Advertisment

Daughter recounts chilling eyewitness: ଝିଅ ବଖାଣିଲା ହତ୍ୟା କାହାଣୀ; ଧାରୁଆ କୁରାଢୀରେ ହାଣିଦେଲେ

କେନ୍ଦୁଝର ଆନନ୍ଦପୁରରେ ଟ୍ରିପଲ ମର୍ଡର ଘଟଣାର ସାକ୍ଷୀ। ଝିଅ ବଖାଣିଲା ଲୁମ ଟାଙ୍କୁରା ହତ୍ୟାକାଣ୍ଡ ସମୟର କଥା। ଝିଅ ମୁହଁରେ ବାପା, ମା ସହ ଭଉଣୀକୁ ହତ୍ୟା ଘଟଣା। ୩ ଅଭିଯୁକ୍ତଙ୍କୁ ଉଠାଇନେଇ ପଚରାଉଚରା କରୁଛି ଘଷିପୁରା ପୋଲିସ।

Daughter recounts chilling eyewitness

ଝିଅ ବଖାଣିଲା ହତ୍ୟା କାହାଣୀ Photograph: (OTV)

Advertisment

ଝିଅ ବଖାଣିଲା ହତ୍ୟା କାହାଣୀ। ଝିଅ ମୁହଁରେ ବାପା, ମା ଓ ଭଉଣୀ ହତ୍ୟାକାଣ୍ଡର ଆଖିଦେଖା ଲୋମ ଟାଙ୍କୁରା କାହାଣୀ। ବାପା, ମା ଓ ଭଉଣୀକୁ ଏକ ଧାରୁଆ କୁରାଢୀରେ ସମ୍ପର୍କୀୟ କକା ଓ ଅନ୍ୟ ଦୁଇ ସମ୍ପର୍କୀୟ ହାଣିବା ସମୟରେ ଛାଡ଼ି ଦେବାକୁ ନେହୁରା ହେଉଥିଲା ଝିଅ। ଯେତେ ନେହୁରା ହେଲେ ମଧ୍ୟ ପାଖ ପଡୋଶୀ କେହି ସାହାଯ୍ୟ କରିନଥିଲେ। ସମ୍ପର୍କୀୟ ଭାଇଙ୍କ ସହ ଜମିବାଡିକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ସ୍ପଷ୍ଟ ହୋଇଛି। 

Advertisment

ଜିତେନ୍ଦ୍ରଙ୍କ ପରିବାର ଘରେ ରୋଷେଇରେ ବ୍ୟସ୍ତ ଥିବାବେଳେ ତାଙ୍କ ସମ୍ପର୍କୀୟ ସାନ ଭାଇ ଲକ୍ଷ୍ମଣ ସୋରେନ, ସମ୍ପର୍କୀୟ ବୈଦ୍ୟନାଥ ଓ ସୁଦାମ ପହଞ୍ଚି ଝଗଡା କରିଥଲେ। ପରେ ଅତି ନିର୍ମମ ଭାବେ ଜିତେନ୍ଦ୍ର ସୋରେନ, ସ୍ତ୍ରୀ ମାଳତୀ ସୋରେନ୍ ଓ ଝିଅ ମମି ସୋରେନଙ୍କୁ କୁରାଢିରେ ହାଣି ହତ୍ୟା କରିଥିଲେ। ଆଖି ଆଗରେ ବାପା, ମା ଓ ଭଉଣୀଙ୍କ ହତ୍ୟା ଦେଖି ବଡ ଝିଅ ସସ୍ମିତା ଓ ସାନ ଝିଅ ରାଣୀ ନିକଟସ୍ଥ ସାହିକୁ ପଳାଇ ଜୀବନ ବଞ୍ଚାଇଥିଲେ।

ସୋମନାର ରାତିରେ ପୋଲିସ୍ ଏହି ଘଟଣାରେ ଲକ୍ଷ୍ଣଣକୁ ଗିରଫ କରିଥିବାବେଳେ ସମ୍ପର୍କୀୟ ବାପ-ପୁଅ ବୈଦନାଥ ସୋରେନ୍ ଓ ସୁଦାମ ସୋରେନ୍ କୁ ଅଟକ ରଖି ପଚରାଉଚରା ଚଳାଇଛି। ଫୋରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ଜିତେନ୍ଦ୍ର ପେଶାରେ ଡ୍ରାଇଭର ଥିବା ବେଳେ ତାଙ୍କର ତିନି ଝିଅ ଓ ଗୋଟିଏ ପୁଅ ଥିଲେ। ବିବାହିତା ବଡ଼ ଝିଅ ମକର ଯାତ୍ରା ଲାଗି ବାପ ଘରକୁ ଆସିଥିଲେ।

Advertisment
Murder Case Odisha Crime Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ