Advertisment

Court Relief Brings Piyush Tripathy: କୋର୍ଟଙ୍କ ରହିତାଦେଶ ହଟିବା ପରେ ମଞ୍ଚରେ ଏଥର ପୀୟୁଷ; ପୂର୍ବାହ୍ନ ୧୦ଟା ସୁଦ୍ଧା ସବୁ ଟିକେଟ୍ ସେଲ୍

ଆଜିଠୁ ଯାତ୍ରା ପେଣ୍ଡାଲରେ ଅଭିନେତା ପୀୟୂଷ ତ୍ରିପାଠୀ। କୋର୍ଟଙ୍କ ରହିତାଦେଶ ହଟିବା ପରେ ମଞ୍ଚରେ ଏଥର ପୀୟୁଷ। ଯାଜପୁର ବରୁଣେଶ୍ୱର ପଡ଼ିଆରେ ପୀୟୁଷଙ୍କ ପାଇଁ ଦିୱାନା ଫ୍ୟାନ। ଟିକେଟ କାଉଣ୍ଟରରେ ସକାଳୁ ସକାଳୁ ଜମିଥିଲା ଭିଡ଼।

Court Relief Brings Piyush Tripathy

କୋର୍ଟଙ୍କ ରହିତାଦେଶ ହଟିବା ପରେ ମଞ୍ଚରେ ଏଥର ପୀୟୁଷ Photograph: (OTV)

Advertisment

ଯାତ୍ରା କଳାକାର ଓ ମାଲିକ ବିବାଦକୁ ନେଇ କୋର୍ଟଙ୍କ କୋହଳ ମନୋଭାବ ପରେ ଆଜିଠୁ ଯାତ୍ରା ପେଣ୍ଡାଲକୁ ଓହ୍ଲାଉଛନ୍ତି ଚର୍ଚ୍ଚିତ ଅଭିନେତା ପୀୟୁଷ ତ୍ରିପାଠୀ। ପୀୟୂଷ ମଞ୍ଚକୁ ଫେରିବାର ଖବର ପରେ ଏପଟେ ଯାଜପୁର ବରୁଣେଶ୍ୱର ମେଳା ପଡ଼ିଆରେ ଯାତ୍ରା ସିଂହବାହିନୀ ଟିକେଟ୍ କାଉଣ୍ଟରରେ ପ୍ରବଳ ଭିଡ଼। ଦିନ ୧୦ଟା ସୁଦ୍ଧା ସବୁ ଟିକେଟ୍ ସେଲ। ଯାହାକୁ ନେଇ ଉଭୟ ଦର୍ଶକ ଉତ୍ସାହ ସାଙ୍ଗକୁ ଓ ଆଶ୍ବସ୍ତ ହୋଇଛନ୍ତି କଳାକାର ମହଲ।

Advertisment

ଟିକେଟ୍ କାଉଣ୍ଟରରେ ଖଚାଖଚ ଭିଡ଼। ସକାଳୁ ସକାଳୁ ଅସମ୍ଭାଳ ସ୍ଥିତି। ଦିନ ୧୦ଟା ସୁଦ୍ଧା ସବୁ ଟିକେଟ୍ ସୋଲ୍ଡ୍ ଆଉଟ୍। ଯାତ୍ରା ସେନସେସନ ପୀୟୂଷ ତ୍ରିପାଠୀ ଆଜିଠୁ ଯାତ୍ରା ପେଣ୍ଡାଲ ଚଢିବା ନେଇ କାଲିଠୁ ଘୋଷଣା ପରେ ଇଏ ଯାଜପୁର ବରୁଣେଶ୍ବର ମେଳା ଯାତ୍ରା ପଡ଼ିଆର ଦୃଶ୍ୟ। ବରୁଣେଶ୍ବର ମେଳାରେ ଗତକାଲିଠୁ ଯାତ୍ରା ପରିବେଷଣ କରୁଛି ସିଂହବାହିନୀ ଅପେରା। କିନ୍ତୁ ପାର୍ଟିରେ ବ୍ୟାଡ୍ ବୟ ପୀୟୁଷ ନଥିବାରୁ ଯେମିତି ଦର୍ଶକଙ୍କ ଭିତରେ ସେତେଟା ଆଗ୍ରହ ନଥିଲା। 

ହେଲେ ମଙ୍ଗଳବାର ପୀୟୂଷଙ୍କ ଉପରୁ କୋର୍ଟଙ୍କ ପ୍ରତିବନ୍ଧକ ଉଠିଯିବା ଏବଂ ଆଜିଠୁ ସେ ମଞ୍ଚକୁ ଫେରିବା ଖବର ପରେ, ଇଏ ତାର ଇଫେକ୍ଟ। ଆଜି ବରୁଣେଶ୍ବର ମେଳା ପଡ଼ିଆରେ ମଞ୍ଚସ୍ଥ ହେବାକୁ ଯାଉଛି ନାଟକ ତୁ ମୋ ବଜରଙ୍ଗୀ। ଯେଉଁଥିରେ ଲିଡ୍ ରୋଲରେ ଅଛନ୍ତି ପୀୟୁଷ। ତେଣୁ ଟିକେଟ୍ ପାଇଁ ଦର୍ଶକଙ୍କ ଭିତରେ ଦେଖାଦେଇଥିଲା ପ୍ରବଳ ପ୍ରତିଯୋଗିତା। ସ୍ଥିତି ଏମିତି ହୋଇଥିଲା, ଆୟୋଜକଙ୍କୁ ପୋଲିସର ସହାୟତା ନେବାକୁ ପଡ଼ିଥିଲା।

Advertisment

ଅପେରା ସୂର୍ଯ୍ୟମନ୍ଦିର ସହ ଚୁକ୍ତି ଖିଲାପ ଅଭିଯୋଗ ମାମଲାରେ ଭୁବନେଶ୍ୱର କୋର୍ଟଙ୍କ ନିର୍ଦ୍ଦେଶ ପରେ ଗତ ୮ ତାରିଖରୁ ଆଉ ମଞ୍ଚକୁ ଚଢି ନାହାନ୍ତି ପୀୟୁଷ ତ୍ରିପାଠୀ। ଯାହାକୁ ନେଇ ଅଡୁଆରେ ପଡ଼ିଥିଲେ ଯାତ୍ରା ସିଂହବାହିନୀ ମାଲିକ। ସେପଟେ ପୀୟୁଷଙ୍କ ଅନୁପସ୍ଥିତି ବି ତାଙ୍କର ଅସଂଖ୍ୟ ଫ୍ୟାନ ଓ ଯାତ୍ରାପ୍ରେମୀଙ୍କୁ ଦୁଃଖ ଦେଇଥିଲା। ତେବେ ଗତକାଲି କୋର୍ଟ ପୀୟୂଷଙ୍କ ଉପରେ ଲାଗିଥିବା ଅନ୍ତରୀଣ ରହିତାଦେଶ ଉଠାଇ ଦେବା ପରେ, ପୁଣି ପେଣ୍ଡାଲକୁ ଫେରିବା ନେଇ ଗଣମାଧ୍ୟମକୁ ସୂଚନା ଦେଇଥିଲେ ପୀୟୁଷ ଓ ଯାତ୍ରା ସିଂହବାହିନୀ ମାଲିକ।

ପୀୟୂଷଙ୍କୁ ଏବେ ମଞ୍ଚ ଚଢିବାକୁ ଅନୁମତି ମିଳିଥିଲେ ବି ତେବେ ଅପେରା ସୂର୍ଯ୍ୟମନ୍ଦିର ମାଲିକ ଯେଉଁ ମାମଲା ଦାଏର କରିଛନ୍ତି, ତାର ବିଚାର ସରିନି। ତେଣୁ ଆଗକୁ କୋର୍ଟଙ୍କ ବିଚାର ପ୍ରକ୍ରିୟା ଚାଲିବାକୁ ଥିବାରୁ ଏ ବିବାଦ ଆଗକୁ ବି ଲାଗି ରହିବ। ସେପଟେ ଯାତ୍ରାଜଗତ ପାଇଁ ବିବାଦ ଆଦୌ ଶୁଭଙ୍କର ନୁହେଁ ବୋଲି କହି, ଏ ବିବାଦକୁ ତୁରନ୍ତ ସମାଧାନ ପାଇଁ ଆହ୍ୱାନ କରିଛନ୍ତି ଆଉ କିଛି ଯାତ୍ରାପାର୍ଟି ମାଲିକ।

Advertisment
Jatra Actor Piyush Tripathy Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ