Advertisment

ସ୍କୁଲ ଖୋଲୁ ଖୋଲୁ ଚିନ୍ତା ବଢ଼ାଇଲାଣି କରୋନା ମହାମାରୀ

ସ୍କୁଲ ଖୋଲୁ ଖୋଲୁ କରୋନା ଭୟ ପୁଣି ଚିନ୍ତା ବଢାଇଲାଣି। ଝାରସୁଗୁଡା ଓ ଗଜପତିର ଦୁଇଟି ସ୍କୁଲରେ ଛାତ୍ରଛାତ୍ରୀ ଓ ଶିକ୍ଷକ ସଂକ୍ରମିତ ହେବା ପରେ ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ବଢିଛି ଶଙ୍କା। ସରକାରଙ୍କ ଗାଇଡ୍ଲାଇନ ଅନୁସାରେ କ୍ଲାସ ହେଉଥିଲେ ମଧ୍ୟ କେମିତି ବ୍ୟାପିଲା ସଂକ୍ରମଣ ତାକୁ ନେଇ ଉଠିଛି ପ୍ରଶ୍ନ

ସ୍କୁଲ ଖୋଲୁ ଖୋଲୁ ଚିନ୍ତା ବଢ଼ାଇଲାଣି କରୋନା ମହାମାରୀ

corona school

Advertisment

ଝାରସୁଗୁଡ଼ା: ସ୍କୁଲ ଖୋଲୁ ଖୋଲୁ କରୋନା ଭୟ ପୁଣି ଚିନ୍ତା ବଢାଇଲାଣି। ଝାରସୁଗୁଡା ଓ ଗଜପତିର ଦୁଇଟି ସ୍କୁଲରେ ଛାତ୍ରଛାତ୍ରୀ ଓ ଶିକ୍ଷକ ସଂକ୍ରମିତ ହେବା ପରେ ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ବଢିଛି ଶଙ୍କା। ସରକାରଙ୍କ ଗାଇଡ୍ଲାଇନ ଅନୁସାରେ କ୍ଲାସ ହେଉଥିଲେ ମଧ୍ୟ କେମିତି ବ୍ୟାପିଲା ସଂକ୍ରମଣ ତାକୁ ନେଇ ଉଠିଛି ପ୍ରଶ୍ନ। ଏଣେ ଶହେ ଦିନର କ୍ଲାସ ପରେ ବୋର୍ଡ ପରୀକ୍ଷା ପିଲାମାନେ ପାଠପଢାକୁ ନେଇ ତତ୍ପର ଥିବା ବେଳେ ସଂକ୍ରମଣ ଚିନ୍ତା ବଢାଇଛି। ଏହାକୁ ଦୃଷ୍ଟିରେ ରଖି ଗଣଶିକ୍ଷା ବିଭାଗ ଗାଇଡଲାଇନ ପାଳନକୁ ଅଧିକ କଡ଼ାକଡି କରିବାକୁ ନିର୍ଦ୍ଦେଶ ଦେଇଛି।

Advertisment

publive-imageକାମ ଦେଇନି ସରକାରଙ୍କ ଗାଇଡ୍ଲାଇନ। ସବୁ ସତର୍କତାସତ୍ତ୍ୱେ ସ୍କୁଲରେ ଏଣ୍ଟ୍ରି ମାରିଛି କରୋନା ଭୂତାଣୁ। ଝାରସୁଗୁଡା ଲଇକେରା ବ୍ଲକର ୩୨ ଜଣ ଛାତ୍ରଛାତ୍ରୀ ପଜିଟିଭି ଚିହ୍ନଟ ହୋଇଛନ୍ତି। ତେଣୁ ଜିଲ୍ଲାର ଅନ୍ୟ ଅଞ୍ଚଳରେ ଭୂତାଣୁ ସଂକ୍ରମଣ ହୋଇଛି ନା ନାହିଁ ତାକୁ ନେଇ ବଢିଛି ଶଙ୍କା। କେବଳ ଝାରସୁଗୁଡ଼ା ନୁହେଁ, ଗଜପତି ଜିଲ୍ଲାରେ ମଧ୍ୟ ଗତ ୭ଦିନରେ ସଂକ୍ରମିତ ହୋଇଛନ୍ତି ୨୬ ଜଣ ଛାତ୍ରଛାତ୍ରୀ ଓ ଶିକ୍ଷକ

ସ୍କୁଲ୍ ଖୋଲିବା ପରଠାରୁ ସ୍କୁଲରେ ସଂକ୍ରମିତଙ୍କ ସଂଖ୍ୟା ୫୦ ଡେଇଁଲାଣି। ଏହାସତ୍ତ୍ୱେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ଯେଭଳି ବ୍ୟାହତ ନହେବ ସେଥିଲାଗି ପଦକ୍ଷେପ ନିଆଯାଉଛି। ଶିକ୍ଷକ ପଜିଟିଭି ଚିହ୍ନଟ ହେଲେ ତାଙ୍କ ସ୍ଥାନରେ ଅନ୍ୟ ଶିକ୍ଷକଙ୍କୁ ନିୟୋଜିତ କରାଯାଉଛି। ସେହିପରି ସାମାଜିକ ଦୂରତ୍ୱ ଓ ଅନ୍ୟ କରୋନା ଗାଇଡ୍ଲାଇନ ପାଳନକୁ କଡାକଡ଼ି କରିବା ଲାଗି ପଦକ୍ଷେପ ନିଆଯାଉଛି ।

Advertisment


ସ୍କୁଲ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ ସରକାରଙ୍କ ନିର୍ଦ୍ଦେଶ ମୁକାବକ ଗାଇଡ୍ଲାଇନ୍ସର କଡ଼ା ଅନୁପାଳନ ହେଉଛି। ପିଲାଙ୍କୁ ସାନିଟାଇଜ କରି କ୍ଲାସକୁ ଛଡାଯାଉଛି। ସାମାଜିକ ଦୂରତା ରଖି ସିଟିଂ ଆରେଞ୍ଜମେଣ୍ଟ ହୋଇଛି। କ୍ଲାସ୍ ରୁମରେ ବି ସାନିଟାଇଜର ରଖାଯାଉଛି। ଖାଇବା ଛୁଟିରେ ଯେପରି ଭିଡ ନହୁଏ ସେଥିଲାଗି ଶିକ୍ଷକ ଶିକ୍ଷୟିତ୍ରୀ କଡ଼ା ନଜର ରଖୁଛନ୍ତି। ଏସବୁ ସତ୍ତ୍ୱେ କିଭଳି ଘଟିଲା ଭୂତାଣୁ ସଂକ୍ରମଣ ତାକୁ ନେଇ ଉଠିଛି ପ୍ରଶ୍ନ ।

publive-image ତେବେ ସ୍ଥିତି ନିୟନ୍ତ୍ରଣରେ ଥିବା କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ । ଅନ୍ୟପକ୍ଷରେ କୋଭିଡ ଗାଇଡଲାଇନ୍ ପାଳନ ସଂକ୍ରମଣ ରୋକିବାର ଏକମାତ୍ର ଉପାୟ ବୋଲି ମତ ଦେଇଛନ୍ତି ଡିଏମଇଟି। ଟୀକାକରଣ ପରେ ସଂକ୍ରମଣ ଯଥେଷ୍ଟ କମିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

Advertisment

publive-imageରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି।  ତେବେ ସ୍କୁଲକୁ ବ୍ୟାପିଥିବା ସଂକ୍ରମଣ ଯେପରି ନିୟନ୍ତ୍ରଣ ବାହାରକୁ ନଯାଏଁ ସେଥିଲାଗି ଉପଯୁକ୍ତ ପଦକ୍ଷେପ ନେବାକୁ ଗଣଶିକ୍ଷା ବିଭାଗ କଡା ନିର୍ଦ୍ଦେଶ ଦେଇଛି।

ପାରଳାଖେମୁଣ୍ଡିରୁ ଆଦର୍ଶ ଦାସ, କୁଚିଣ୍ଡାରୁ ଦେବେନ୍ଦ୍ର ବେହେରା, ଭୁବନେଶ୍ୱରରୁ ସୌମ୍ୟ ରଞ୍ଜନ ସାହୁ ଓ ଜଗଦୀଶ ଦାସଙ୍କ ରିପୋର୍ଟ।

Corona Cases In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ