Advertisment

କରୋନାର ଦୈନିକ ସଂକ୍ରମଣ ନିୟନ୍ତ୍ରଣାଧୀନ

ଭୁବନେଶ୍ଵର: ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ନିୟନ୍ତ୍ରଣାଧୀନ ଥିବା କହିଛନ୍ତି ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର। ସେ ସୂଚନା ଦେଇଛନ୍ତି ଯେ ରାଜ୍ୟରେ ଯେତେ ପଜିଟିଭ ବାହାରିବେ ବୋଲି ପୂର୍ବରୁ ଆକଳନ କରାଯାଇଥିଲା, ତା’ଠାରୁ ବହୁତ କମ୍ ରହିଛି ସଂକ୍ରମଣ।…

ଅଦ୍ୟତନ ହୋଇଛି
କରୋନାର ଦୈନିକ ସଂକ୍ରମଣ ନିୟନ୍ତ୍ରଣାଧୀନ

Untitled-1

Advertisment

ଭୁବନେଶ୍ଵର: ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ନିୟନ୍ତ୍ରଣାଧୀନ ଥିବା କହିଛନ୍ତି ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର। ସେ ସୂଚନା ଦେଇଛନ୍ତି ଯେ ରାଜ୍ୟରେ ଯେତେ ପଜିଟିଭ ବାହାରିବେ ବୋଲି ପୂର୍ବରୁ ଆକଳନ କରାଯାଇଥିଲା, ତା’ଠାରୁ ବହୁତ କମ୍ ରହିଛି ସଂକ୍ରମଣ। ସରକାରଙ୍କ ପଦକ୍ଷେପ ଯୋଗୁଁ ଜାତୀୟ ହାରରୁ ଆମର ସ୍ଥିତି ଭଲ ଅଛି।  କିଛି ଜିଲ୍ଲାରେ ସଂକ୍ରମଣ ହାର ଅଧିକ ଥିଲେ ମଧ୍ୟ ଲକଡାଉନ୍ ପ୍ରଭାବ ପରେ ସେଠାରେ ମଧ୍ୟ ସଂକ୍ରମଣ କମିବ ବୋଲି ଆଶା ପ୍ରକାଶ କରିଛନ୍ତି ନିରଂଜନ ମିଶ୍ର। ଟେଷ୍ଟିଂ କାପାସିଟି ବୃଦ୍ଧି ସହିତ ଟାର୍ଗେଟେଡ୍ ସାମ୍ପଲିଂ ମଧ୍ୟ କରାଯାଉଛି। ଏହା ସହିତ ଆଇସିୟୁ ଓ ଅକ୍ସିଜେନ ବେଡ୍ ସଂଖ୍ୟା ମଧ୍ୟ ବୃଦ୍ଧି କରିବାକୁ ଚେଷ୍ଟା ଚାଲିଥିବା ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ତୃତୀୟ ଲହରକୁ ସେ କେବଳ ଏକ ଆକଳନ ବୋଲି କହିଥିବା ବେଳେ ସେଥିପାଇଁ ସତର୍କ ରହି ଟ୍ରାନ୍ସମିସନ ଚେନ୍କୁ ବ୍ରେକ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

Advertisment

ତେବେ ଖୋର୍ଦ୍ଧାରୁ ଆଜି ୧୫୩୯ ନୂଆ ପଜିଟିଭ୍ ବାହାରିଛନ୍ତି। ନୂଆ ସଂକ୍ରମିତଙ୍କ ମଧ୍ୟରୁ ୬୧୪୯ ଜଣ କ୍ଵାରେଣ୍ଟାଇନ୍‌ରେ ଥିବାବେଳେ ୪୮୩୩ ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୯୮୨୩୦ଥିବାବେଳେ କରୋନାକୁ ହରାଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୪୬୫୧୩୩ଜଣ। ଏବେ ସୁଦ୍ଧା ରାଜ୍ୟରେ ୧୦୬୬୧୬୪୭ ସାମ୍ପୁଲ ଟେଷ୍ଟ୍ ହୋଇଛି।

ସେହିପରି ରାଜ୍ୟରେ ଗତ ୨୪ ଘଣ୍ଟାରେ କରୋନାରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି ପାଇଛି । ଅନୁଗୁଳ ଜିଲ୍ଲା ଓ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଅନୁଗୁଳରୁ ଜଣେ ୭୫ ବର୍ଷୀୟ ମହିଳାଙ୍କ ସମେତ ଜଣେ ୫୬ ବର୍ଷୀୟ ଓ ଜଣେ ୮୯ ବର୍ଷୀୟ ବ୍ୟକ୍ତିଙ୍କର କରୋନାରେ ମୃତ୍ୟୁ ହୋଇଛି। ସେହିପରି ବାଲେଶ୍ୱର ଜିଲ୍ଲାରୁ ଜଣେ, ବୌଦ୍ଧ ଜିଲ୍ଲାରୁ ଜଣେ, ଭୁବନେଶ୍ୱରରୁ ୨ ଜଣ, ଢେଙ୍କାନାଳରୁ ଜଣେ, ଗଞ୍ଜାମରୁ ଜଣେ, କଳାହାଣ୍ଡିରୁ ୨ ଜଣ, ଖୋର୍ଦ୍ଧାରୁ ଜଣେ, ନୂଆପଡ଼ାରୁ ୨ ଜଣ, ପୁରୀରୁ ଜଣେ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨ ଜଣଙ୍କ ଜୀବନ ନେଇଛି କରୋନା। ମଙ୍ଗଳବାର ଦିନକରେ ୧୮ ଜଣ କରୋନା ସଂକ୍ରମିତ ହୋଇ ପ୍ରାଣ ହରାଇଥିଲେ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ