Advertisment

ମହାମାରୀ ବଦଳାଇ ଦେଲା ଜୀବନର ମୋଡ଼

କରୋନା ବଦଳାଇଦେଲା ଜୀବନର ମୋଡ଼। ସବୁ ସ୍ପପ୍ନକୁ ଭାଙ୍ଗି ଚୁରମାର କରିଦେଲା ମହାମାରୀ। ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିବାକୁ ଯିଏ ଦିନେ ଫୁଟବଲ ମୈଦାନରେ କମାଲ ଦେଖାଉଥିଲେ, ଏବେ ସେ ପାଲଟି ଯାଇଛନ୍ତି ପେଟ୍ରୋଲ ପମ୍ପ କର୍ମଚାରୀ।

ଅଦ୍ୟତନ ହୋଇଛି
ମହାମାରୀ ବଦଳାଇ ଦେଲା ଜୀବନର ମୋଡ଼

change-lige

Advertisment
  • ମହାମାରୀ ବଦଳାଇ ଦେଲା ଜୀବନର ମୋଡ଼
  • ପେଟ ପାଇଁ ପେଟ୍ରୋଲ ପମ୍ପରେ ଖଟୁଛନ୍ତି ଫୁଟବଲର୍ ଗୁଡ୍ଡି
  • ମାରାଥନ ଧାବକ ଦିବାନା ପାଲଟିଲେ ଡେଲିଭରୀ ବୟ
Advertisment

ଭୁବନେଶ୍ୱର: ଜୀବନର ମୋଡ଼କୁ ବଦଳାଇ ଦେଲା ମହାମାରୀ। ଫୁଟବଲ ମୈଦାନରେ ଗୋଲ ଦେଇ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିବାକୁ ଆଶା ରଖିଥିବା ଜାତୀୟ ସ୍ତରର ଫୁଟବଲର୍ ସୁନ୍ଦରଗଡ଼ର ଗୁଡ୍ଡି ଏବେ ପେଟ୍ରୋଲ ପମ୍ପ କର୍ମଚାରୀ। କେବଳ ଗୁଡ୍ଡି ନୁହଁନ୍ତି ମାଲକାନଗିରିର ରାଜ୍ୟସ୍ତରୀୟ ମାରଥନ ଧାବକ କରୋନା କାଳରେ ରୋଜଗାର ପାଇଁ ପାଲଟିଯାଇଛନ୍ତି ଆମାଜନ୍ ଡେଲିଭରୀ ବୟ।

କରୋନା ବଦଳାଇଦେଲା ଜୀବନର ମୋଡ଼। ସବୁ ସ୍ପପ୍ନକୁ ଭାଙ୍ଗି ଚୁରମାର କରିଦେଲା ମହାମାରୀ। ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିବାକୁ ଯିଏ ଦିନେ ଫୁଟବଲ ମୈଦାନରେ କମାଲ ଦେଖାଉଥିଲେ, ଏବେ ସେ ପାଲଟି ଯାଇଛନ୍ତି ପେଟ୍ରୋଲ ପମ୍ପ କର୍ମଚାରୀ। ସୁନ୍ଦରଗଡ଼ ବୀରମିତ୍ରପୁରର ଜାତୀୟ ସ୍ତରର ଫୁଟବଲ ଖେଳାଳି ଗୁଡ୍ଡି ତିର୍କୀ ୨୦୧୬ରେ ମଧ୍ୟପ୍ରଦେଶ ଜବଲପୁରରେ ସର୍ବଭାରତୀୟ ଫୁଟବଲ ଚାମ୍ପିଅନସିପରେ ଭାଗନେଇ ତୃତୀୟ ସ୍ଥାନ ହାସଲ ସହ ଓଡ଼ିଶାକୁ ଦେଶରେ କରିଥିଲେ ଗୌରବାନ୍ୱିତ। ହେଲେ ନୁଆଣିଆ ଝାଟିମାଟି ଘରୁ ଗୁଡ୍ଡି ଦେଖିଥିବା ସ୍ୱପ୍ନରେ ଗ୍ରହଣ ଲଗାଇଦେଇଛି ମହାମାରୀ।

Advertisment

ଲକଡାଉନ୍‌ ଯୋଗୁ ବାପାଙ୍କ ଛୋଟ ଦୋକାନ ବନ୍ଦ ହୋଇଯାଇଥିବାରୁ ଆର୍ଥିକ ସଂକଟରେ ପରିବାର ଏଭଳି ସ୍ଥିତିରେ ରହିଛି। ପେଟ୍ରୋଲ ପମ୍ପରେ ଅଳ୍ପ କିଛି ପାରିଶ୍ରମିକରେ ଚାକିରି କରି ଘର ଚଳାଉଛନ୍ତି ଗୁଡ୍ଡି। ପାଖରେ ମାଳ ମାଳ ସାର୍ଟିଫିକେଟ ରହିଛି। ଅଲ୍ ଇଣ୍ଡିଆ ଫୁଟବଲ ଫେଡେରେସନରୁ ମାନ୍ୟତା ମଧ୍ୟ ମିଳିଛି। ଚଳିତ ବର୍ଷ ପୋଲିସ ବିଭାଗରେ ଗ୍ରୁପ୍ ବି କିମ୍ବା ସିରେ ନିଯୁକ୍ତି ପାଇଁ କଟକ ପୋଲିସ ମୁଖ୍ୟାଳୟରୁ ଚିଠି ଆସିଥିଲା। ସାର୍ଟିଫିକେଟ ଭେରିଫିକେସନ୍ ପରେ ଚାକିରି ନେଇ କୌଣସି ସୂଚନା ମିଳିନଥିବାରୁ ଅନିଶ୍ଚିତତା ଭିତରେ ଗୁଡ୍ଡିଙ୍କ ଭବିଷ୍ୟତ।

କେବଳ ଗୁଡ୍ଡି ନୁହଁନ୍ତି, ମାଲକାନଗିରିର ରାଜ୍ୟସ୍ତରୀୟ ମାରାଥନ ଧାବକ ଦିବାନା ଗୁଗଲାତ ମଧ୍ୟ ସମୟ ଚକରେ ପାଲଟି ଯାଇଛନ୍ତି ଡେଲିଭରୀ ବୟ। ରେଡି-ଷ୍ଟେଡି-ଗୋ କମାଣ୍ଡରେ ଯିଏ ଦିନେ ମାରାଥନ ଦଉଡ଼ୁ ଥିଲେ। ଏବେ ସେ ଘର ଘର ବୁଲି ପାର୍ସଲ ପହଞ୍ଚାଉଛନ୍ତି। ପାଖରେ ଆର୍ଥିକ ସମ୍ବଳ ନଥିବାରୁ ନିଜର ପୁରୁଣା ସାଇକେଲ ଖଣ୍ଡିକ ପାଲଟିଛି ସହଚର। ବୃଦ୍ଧ ବାପା ମାଆଙ୍କ ଏକ ମାତ୍ର ସାହାରା ଦିବାନା। ଯାହା ରୋଜଗାର କରୁଛନ୍ତି ସେଥିରେ ଜଳୁଛି ଚୁଲି। ରାଜ୍ୟସ୍ତରୀୟ ମାରାଥନ ପ୍ରତିଯୋଗିତାରେ ଭାଗନେଇ ସେ ପାଇଥିବା ଗଣ୍ଡାଗଣ୍ଡା ସାର୍ଟିଫିକେଟ ଓ ସିଲ୍ ଏବେ ତାଙ୍କ ଭଙ୍ଗା ଦଦରା ଘରେ କେବଳ ଶୋଭା ବଢାଉଛି। ତଥାପି ଭବିଷ୍ୟତର ଆଶା ନେଇ ଚଳାଇଛନ୍ତି ଅଭ୍ୟାସ।

Advertisment

ମାଲକାନଗିରିରୁ ଜିତେନ୍ଦ୍ର ବେଉରା ଓ ବୀରମିତ୍ରପୁରରୁ ରାକେଶ ସାହୁଙ୍କ ରିପୋର୍ଟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ