Advertisment

Caste Discrimination: ଧନ୍ୟ ତମ ମାନସିକତା, ଛୋଟ ଜାତି ବୋଲି ଗାଁକୁ ଦେଲେନି ପାଣି !

ଉଭୟ ପଡା ଭିତରେ ସଂପର୍କ ତିକ୍ତ ହୋଇଥିବାରୁ, ଗାଁର ନଳକୂପରୁ ବି ଦଳିତପଡାର ମହିଳାଙ୍କ ପାଇଁ ବାସନ୍ଦ କରାଯାଇଛି । ଏନେଇ ବର୍ଷେରୁ ଅଧିକ ସମୟ ହେବ ବାରମ୍ବାର ପ୍ରଶାସନକୁ ଅଭିଯୋଗ କଲା ପରେ ପ୍ରଶାସନ ବସିଛି ।

Water Problem

Water Problem Photograph: (OTV)

Advertisment

ଆମେ ଛୋଟ ଜାତିର ଲୋକ ବୋଲି, ଆମ ପଡାକୁ ପାଣି ଆସୁନି । ଷ୍ଟ୍ରିଟ ଲାଇଟ ଜଳୁନି । ଗାଁରେ ଥିବା ନଳକୂପରୁ ବି ପାଣି ଆଣିବା ମନା । ଇଏ ଏ ମହିଳାଙ୍କ ଅଭିଯୋଗ । ଆଧୁନିକ ବିଜ୍ଞାନ ଯୁଗରେ, ଏଭଳି ବି ଅଭିଯୋଗ ଆସିପାରେ, ଯାହା ଅବିଶ୍ବସନୀୟ  ।

Advertisment

କିନ୍ତୁ ସତ । ବଲାଙ୍ଗିର ଜିଲ୍ଳା ତୁରେକେଲା ବ୍ଳକ ଡୁମେରଚୁଆଁ ଗାଁର ଏ ଚିତ୍ର । ଗତ ଦେଢବର୍ଷ ଧରି ଗାଁର ଦଳିତ ପଡାକୁ ପଂଚାୟତ ଯୋଗାଣ ପାଣି ଆସୁନାହିଁ କି ଏପରିକି ଷ୍ଟ୍ରିଟ ଲାଇଟ ଜଳୁନାହିଁ ।

ଉଭୟ ପଡା ଭିତରେ ସଂପର୍କ ତିକ୍ତ ହୋଇଥିବାରୁ, ଗାଁର ନଳକୂପରୁ ବି ଦଳିତପଡାର ମହିଳାଙ୍କ ପାଇଁ ବାସନ୍ଦ କରାଯାଇଛି । ଏନେଇ ବର୍ଷେରୁ ଅଧିକ ସମୟ ହେବ ବାରମ୍ବାର ପ୍ରଶାସନକୁ ଅଭିଯୋଗ କଲା ପରେ ପ୍ରଶାସନ ବସିଛି ।  

Advertisment

ଦେଢବର୍ଷ ତଳେ ଡୁମେରଚୁଆଁ ଗାଁର ଦଳିତ ପଡା ଓ ଗଉଡ ପଡା ମଧ୍ୟରେ କୌଣସି କାରଣକୁ ନେଇ ଗଣ୍ଡୋଗୋଳ ହୋଇଥିଲା । ସେହିଦିନ ଠାରୁ ଉଭୟପଡା ଭିତରେ ଲାଗିରହିଥିଲା ଝକାପଞ୍ଝା । ଏପରିକି ଦଳିତ ପରିବାରକୁ ନିଆଁ ପାଣି ବନ୍ଦ କରିଥିଲା ଗଉଡପଡା ।

କିନ୍ତୁ ଗତ ୭ ତାରିଖ,  ଗଉଡପଡାର ଏକ ବାହାଘରେ ବାଜା ବଜାଇବା ପାଇଁ ଯାଇଥିଲେ ଦଳିତ ପଡାର ଡିଜେ ଟିମ । ବାସ୍ ସେଇଠି ହେଲା ଗଣ୍ଡଗୋଳ । ଆକ୍ରମଣରେ କିଛି କଳାକାର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ତେଣୁ  ପୂର୍ବତନ ସରପଂଚ ହରି ପୋଢଙ୍କ ସମେତ, ଗଉଡପଡାର ଅନ୍ୟ ପାଂଚଜଣଙ୍କ  ବିରୋଧରେ ମାମଲା ବି ରୁଜୁ ହୋଇଛି ।

Advertisment

ହେଲେ କାର୍ଯ୍ୟାନୁଷ୍ଠାନତ ଦୂରର କଥା, ପ୍ରତିକ୍ରିୟା ବି ଦେଉନାହାନ୍ତି କୌଣସି ପ୍ରଶାସନିକ ଅଧିକାରୀ । ତେଣୁ ସେହି କାରଣରୁ ଦେଢବର୍ଷ ଧରି ଦଳିତ ପଡାକୁ ନିଆଁପାଣି ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି ।

Balangir Drinking Water Problem Street Light Problem Caste Discrimination
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ