Advertisment

କଟକରେ ଗୋଷ୍ଠୀ ସଂକ୍ରମଣ ହେବାର ସମ୍ଭାବନା: ନୋଡାଲ୍‌ ଅଫିସର

କଟକରେ ଗୋଷ୍ଠୀ ସଂକ୍ରମଣ ହେବାର ସମ୍ଭାବନା ଏହାକୁ ICMR ବୈଜ୍ଞାନିକମାନେ ହିଁ ସ୍ଥିର କରିବେ କଟକରେ ଆଜି ୧୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ୫-୬ ଦିନ ମଧ୍ୟରେ ସଂକ୍ରମଣ ପିକ୍‌ ହେବ କଟକ: କଟକରେ ଗୋଷ୍ଠୀ ସଂକ୍ରମଣ ହେବାର ସମ୍ଭାବନା…

ଅଦ୍ୟତନ ହୋଇଛି
କଟକରେ ଗୋଷ୍ଠୀ ସଂକ୍ରମଣ ହେବାର ସମ୍ଭାବନା: ନୋଡାଲ୍‌ ଅଫିସର

nodal officer

Advertisment
  • କଟକରେ ଗୋଷ୍ଠୀ ସଂକ୍ରମଣ ହେବାର ସମ୍ଭାବନା
  • ଏହାକୁ ICMR ବୈଜ୍ଞାନିକମାନେ ହିଁ ସ୍ଥିର କରିବେ
  • କଟକରେ ଆଜି ୧୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ
  • ୫-୬ ଦିନ ମଧ୍ୟରେ ସଂକ୍ରମଣ ପିକ୍‌ ହେବ
Advertisment

କଟକ: କଟକରେ ଗୋଷ୍ଠୀ ସଂକ୍ରମଣ ହେବାର ସମ୍ଭାବନା ରହିଛି। କାରଣରେ କଟକରେ ଗୋଷ୍ଠୀ ସଂକ୍ରମଣ ଭଳି ପରିସ୍ଥିତି ଆସି ଗଲାଣି। ତେବେ ଏହାକୁ ICMR ବୈଜ୍ଞାନିକମାନେ ହିଁ ସ୍ଥିର କରିବେ ବୋଲି କଟକ ଜିଲ୍ଲାର କୋଭିଡ୍‌ ନୋଡାଲ୍‌ ଅଫିସର କହିଛନ୍ତି। 

କଟକରେ କରୋନା ସ୍ଥିତିକୁ ନେଇ ସେ କହିଛନ୍ତି, କିଛି ଦିନ ଧରି ଓଡ଼ିଶାରେ କରୋନା ସଂକ୍ରମଣ ହାର ସ୍ଥିତ ରହିଥିବା ବେଳେ ଏବେ ଧୀରେ ଧୀରେ ଏହା ବଢ଼ୁଛି। କଟକରେ ଆଜି ୧୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୫-୬ ଦିନ ମଧ୍ୟରେ ସଂକ୍ରମଣ ପିକ୍‌ ହେବ। ଏହାପରେ ଧୀରେ ଧରେ ସଂକ୍ରମଣ କମିବ ବୋଲି ଆଶଙ୍କା କରାଯାଉଛି। କଟକକୁ ବାହାରୁ ଅଧିକ ଲୋକ ଆସିଥିବାରୁ ସଂକ୍ରମଣ ବଢୁଛି। ସଟ୍‌ଡାଉନ୍‌/ଲକ୍‌ଡାଉନ୍‌ ସମୟରେ ଅତ୍ୟାବଶ୍ୟକ ନଥିଲେ ଘରୁ ବାହାରନ୍ତୁ ନାହିଁ।

Advertisment

ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧ ହଜାର ୮୦୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧ ହଜାର ୯୨୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧ ହଜାର ୫୧୦ ନୂଆ ମାମଲା ସହ ଦ୍ୱିତୀୟ ସ୍ଥାନରେ ରହିଛି ଖୋର୍ଦ୍ଧା। କଟକରୁ ୧,୦୫୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୩ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଚିନ୍ତା ବଢ଼ିଛି।

ଅନ୍ୟପକ୍ଷେ, ଆଜିଠୁ କଟକ-ଭୁବନେଶ୍ୱରରେ ଜୋରଦାର ଚେକିଂ ଆରମ୍ଭ ହୋଇଛି। ପରିଚୟ ପତ୍ରର ଦୁରୁପଯୋଗ କରି ଏଣେତେଣ ବୁଲୁଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ