Advertisment

ଭୁବନେଶ୍ୱରରେ ବଦଳିବ କରୋନା ଟିକାକରଣ ସମୟ

ରାଜଧାନୀରେ ବଦଳିବ କରୋନା ଟିକାକରଣ ସମୟ ମଙ୍ଗଳବାରଠାରୁ ସକାଳ ବେଳା ୧୮ରୁ ୪୪ ବର୍ଷ ବର୍ଗକୁ ପ୍ରଥମ ଡୋଜ୍ ଟିକା ଦିଆଯିବ ଅପରାହ୍ନରେ ସବୁ ବର୍ଗକୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯିବ ପୂରା ରାଜ୍ୟରେ ଅନଲକ୍ ନ ହେଲେ ବି ଯେଉଁଠି…

ଅଦ୍ୟତନ ହୋଇଛି
ଭୁବନେଶ୍ୱରରେ ବଦଳିବ କରୋନା ଟିକାକରଣ ସମୟ

vaccination

Advertisment
  • ରାଜଧାନୀରେ ବଦଳିବ କରୋନା ଟିକାକରଣ ସମୟ
  • ମଙ୍ଗଳବାରଠାରୁ ସକାଳ ବେଳା ୧୮ରୁ ୪୪ ବର୍ଷ ବର୍ଗକୁ ପ୍ରଥମ ଡୋଜ୍ ଟିକା ଦିଆଯିବ
  • ଅପରାହ୍ନରେ ସବୁ ବର୍ଗକୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯିବ
  • ପୂରା ରାଜ୍ୟରେ ଅନଲକ୍ ନ ହେଲେ ବି ଯେଉଁଠି ସଂକ୍ରମଣ କମୁଛି, ସେଠାରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇପାରେ
Advertisment

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବଦଳିବ କରୋନା ଟିକାକରଣ ସମୟ। ମଙ୍ଗଳବାରଠାରୁ ସକାଳ ବେଳା ୧୮ରୁ ୪୪ ବର୍ଷ ବର୍ଗକୁ ପ୍ରଥମ ଡୋଜ୍ ଟିକା ଦିଆଯିବ। ତେବେ ଅପରାହ୍ନରେ ସବୁ ବର୍ଗକୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯିବ। ଏନେଇ ବିଏମ୍‌ସି କମିଶନର ସଞ୍ଜୟ ସିଂ ସୂଚନା ଦେଇଛନ୍ତି।

ସୂଚନାଥାଉ କି, ପ୍ରଥମ ଡୋଜ୍ ଟିକା ନେଇଥିବା ଯୁବବର୍ଗଙ୍କୁ ଡ୍ୟୁ ଡେଟ୍ ଅନୁସାରେ ଦ୍ୱିତୀୟ ଡୋଜ୍ ଟିକାକରଣ ଜାରି ରହିଛି। ଯାହାକି ଆସନ୍ତା ସୋମବାର ସୁଦ୍ଧା ଶେଷ ହେବ। ଏହାପରେ ୧୮ରୁ ୪୪ ବର୍ଷ ବର୍ଗର ଟିକା ନେଇ ନଥିବା ବ୍ୟକ୍ତି ବିଶେଷଙ୍କ ପ୍ରଥମ ଡୋଜ୍ ଟିକାକରଣ ଆରମ୍ଭ ହେବ।

Advertisment

ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ କମୁଥିବା ବେଳେ ମୃତ୍ୟୁ ହାରରେ ବ୍ରେକ୍‌ ଲାଗିପାରୁନି। ଗତକାଲି ରାଜ୍ୟରେ ୫,୨୩୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ରାଜ୍ୟରେ ୪,୮୫୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି

ସ୍ୱାସ୍ଥ୍ୟ ବିଭାଗର କହିବା ଅନୁସାରେ, ରାଜ୍ୟରେ ଏବେ କରୋନା ସଂକ୍ରମଣ ହାର କମୁଛି ହେଲେ ଯେଉଁଠି ଟେଷ୍ଟ ପଜିଟିଭିଟି ରେଟ୍ ଅଧିକ ରହୁଛି, ସେଠି ଟେଷ୍ଟିଂକୁ ଗୁରୁତ୍ୱ ଦିଆଯାଉଛି। ତେବେ ରଜ ପରେ ସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ। ଏପରିକି ପୂରା ରାଜ୍ୟରେ ଅନଲକ୍ ନ ହେଲେ ବି ଯେଉଁଠି ସଂକ୍ରମଣ କମୁଛି, ସେଠାରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇପାରେ। ଡିଏମ୍ଇଟି ସିବିକେ ମହାନ୍ତି ମଧ୍ୟ କହିଛନ୍ତି- ପରିସ୍ଥିତି ସୁଧୁରିଲେ ଅନଲକ୍‌ ପ୍ରକ୍ରିୟା ଆରମ୍ଭ ହେବ। ହେଲେ କରୋନା କମୁଛି ଭାବି ସଚେତନ ନହେଲେ ବିପଦ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ