Advertisment

ଘରୋଇ କୋଭିଡ୍‌ ମେଡିକାଲର ମନମାନି, ମୃତ୍ୟୁର ୩ ଦିନ ପରେ ପରିବାରକୁ ଦେଲେ ସୂଚନା

ରାଜଧାନୀ ଭୁବନେଶ୍ୱରରେ ଘରୋଇ କୋଭିଡ୍‌ ମେଡିକାଲର ବଢୁଛି କି ମନମାନି? ମେଡିକାଲର ନାଁରେ ତାଳଚେର ଯୁବକ ଆଣିଲେ ସଙ୍ଗୀନ ଅଭିଯୋଗ।ସୂଚନା ଅନୁସାରେ,  ୩ଦିନ ଧରି ଜଣେ କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ କୌଣସି ସୂଚନା ପରିବାକ ଲୋକଙ୍କୁ ଦିଆଗଲା ନାହିଁ

ଅଦ୍ୟତନ ହୋଇଛି
ଘରୋଇ କୋଭିଡ୍‌ ମେଡିକାଲର ମନମାନି, ମୃତ୍ୟୁର ୩ ଦିନ ପରେ ପରିବାରକୁ ଦେଲେ ସୂଚନା

corona-death

Advertisment

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଘରୋଇ କୋଭିଡ୍‌ ମେଡିକାଲର ବଢୁଛି କି ମନମାନି? ମେଡିକାଲର ନାଁରେ ତାଳଚେର ଯୁବକ ଆଣିଲେ ସଙ୍ଗୀନ ଅଭିଯୋଗ। ସୂଚନା ଅନୁସାରେ,  ୩ଦିନ ଧରି ଜଣେ କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ କୌଣସି ସୂଚନା ପରିବାର ଲୋକଙ୍କୁ ଦିଆଗଲା ନାହିଁ। ପରିବାର ଲୋକେ କୋଭିଡ୍‌ ମେଡ଼ିକାଲର ଟ୍ରୋଲ ଫ୍ରୀ ନମ୍ବରକୁ  ୨ ଶହରୁ ଅଧିକ ଥର କଲ କଲେ ମଧ୍ୟ କେହି ଉଠାଇଲେ ନାହିଁ।  ଯିବା ଆସିବା କର୍ମଚାରୀଙ୍କୁ ଯେତେ ନେହୁରା ହେଲେ ବି କେହି ଶୁଣିଲେ ନାହିଁ। ଶେଷରେ ବିଏମସି ଓ ଭୁବନେଶ୍ୱର ଡିସିପିଙ୍କୁ ଟ୍ୱିଟ୍‌ କରିବା ପରେ ମିଳିଲା ମୃତ୍ୟୁ ସମ୍ପର୍କରେ ସୂଚନା। ତେବେ ଶବ ସଂସ୍କାର ପୂର୍ବରୁ ମୃତକଙ୍କ ମୁଣ୍ଡରେ କ୍ଷତ ଚିହ୍ନ ଥିବା ଦେଖି ଇନଫୋସିଟି ଥାନାର ଦ୍ୱାରସ୍ଥ ହୋଇଛନ୍ତି ପରିବାର ଲୋକେ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ନାଁରେ ଏପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ତାଳଚେରର ମନୋଜ କୁମାର ରାୟ। ଏପରି କି ବାପାଙ୍କ ମୃତ୍ୟୁର ୫ ଦିନ ପରେ ବି ମୃତ୍ୟ ସଂପର୍କରେ କୌଣସି କାଗଜପତ୍ର ହସ୍ପିଟାଲ ପକ୍ଷରୁ ତାଙ୍କୁ ମିଳିନଥିବା ସେ କହିଛନ୍ତି।

Advertisment

ସୂଚନା ଅନୁସାରେ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ ହେବାରୁ ମନୋଜା ତାଙ୍କ ବାପାଙ୍କୁ ପ୍ରଥମେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଇଥିଲେ। ପରେ ସ୍ଥିତି ବିଗିଡ଼ିବାରୁ ତାଙ୍କୁ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।  ଆରଟିପିସିଆର ରିପୋର୍ଟ ପଜିଟିଭ୍‌ ଆସିବା ପରେ ଅଧିକ ଚିକିତ୍ସା ପାଇଁ କଟକର ଏସସିବି ମେଡିକାଲକୁ ରେଫର କରିଥିଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର। ପରେ ପରିବାର ଲୋକ କଟକର ଏକ ଘରୋଇ ମେଡିକାଲକୁ ତାଙ୍କୁ ନେଇଥିଲେ। କିନ୍ତୁ ତାଙ୍କୁ ସରକାରୀ କୋଭିଡ ମେଡିକାଲରେ ଭର୍ତି କରିବାକୁ ଘରୋଇ ମେଡିକାଲ କହିଥିଲେ।

ପରେ ବିଏମସି ସହ ଯୋଗାଯୋଗ କରିବା ପରେ ମନୋଜ ତାଙ୍କ ବାପାଙ୍କୁ ଭୁବନେଶ୍ୱରର ଏକ ଘରୋଇ କୋଭିଡ ମେଡିକାଲରେ ଭର୍ତି କରାଇଥିଲେ। ହେଲେ ପରେ ରୋଗୀଙ୍କ ସମ୍ପର୍କରେ କିନ୍ତୁ ପରିବାର ଲୋକଙ୍କୁ ମେଡିକାଲ କର୍ତ୍ତୃପକ୍ଷ କୌଣସି ସୂଚନା ଦେଇନଥିଲେ। ଏମିତି କି ପରିବାର ଲୋକଙ୍କୁ ମେଡିକାଲ ଭିତରକୁ ଛାଡିନଥିଲେ କି ତାଙ୍କ ସମ୍ପର୍କରେ କାହାକୁ ସୂଚନା ବି ଦେଇନଥିଲେ। ତେଣୁ ସନ୍ଦେହ ହେବାରୁ ପରିବାର ଲୋକେ ବିଏମସି ଓ ଡିସିପିଙ୍କୁ ସହଯୋଗ ପାଇଁ ନିବେଦନ କରିଥିଲେ। ଆଉ ଏହାରି ମଧ୍ୟରେ କରୋନାରେ ମନୋଜଙ୍କ ବାପାଙ୍କ ମୃତ୍ୟୁ ହୋଇଥିବା ପରିବାର ସଦସ୍ୟଙ୍କୁ ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ତେବେ ଏନେଇ ମନୋଜ ଥାନାରେ ଲିଖିତ ଭାବରେ ଅଭିଯୋଗ ମଧ୍ୟ କରିଛନ୍ତି। ଆଉ ଏ ସଂପର୍କରେ ତଦନ୍ତ ଚାଲୁଥିବା ଜଣାପଡିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ