Advertisment

High-Tech Boost to Policing: ପ୍ରତି ଥାନାରେ ରହିବେ କ୍ରାଇମ୍ ସିନ୍ ଅଫିସର, ତଦନ୍ତରେ ଅତ୍ୟାଧୁନିକ ଜ୍ଞାନକୌଶଳ ଉପଯୋଗରେ ହେବେ ସହାୟକ

ପ୍ରତି କ୍ରାଇମ୍ ସ୍ଥଳରେ କିଭଳି ପ୍ରମାଣ ଅକ୍ଷତ ରହିବ । ଫରେନସିକ ଟିମ୍ ଆସିବା ପର୍ଯ୍ୟନ୍ତ ପ୍ରାଥମିକ ଭାବେ ଅପରାଧ ସ୍ଥଳରେ କିଭଳି ପ୍ରମାଣ କିଛି ନଷ୍ଟ ନହେବ, ସେଥିପ୍ରତି ନିଯୁକ୍ତ ହୋଇଥିବା ଏହି ସ୍ବତନ୍ତ୍ର ଅଫିସର ଧ୍ୟାନ ଦେବେ ।

CRIME-SCENE

CRIME-SCENE Photograph: (OTV)

Advertisment

ପ୍ରତି ଥାନାରେ ନିଯୁକ୍ତ ହେବେ କ୍ରାଇମସିନ ଅଫିସର। ସାଇନ୍ସ ଡିଗ୍ରୀ ଧାରୀ କନଷ୍ଟେବଳ କିମ୍ବା ହୋମଗାର୍ଡଙ୍କୁ ଦିଆଯିବ ନିଯୁକ୍ତି । ତଦନ୍ତ ସମୟରେ ଅତ୍ୟାଧୁନିକ ବୈଜ୍ଞାନିକ ଜ୍ଞାନକୌଶଳର ଉପଯୋଗ, ଅଡିଓ, ଭିଡିଓ ରେକର୍ଡିଂ ଭଳି ପଦକ୍ଷେପ ଗ୍ରହଣ କରି ଦଣ୍ଡ ବିଧାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାରେ ଏମାନେ ସହାୟକ ହେବେ ।

Advertisment

ଭାରତୀୟ ନ୍ୟାୟ ସଂହିତାରେ ସାଇଣ୍ଟିଫିକ୍ ପ୍ରମାଣକୁ ଗୁରୁତ୍ୱ ଦିଆଯାଉଛି । ତେଣୁ ପ୍ରତି କ୍ରାଇମ୍ ସ୍ଥଳରେ କିଭଳି ପ୍ରମାଣ ଅକ୍ଷତ ରହିବ । ଫରେନସିକ ଟିମ୍ ଆସିବା ପର୍ଯ୍ୟନ୍ତ ପ୍ରାଥମିକ ଭାବେ ଅପରାଧ ସ୍ଥଳରେ କିଭଳି ପ୍ରମାଣ କିଛି ନଷ୍ଟ ନହେବ, ସେଥିପ୍ରତି ନିଯୁକ୍ତ ହୋଇଥିବା ଏହି ସ୍ବତନ୍ତ୍ର ଅଫିସର ଧ୍ୟାନ ଦେବେ ।

ପ୍ରତି ଥାନାରେ ଦୁଇ ଜଣ ଲେଖାଏଁ ଅପରାଧସ୍ଥଳ ନିରୀକ୍ଷଣ ଅଧିକାରୀ ନିଯୁକ୍ତ କରିବାକୁ  ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ଥିବା କନଷ୍ଟେବଳ ଓ ହୋମଗାର୍ଡଙ୍କୁ ଏହି ପଦବୀରେ ନିଯୁକ୍ତି ଦେଇ ବୈଜ୍ଞାନିକ ଜ୍ଞାନକୌଶଳ, ଅପରାଧ ସ୍ଥଳରେ ସେମାନଙ୍କ ଭୂମିକା ଆଦି ସମ୍ପର୍କିତ ୬ ସପ୍ତାହ ତାଲିମ ପ୍ରଦାନ କରାଯିବ ବୋଲି ଡିଜିପି ସୂଚନା ଦେଇଛନ୍ତି। ଭୁବନେଶ୍ୱର ଲଷ୍ମୀସାଗରସ୍ଥିତ ସହରାଞ୍ଚଳ ପୋଲିସ, ଟ୍ରାଫିକ ପ୍ରଶିକ୍ଷଣ କେନ୍ଦ୍ର ପରିସରରେ ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର ଗତ ବୁଧବାରଠାରୁ ଆରମ୍ଭ ହୋଇଛି। ଏହି ପ୍ରଶିକ୍ଷଣ ଶିବିରରେ ବିଭିନ୍ନ ଜିଲ୍ଲାରୁ ୭୪ ଜଣ ପ୍ରଶିକ୍ଷାର୍ଥୀ ଅଂଶଗ୍ରହଣ କରିଛନ୍ତି।  ଏଣିକି ପ୍ରତି ଥାନାରେ ନିଯୁକ୍ତ ହେବେ କ୍ରାଇମ୍ ସିନ୍  ଅଫିସର ।

Advertisment

ସାଇନ୍ସ ଡିଗ୍ରୀଧାରୀ କନଷ୍ଟେବଲ କିମ୍ବା ହୋମଗାର୍ଡଙ୍କୁ ମିଳିବ ନିଯୁକ୍ତି

ତଦନ୍ତରେ ଅତ୍ୟାଧୁନିକ ଜ୍ଞାନକୌଶଳ ଉପଯୋଗରେ ସହାୟକ ହେବେ
ଅପରାଧ ସ୍ଥଳରେ ପ୍ରମାଣ ଯେଭଳି ନଷ୍ଟ ନହେବ ଧ୍ୟାନ ଦେବେ
ପ୍ରତି ଥାନାରେ ୨ ଜଣ କ୍ରାଇମ୍ ସିନ୍ ଅଧିକାରୀ ନିଯୁକ୍ତ ଲାଗି ଡିଜିପିଙ୍କ ନିର୍ଦ୍ଦେଶ
ପ୍ରଶିକ୍ଷଣ ଶିବିରରେ ୭୪ ଜଣଙ୍କୁ ଦିଆଯାଉଛି ତାଲିମ୍

Police Investigation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ