସାଂସଦଙ୍କୁ ନ ଡାକିବା ଗୃହ ପାଇଁ ଅପମାନ Photograph: (OTV)
କଟକରେ ନେତାଜୀ ଜୟନ୍ତୀ କାର୍ଯ୍ୟକ୍ରମରେ ଦେବାଶିଷ ସାମନ୍ତରାୟଙ୍କୁ ଡକାନଯିବା ନେଇ ରାଜ୍ୟସଭା ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ। ଦେବାଶିଷ ଆଜି ଏହି ପ୍ରସଙ୍ଗ ରାଜ୍ୟସଭାରେ ଉଠାଇବା ସହ କଟକ ଜିଲ୍ଲାପାଳଙ୍କ ଉପରେ ବର୍ଷିଛନ୍ତି। ଏହାସହ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓସାହେବ ସିନ୍ଧେଙ୍କ ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ୍ ଜାରି କରିବା ପାଇଁ ଅଧ୍ୟକ୍ଷଙ୍କ ନିକଟରେ ଦାବି କରିଛନ୍ତି।
ନେତାଜୀ ଜୟନ୍ତୀ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଯୋଗଦେଇଥିବା ବେଳେ ସ୍ଥାନୀୟ ବିଧାୟକ, ସାଂସଦଙ୍କ ସହ ଅନ୍ୟ ଲୋକପ୍ରତିନିଧିଙ୍କୁ ଡାକିଥିଲେ ମଧ୍ୟ ଜିଲ୍ଲାପାଳ ରାଜ୍ୟସଭା ସାଂସଦଙ୍କୁ ନ ଡାକିବା ଗୃହ ପାଇଁ ଅପମାନ ବୋଲି କହିଛନ୍ତି। ଏହା ବ୍ୟକ୍ତିଗତ ଭାବେ ମୋତେ ଅପମାନ ନୁହେଁ, ଗୃହର ଅପମାନ ତେଣୁ ଗୃହର ମୁଖ୍ୟ ହିସାବରେ ଆପଣ ଏହାକୁ ଗୁରୁତର ସହ ନେଇ ଜିଲ୍ଲାପାଳଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଜାରି କରନ୍ତୁ ବୋଲି କହିଛନ୍ତି।
- ନେତାଜୀ ଜୟନ୍ତୀ କାର୍ଯ୍ୟକ୍ରମକୁ ଦେବାଶିଷ ସାମନ୍ତରାୟଙ୍କୁ ଡକାନଯିବା ଘଟଣା
- ରାଜ୍ୟସଭାରେ ପ୍ରସଙ୍ଗ ଉଠାଇ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କଲେ ଦେବାଶିଷ
- କଟକ ଜିଲ୍ଲାପାଳଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଜାରି ପାଇଁ ଦାବି
- ଜିଲ୍ଲାପାଳ ରାଜ୍ୟସଭା ସାଂସଦଙ୍କୁ ନ ଡାକିବା ଗୃହ ପାଇଁ ଅପମାନ କହିଲେ
- ଗୃହର ମୁଖ୍ୟ ଭାବେ ଗୁରୁତର ସହ ନେଇ ସ୍ୱାଧିକାର ଭଙ୍ଗ ନୋଟିସ୍ ଦିଅନ୍ତୁ
- ରାଜ୍ୟସଭାରେ ପ୍ରସଙ୍ଗ ଉଠିବା ନେଇ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ମିଳିପାରିନି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/03/alleged-snub-by-cuttack-district-collector-2026-02-03-18-53-14.jpg)