Advertisment

Piyush Tripathy Cotrovercy: ଯଦି ନୋଟିସ ମିଳିଗଲା ଆଉ ମଞ୍ଚ ଚଢ଼ିବେ ତ ପୀୟୂଷ?

ଟିକେଟ କାଟିବେକି ନାଇଁ ଥାଥାମାମା ହେଉଥିଲେ ଦର୍ଶକ। ପୀୟୂଷ ମଞ୍ଚ ଚଢ଼ିବେ କି ନାଇଁ ଥିଲା ସଂଶୟ। କୋର୍ଟ ନୋଟିସ ପାଇଲେନି, କାଲି ମଞ୍ଚ ଚଢ଼ିଲେ ପୀୟୂଷ। ଆଜି ଯଦି ନୋଟିସ ମିଳିଗଲା ଆଉ ମଞ୍ଚ ଚଢ଼ିବେ ତ ?

Piyush Tripathy Cotrovercy

ଯଦି ନୋଟିସ ମିଳିଗଲା ଆଉ ମଞ୍ଚ ଚଢ଼ିବେ ତ ପୀୟୂଷ? Photograph: (OTV)

Advertisment

ଏବେ ଟିକେଟ କାଟିବେ କି ନାଇଁ ଥା… ଥା… ମା… ମା… ହେଉଥିଲେ ଦର୍ଶକ। ପୀୟୂଷ ମଞ୍ଚ ଚଢ଼ିବେ କି ନାଇଁ ଥିଲା ସଂଶୟ। କୋର୍ଟ ନୋଟିସ ପାଇଲେନି ବୋଲି, ଗୁରୁବାର ମଞ୍ଚ ଚଢ଼ିଲେ। ଯଦି ନୋଟିସ ମିଳିଗଲା ଆଉ ମଞ୍ଚ ଚଢ଼ିବେ ତ?

Advertisment

ଯାତ୍ରା ସୁପରଷ୍ଟାର ପୀୟୂଷଙ୍କୁ ନେଇ ମଞ୍ଚ ଉପରେ ଯେତିକି ବିବାଦ ମଞ୍ଚ ବାହାରେ ବି ସେତିକି ସଂଶୟ । ପୀୟୂଷଙ୍କ ଷ୍ଟେଜ୍ ଚଢ଼ିବା ଉପରେ ଭୁବନେଶ୍ୱର କୋର୍ଟ ରୋକ୍ ଲଗାଇବା ପରେ ଏବେ ଦର୍ଶକଙ୍କ ଉତ୍କଣ୍ଠା ବଢ଼ି ବଢ଼ି ଚାଲିଛି । କଟକ ଟାଙ୍ଗୀ ବ୍ଲକ ମଠସାହି ଠାରେ ପୀୟୂଷ ଅଭିନୟ କରୁଥିବା ଯାତ୍ରା ସିଂହବାହିନୀ ଯାତ୍ରା ପରିବେଷଣ କରୁଥିବା ବେଳେ ସେ ଅଭିନୟ କରିବେ କି ନାହିଁ ତାକୁ ନେଇ ଦର୍ଶକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 

୭ ତାରିଖ ଦିନ କୋର୍ଟ ପୀୟୂଷଙ୍କ ଉପରେ ରୋକ୍ ଲଗାଇଥିଲେ । ପୂର୍ବରୁ ପୀୟୂଷ ଅନୁବନ୍ଧିତ ଥିବା ଯାତ୍ରା ଅନୁଷ୍ଠାନ ସୂର୍ଯ୍ୟ ମନ୍ଦିର ମାଲିକଙ୍କ ପକ୍ଷରୁ କୋର୍ଟରେ ଦାୟର ମାମଲାର ଶୁଣାଣି କରି ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଯାତ୍ରା ପରିବେଷଣ ନକରିବାକୁ ନିର୍ଦ୍ଦେଶ ଦେଇଥିଲେ । କେବଳ ପୀୟୂଷଙ୍କ ପାଇଁ ଟିକେଟ କିଣିଥିବା ଦର୍ଶକ ବି ଏ ସଂପର୍କୀତ ଖବର ଜାଣି ନିରାଶ ହୋଇଯାଇଥିଲେ । ହେଲେ ନୋଟିସ ତାଙ୍କୁ ମିଳିନଥିବା କହି କାଲି ରାତିରେ ଶେଷକୁ ମଂଚ ଚଢ଼ିଥିଲେ ପୀୟୂଷ । ପୀୟୂଷଙ୍କୁ ମଞ୍ଚରେ ପାଇ ଦର୍ଶକ ବି ଖୁସି ହୋଇଥିଲେ । 

Advertisment

ଏହି ଖବରର ଭିଡିଓ ଦେଖିବାକୁ ତଳେ କ୍ଲିକ୍ କରନ୍ତୁ:


ଗୁରୁବାର ରାତି ସିନା ସରିଗଲା ହେଲେ ଶୁକ୍ର କଣ ହେବ ତାକୁ ନେଇ ବଢ଼ିଛି ଉତ୍କଣ୍ଠା । ଯଦି ପୀୟୂଷଙ୍କୁ କୋର୍ଟ ନୋଟିସ ମିଳିଯାଏ ତେବେ କ’ଣ ରହିବ ତାଙ୍କ ପଦକ୍ଷେପ । ରାତିରେ ମଞ୍ଚ ଚଢ଼ିବେ ନା କୋର୍ଟ ରୋକ୍ ଲଗାଇଥିବାରୁ ମଞ୍ଚରୁ ଦୂରେଇ ରହିବେ ପୀୟୂଷ । ଏନେଇ ପୀୟୂଷ କହିଛନ୍ତି କୋର୍ଟ ଉପରେ ଭରସା ଅଛି । ଓକିଲଙ୍କ ସହ ଆଲୋଚନା କରି ପଦକ୍ଷେପ ନେବି । ଯଦି ନୋଟିସ ପାଇଯାଏ ତେବେ ମଞ୍ଚରୁ ଦୂରେଇ ରହିବାକୁ ପଡ଼ିବ । ଆଶା କରୁଛି କୋର୍ଟରୁ ଉଚିତ ନ୍ୟାୟ ମିଳିବ । 


ପ୍ରାୟ ୧ ବର୍ଷ ହେବ ପୀୟୂଷଙ୍କୁ ନେଇ ବିବାଦ ଲାଗିରହିଛି । ପ୍ରଥମେ ଯାତ୍ରା ସିଂହବାହିନୀ ମାଲିକଙ୍କଠାରୁ ଫର୍ଚୁନର ଗାଡ଼ି ଆଣି ତାଙ୍କ ଅନୁଷ୍ଠାନକୁ ନଯିବାକୁ ଘୋଷଣା କରିବା, ସୂର୍ଯ୍ୟ ମନ୍ଦିର ସହ କରିଥିବା ଚୁକ୍ତି ଉଲ୍ଲଂଘନ ଅଭିଯୋଗ ହେବା ଏବଂ ଏବେ ବର୍ଷେ ମଞ୍ଚରୁ ଦୂରେଇ ରହିବାକୁ ଘୋଷଣା କରି ଅଧାବର୍ଷରୁ ମଞ୍ଚ ଚଢ଼ିବାକୁ ନେଇ ବିବାଦରେ ରହିଛନ୍ତି ପୀୟୂଷ। ମାମଲା ଏବେ କୋର୍ଟକୁ ଯାଇଥିବାରୁ କଣ ହେଉଛି ପୀୟୂଷଙ୍କ ଭାଗ୍ୟ ତା ଉପରେ ସମସ୍ତ ଯାତ୍ରାପ୍ରେମୀଙ୍କ ନଜର । 

Advertisment
Jatra Actor Piyush Tripathy piyush tripathy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ