Advertisment

Video Shows Villagers Struggling: ପାହାଡ଼ ଚଢ଼ି ଦୁର୍ଗମ ଗାଁରେ ପହଞ୍ଚିଲେ ବିଡିଓ; ପାଣି, ବିଦ୍ୟୁତ ଓ ବାସଗୃହ ସବୁଠି ସମସ୍ୟା

ପାହାଡ଼ ଚଢ଼ି ଦୁର୍ଗମ ଗାଁରେ ପହଞ୍ଚିଲେ ବିଡିଓ। ପାଣି, ବିଦ୍ୟୁତ ଓ ବାସଗୃହରେ ରହିଛି ସମସ୍ୟା। ଦଶପଲ୍ଲା ଗମ୍ଭାରୀଗଣ୍ଡାରେ ନାହିଁ ମୌଳିକ ସୁବିଧା। ଖୁବ୍ ଶୀଘ୍ର ସମସ୍ୟାର ସମାଧାନ ପାଇଁ ବିଡିଓଙ୍କ ପ୍ରତିଶ୍ରୁତି।

Video Shows Villagers Struggling

ପାହାଡ଼ ଚଢ଼ି ଦୁର୍ଗମ ଗାଁରେ ପହଞ୍ଚିଲେ ବିଡିଓ Photograph: (OTV)

Advertisment

୩ କିଲୋମିଟର ପାହାଡ଼ ଚଢ଼ି ଦୁର୍ଗମ ଗାଁରେ ପହଞ୍ଚିଲେ ଦଶପଲ୍ଲା ବିଡିଓ। ଗ୍ରାମବାସୀଙ୍କ ଦୁଃଖଦ ଅବସ୍ଥା ଦେଖି ଆଶ୍ଚର୍ଯ୍ୟ ହେଲେ ବିଡିଓ। ପାଣି, ବିଦ୍ୟୁତ ଓ ବାସଗୃହ ସବୁଥିରେ ରହିଛି ସମସ୍ୟା। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକର କୁଲୁରୁ କୁମ୍ପା ପଞ୍ଚାୟତ ଗମ୍ଭାରୀଗଣ୍ଡା ଗ୍ରାମରେ ଏଭଳି ଅଭାବନୀୟ ଅବସ୍ଥାରେ ଦିନ କାଟୁଛନ୍ତି ଲୋକେ। 

Advertisment

ଗ୍ରାମରେ ପ୍ରାୟ ୪୦ରୁ ଅଧିକ ଲୋକ ବସବାସ କରୁଥିବା ବେଳେ ସେମାନେ ପାଣି, ବିଦ୍ୟୁତ ଓ ବାସଗୃହ ଭଳି ମୌଳିକ ସୁବିଧାରୁ ବଞ୍ଚିତ। ବାରମ୍ବାର ଅଭିଯୋଗ ସତ୍ତ୍ୱେ ମଧ୍ୟ ସମସ୍ୟାର ସମାଧାନ ହେଉନାହିଁ। ଏହି ପରିସ୍ଥିତିକୁ ନିଜେ ପରଖିବା ପାଇଁ ଦଶପଲ୍ଲା ବିଡିଓ ଶରତ ମଲ୍ଲିକ ପାହାଡ଼ ଚଢ଼ି ଗ୍ରାମକୁ ପହଞ୍ଚିଥିଲେ। 

ତାଙ୍କ ସହ ଆସିଷ୍ଟାଣ୍ଟ ଇଂଜିନିୟର ସନାତନ ଭୋଳ, ପିଇଓ ମାଧବ ପ୍ରଧାନ ଓ ସରପଞ୍ଚ ଅଶୋକ ନାୟକ ଥିଲେ। “ଚାକିରି ଜୀବନରେ ପ୍ରଥମ ଥର ପାଇଁ ଏଭଳି ପାହାଡ଼ ଚଢ଼ି ଦୁର୍ଗମ ଅଞ୍ଚଳକୁ ଆସିଛି। ଗ୍ରାମବାସୀଙ୍କ ସମସ୍ୟାକୁ ଖୁବ୍ ଶୀଘ୍ର ସମାଧାନ କରାଯିବ ବୋଲି ବିଡିଓ କହିଛନ୍ତି।

Advertisment

  • ପାହାଡ଼ ଚଢ଼ି ଦୁର୍ଗମ ଗାଁରେ ପହଞ୍ଚିଲେ ବିଡିଓ
  • ପାଣି, ବିଦ୍ୟୁତ ଓ ବାସଗୃହରେ ରହିଛି ସମସ୍ୟା
  • ଦଶପଲ୍ଲା ଗମ୍ଭାରୀଗଣ୍ଡାରେ ନାହିଁ ମୌଳିକ ସୁବିଧା
  • ଖୁବ୍ ଶୀଘ୍ର ସମସ୍ୟାର ସମାଧାନ ପାଇଁ ବିଡିଓଙ୍କ ପ୍ରତିଶ୍ରୁତି
Inspirational Stories Viral Video Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ