Advertisment

Police SI Recruitment Scam: ଶଙ୍କର ପୃଷ୍ଟି ଓ ମୁନା ମହାନ୍ତିଙ୍କୁ ମୁହାଁମୁହିଁ ଜେରା, କେଳେଙ୍କାରୀ ନେଟୱର୍କ ଭେଦ କରୁଛି କ୍ରାଇମବ୍ରାଞ୍ଚ

କ୍ରାଇମବ୍ରାଞ୍ଚ ଅଫିସରେ ଶଙ୍କର ପୃଷ୍ଟି ଓ ମୁନା ମହାନ୍ତିଙ୍କୁ ମୁହାଁମୁହିଁ ଜେରା। ମୁନାକୁ ୫ ଦିନିଆ ରିମାଣ୍ଡରେ ଆଣି ସତ ଉଗାରୁଛି ତଦନ୍ତକାରୀ ସଂସ୍ଥା। କ୍ରାଇମବ୍ରାଞ୍ଚ ଅଫିସ୍ ରେ ଦୁହିଁଙ୍କୁ ସାମ୍ନାସାମ୍ନି ଜେରା କରାଯାଉଛି।

Recruitment Scam

Recruitment Scam Photograph: (OTV)

Advertisment

ପୋଲିସ ଏସଆଇ ପରୀକ୍ଷା ସ୍କାମର ପୃଷ୍ଠା ଖୋଲୁଛି ଶଙ୍କର ପୃଷ୍ଟି: କ୍ରାଇମବ୍ରାଞ୍ଚ ଅଫିସରେ ଶଙ୍କର ପୃଷ୍ଟି ଓ ମୁନା ମହାନ୍ତିଙ୍କୁ ମୁହାଁମୁହିଁ ଜେରା। ମୁନ୍ନାକୁ ୫ ଦିନିଆ ରିମାଣ୍ଡରେ ଆଣି ସତ ଉଗାରୁଛି ତଦନ୍ତକାରୀ ସଂସ୍ଥା। କ୍ରାଇମବ୍ରାଞ୍ଚ ଅଫିସ୍ ରେ ଦୁହିଁଙ୍କୁ ସାମ୍ନା ସାମ୍ନି ଜେରା କରାଯାଉଛି। 

Advertisment

ମାସେ ଲୁଚକାଳୀ ପରେ ଗତକାଲି ରାତିରେ ଧରାପଡ଼ିଥିଲା ପୋଲିସ SI ନିଯୁକ୍ତି କେଳେଙ୍କାରୀର ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି। ନେପାଳ ସୀମା ଉତ୍ତରାଖଣ୍ଡରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ତାଙ୍କୁ ଦିଲ୍ଲୀରୁ ଭୁବନେଶ୍ବର ଆଣି କଟକ କ୍ରାଇମବ୍ରାଞ୍ଚ ଅଫିସରେ ପଚରାଉଚରା କରୁଛି। କେଳେଙ୍କାରୀ ପର୍ଦ୍ଦାଫାସ ପରଠୁ ପୋଲିସ ଓ କ୍ରାଇମବ୍ରାଞ୍ଚକୁ ଚକମା ଦେଇ ଫେରାର ଥିଲା ଶଙ୍କର ପୃଷ୍ଟି। ସେ ନେପାଳ ବର୍ଡର ଦେଇ ଦୁବାଇ ପଳାଇବାକୁ ଯୋଜନା କରିଥିଲା। ତାକୁ ଧରିବା ପାଇଁ ସବୁ ବଳ ଲଗାଇ ଦେଇଥିଲା କ୍ରାଇମବ୍ରାଞ୍ଚ ସହ ପୋଲିସ।

ପଞ୍ଚ ସଫ୍ଟ୍ କମ୍ପାନୀର ମୁଖ୍ୟ ଥିଲା ଗଂଜାମର ଶଙ୍କର ପୃଷ୍ଟି। ଏହି ମାମଲାରେ ଶଙ୍କର ପୃଷ୍ଟିକୁ ମିଶାଇ ମୋଟ ୧୦ ଦଲାଲ ଗିରଫ ହୋଇଛନ୍ତି।...ଏହି ମାମଲାରେ ପୂର୍ବରୁ ଗିରଫ ହୋଇଥିବା ୧୧୪ ଜଣ ପରୀକ୍ଷାର୍ଥୀଙ୍କୁ ଜାମିନ ପରେ ସେମାନେ ଜେଲରୁ ବାହାରି ସାରିଛନ୍ତି। କିନ୍ତୁ ୯ ଦଲାଲ ଏବେ ବି ଜେଲରେ। ଏତେ ବଡ଼ କେଳେଙ୍କାରୀ ମାମଲାରେ ମୁଖ୍ୟମନ୍ତ୍ରୀ ସିବିଆଇ ତଦନ୍ତ ପାଇଁ ବି ସୁପାରିସ କରିଛନ୍ତି।

Advertisment

ଭୁବନେଶ୍ୱରରେ ପହଞ୍ଚିବା ପରେ ଗିରଫ ଶଙ୍କର ପୃଷ୍ଟି ପ୍ରତିକ୍ରିୟା ରଖିଥିଲା। ଗଣମାଧ୍ୟମକୁ ଚାଞ୍ଚଲ୍ୟକର ବୟାନ ଦେଇ ଶଙ୍କର ପୃଷ୍ଟି କହିଥିଲା, “ମୁଁ ଲୁଚିନଥିଲି, ଆଇନଗତ ଭାବେ ଲଢ଼ୁଥିଲି। ହାଇକୋର୍ଟରେ କେସ୍ ଫାଇଲ୍ କରାଯାଇଥିଲା, ସୁପ୍ରିମକୋର୍ଟରେ ବି ଫାଇଲ୍ କରିଥିଲି। ହାଇକୋର୍ଟଙ୍କୁ ଆଗୁଆ ଜାମିନ ମାଗିଥିଲି। ସମୟ ଦେଇଥିଲେ, ଗୋଟିଏ ମାସ ପରେ ଆସି ହାଜର ହୋଇଥାନ୍ତି। ପତ୍ନୀ ଦୀପ୍ତିମୟୀ ସାହୁଙ୍କ ନାଁରେ କୌଣସି କେସ୍ ନାହିଁ।”

ଆହୁରି ସାଂଘାତିକ ବୟାନ ଦେଇ ଶଙ୍କର ପୃଷ୍ଠି କହିଛି, ପୋଲିସ୍ SI ନିଯୁକ୍ତି କେଳେଙ୍କାରୀରେ ହଜାରେ କୋଟିର ଡିଲ୍ ହୋଇଥିଲା। ପରୀକ୍ଷା ବାତିଲ ପାଇଁ ଷଡଯନ୍ତ୍ର ହୋଇଥିଲା। ଷଡ଼ଯନ୍ତ୍ରକାରୀଙ୍କ ସବୁ ତଥ୍ୟ ସରକାରକୁ ଦିଆଯିବ। ଗିରଫ ହୋଇଥିବା ସମସ୍ତ ୧୨୪ ଜଣଙ୍କ ଜନ୍ମକୁଣ୍ଡଳୀ ବାହାର କରନ୍ତୁ ବୋଲି ମଧ୍ୟ ସେ କହିଛି ।

Advertisment
Odisha Police SI Exam SI Recruitment Scam Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ