ctc Photograph: (OTV)
କଟକରେ ବଳବତ୍ତର ରହିଛି କର୍ଫ୍ୟୁ । କଟକ ସହରରେ ହିଂସା ଘଟଣାରେ ମୋଟ୍ ୩ଟି ମାମଲା ରୁଜୁ ହୋଇଛି ।ଏହି ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ । ତେବେ ଗିରଫଦାରୀ ଆରମ୍ଭ ହୋଇଯାଇଛି । ଏବେ ସଂଖ୍ୟା କହି ହେବନି ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି । ସେପଟେ ADG ଆଇନ ଶୃଙ୍ଖଳା ସଂଜୟ କୁମାର କହିଛନ୍ତି କଟକ ସହରର ବିଶୃଙ୍ଖଳାକାରୀ ସିସିଟିଭିରୁ ଚିହ୍ନଟ କରାଯାଇଛି। ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ । ଗତକାଲି ହିଂସା ଘଟାଇଥିବା ସମସ୍ତ ଅଭିଯୁକ୍ତ ଚିହ୍ନଟ ହୋଇସାରିଛନ୍ତି । ଆଇନ ଶୃଙ୍ଖଳା ବଜାୟ ରଖିବାକୁ ୫୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି ।
ପେଟ୍ରୋଲ୍ ପମ୍ପ, ହସ୍ପିଟାଲ୍, ମେଡିସିନ୍ ଷ୍ଟୋର୍ ଓ ଗ୍ରୋସରୀ ଦୋକାନ ଖୋଲା
କଟକରେ କର୍ଫ୍ୟୁ କଟକଣା ନେଇ ଅତିରିକ୍ତ ପୋଲିସ୍ କମିଶନରଙ୍କ ସୂଚନା
'ସହରର କୌଣସି ସ୍ଥାନରେ ଏକଜୁଟ୍ ନ ହେବା ପାଇଁ ପୋଲିସ୍ ର ଅପିଲ୍'
'ଅଧିକ ବସ୍ ଚଳାଚଳ ନ କରିବା ପାଇଁ ପୋଲିସ୍ ପକ୍ଷରୁ ବିଶେଷ ଅନୁରୋଧ'
'କଟକ ସହରରେ ଥିବା ସବୁ ସରକାରୀ ଅଫିସ୍ ଓ SCB ମେଡିକାଲ୍ ଖୋଲା'
'ସହରର ପ୍ରତି ଛକ ବଜାରରେ ପୋଲିସ୍ ଜଗିଛନ୍ତି, ହିଂସା ହେବାକୁ ଦିଆଯିବନି'
'ସମସ୍ତଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି, ସ୍ଥିତି ଦେଖି କାର୍ଯାନୁଷ୍ଠାନ ନିଆଯିବ'
ଲୋକେ ପୋଲିସକୁ ସହାୟତା କରିବାକୁ ନିବେଦନ କରିଛନ୍ତି ଅତିରିକ୍ତ ପୋଲିସ କମିଶନର ନରସିଂହ ଭୋଳ । ଏନେଇ ଅତିରିକ୍ତ ପୋଲିସ କମିଶନରଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ କଟକ ସିନିୟର ରିପୋର୍ଟର ପ୍ରଭାତ ବିଷୋୟୀ ।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/06/ctc-2025-10-06-11-20-15.jpg)