Advertisment

Digital Arrest Drama: ନିଜ ଘରେ ୩୫ ଘଣ୍ଟା ଧରି ଡିଜିଟାଲ ଆରେଷ୍ଟ, ୨୧ ଲକ୍ଷ ଟଙ୍କା ପଠାଇବାବେଳେ ଅଟକାଇଦେଲେ ବ୍ୟାଙ୍କ କର୍ତ୍ତୃପକ୍ଷ

ଦେଶରୁ ରାଜ୍ୟ ସବୁଠି ବେଲଗାମ୍ ହେଲାଣି ସାଇବର ଚିଟିଂ। ଫୋନ୍ ରେ ମିଛ ପୋଲିସ୍ ସାଜି ଗିରଫ ଧମକ ଦେଇ କେମିତି ମାତିଛନ୍ତି ଡିଜିଟାଲ୍ ଠକ- ତାର ସଦ୍ୟ ଘଟଣା ସାମ୍ନାକୁ ଆସିଛି ରାଜଧାନୀ ଭୁବନେଶ୍ବରରୁ।

DIGITAL-ARREST

DIGITAL-ARREST Photograph: (OTV)

Advertisment

ନିଜ ଘରେ ନଜରବନ୍ଦୀ ୩୫ ଘଣ୍ଟା ।
ଖାକି ବର୍ଦ୍ଦି ପିନ୍ଧି ଡରାଇଥିବା ସାଇବର ଠକଙ୍କ ଫନ୍ଦି ବୁଝି ପାରିଲେନି ।
ଗିରଫ ଡରରେ ନକଲି ପୋଲିସଙ୍କ ଆକାଉଣ୍ଟକୁ ୨୧ଲକ୍ଷ ଟଙ୍କା ପଠାଇଥିଲେ 
ସାଇବର ଥାନାରେ ଏତଲା ପରେ ଏକ ବଡ଼ ଧରଣର ଚିଟିଂରେ ଚେକ୍ ଦେଇଥିଲା ଅସଲି ପୋଲିସ୍ । 
ରାଜଧାନୀରେ ଏକ ଉଚ୍ଚ ଶିକ୍ଷିତ ଦଂପତିଙ୍କ ସହ ଘଟିଥିବା ଏ ଅଭାବନୀୟ କାଣ୍ଡ ଏବେ ଚାଞ୍ଚଲ୍ୟ ଖେଳାଇଛି ।

Advertisment

ଘଟଣା ଗତ ୯ ତାରିଖର। ଭୁବନେଶ୍ବର ନୟାପଲ୍ଲୀ ଅଞ୍ଚଳରେ ରହୁଥିବା ନାଲକୋର ଅବସରପ୍ରାପ୍ତ ଅଧିକାରୀ ସରୋଜ ପଟ୍ଟନାୟକଙ୍କ ପତ୍ନୀ ତଥା ଅବସରପ୍ରାପ୍ତ ଅଧ୍ୟାପିକା
ନିର୍ଝରିଣୀଙ୍କ ପାଖକୁ ଆସିଥିଲା ଏକ ବେନାମୀ ଫୋନ୍ କଲ୍। ନିଜକୁ ପୋଲିସ୍ ପରିଚୟ ଦେଇ କଥା ହୋଇଥିଲେ ସାଇବର ଠକ। ଜମ୍ମୁ ଓ କାଶ୍ମୀରରେ ଆତଙ୍କୀଙ୍କ ସହ ଏହି ଦଂପତିଙ୍କ ସମ୍ପର୍କ ଥିବା ଦର୍ଶାଇ ଓ ସେମାନଙ୍କ ଆଧାର କାର୍ଡ ଦେଶଦ୍ରୋହ କାମରେ ଲାଗିଥିବା କହି ଡରାଇଥିଲେ।

କୋଟିଏ ଟଙ୍କା ଦେଲେ... 

ଖାଲି ସେତିକି ନୁହେଁ ମନି ଲଣ୍ଡରିଂ ରେ ବି କୁଆଡ଼େ ସ୍ବାମୀ-ସ୍ତ୍ରୀଙ୍କ ସମ୍ପୃକ୍ତି ଥିବାର ଡର ଦେଖାଇ କୋଟିଏ ଟଙ୍କା ଦେଲେ ଏ ସଂଗୀନ ମାମଲାରୁ ମୁକ୍ତି ମିଳିବ ବୋଲି ବୁଝାଇଥିଲେ। ଫଳରେ ଗିରଫ ଡରରେ ଘଣ୍ଟେ କି ଦୁଇ ଘଣ୍ଟା ନୁହେଁ ପ୍ରାୟ ୩୫ ଘଣ୍ଟା ଧରି ନିଜ ଘରେ ନଜରବନ୍ଦୀ ହୋଇ ରହିଥିଲେ। ଗିରଫରୁ ବର୍ତ୍ତିବାକୁ ପ୍ରଥମେ ୨୧ ଲକ୍ଷ ଟଙ୍କା ବ୍ୟାଙ୍କକୁ ଯାଇ ପଠାଇବାବେଳେ ବ୍ୟାଙ୍କ କର୍ତ୍ତୃପକ୍ଷ ଉକ୍ତ ସନ୍ଦିଗ୍ଧ ଆକାଉଣ୍ଟକୁ ଠାବ କରିଥିଲେ। ତାପରେ ସିଧା ସାଇବର ଥାନାରେ ଏତଲା ପରେ ଉକ୍ତ ଟଙ୍କା ଠକଙ୍କ ଆକାଉଣ୍ଟକୁ ଯାଉ ଯାଉ ଅଟକି ଯାଇଥିଲା।...

Advertisment

ଇଏ ତ ଡିଜିଟାଲ ଠକେଇର ଏକ ସଦ୍ୟ ନମୂନା। ବର୍ତ୍ତମାନ ସମୟରେ ଫିଜିକାଲ କ୍ରାଇମଠୁ ଢେର ଗୁଣରେ ବଢ଼ିଛି ସାଇବର କ୍ରାଇମ। ଏ ଚେର ସାରା ଦେଶକୁ ମାଡ଼ି ଗଲାଣି। 
ତଥ୍ୟ କହୁଛି- ଦେଶବ୍ୟାପୀ ସାଇବର ଠକେଇର ପରିମାଣ ୫୪ ହଜାର କୋଟି ପାର୍ କରି ଗଲାଣି।

କେବଳ ୨୦୨୫ ମସିହାରେ ଅଦୃଶ୍ୟ ଠକ ଲୁଟିଛନ୍ତି ୧୯ ହଜାର ୮୧୨ କୋଟି। ତେଣୁ ସାଇବର ଚୋରଙ୍କ କବଳରୁ ଜନତାଙ୍କୁ ସୁରକ୍ଷା ଦେବା ସହ ଏଭଳି ଅପରାଧ ରୋକିବାକୁ ଏସଓପି ପ୍ରସ୍ତୁତି ଲାଗି ନିର୍ଦ୍ଦେଶ ଦେଇଛନ୍ତି ସରକାର। 

Advertisment

ଏପଟେ ଡିଜିଟାଲ ଯୁଗରେ ବିନା ହତିଆରରେ ଅପରାଧ ଘଟାଉଥିବା ଅଦୃଶ୍ୟ ଠକ ଓଡ଼ିଶା ପୋଲିସ୍ ପାଇଁ ବି ବଢ଼ାଇଛନ୍ତି ମୁଣ୍ଡବିନ୍ଧା। ବର୍ଷକରେ ୫୮ କୋଟିର ସାଇବର ଚିଟିଂ ସହ ରୁଜୁ ହୋଇଛି ୨୫୧ ମାମଲା। ଠକଙ୍କ ୨୨ କୋଟି ଟଙ୍କା ଫ୍ରିଜ୍ କରି ଠକେଇର ଶିକାର ଲୋକଙ୍କୁ ବି ଟଙ୍କା ଫେରାଇଛି ସାଇବର ଥାନା। ୬୧ ଅଭିଯୁକ୍ତଙ୍କୁ ବାନ୍ଧି ଜେଲ୍ ପଠାଇଛି, ହେଲେ ବି ସୁଧୁରୁନି ସ୍ଥିତି।...

ତେବେ ସବୁଠୁ ବଡ଼ ଚିନ୍ତାଜନକ ବିଷୟ ହେଲା- ସାଇବର ଲୁଟେରାଙ୍କ ସହ କିଛି ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାର କର୍ମଚାରୀଙ୍କ ଅସାଧୁ ମେଣ୍ଟ। ଯେଉଁଥି ପାଇଁ ଏଭଳି ଠକେଇର ଖିଅ ଧରିବାରେ ତଦନ୍ତକାରୀ ସଂସ୍ଥା ହେଉଛନ୍ତି ନାକେଦମ୍।...

Digital Arrest Cyber Crime
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ