Duty Photograph: (OTV)
ଏଠି ୧୨ ମାସରେ ପାଳନ ହୁଏ ୧୩ ପର୍ବ। ବିଶେଷ କରି ଦୁର୍ଗା ପୂଜା ଆସିଲେ ସମସ୍ତେ ଚାହିଁ ରହିଥିନ୍ତି ଟିକେ କାମରୁ ଛୁଟି ନେବାକୁ। ଘରକୁ ଯାଇ ପରିବାର ସହ ସମୟ ବିତାଇବାକୁ। ହେଲେ ଜରୁରୀ ସେବାରେ ଥିବା ଲୋକଙ୍କ ପାଇଁ ପର୍ବପର୍ବାଣୀ କିଛି ନଥାଏ। ସେ ଡାକ୍ତର ହୁଅନ୍ତୁ ଅବା ନର୍ସ। କି ପୋଲିସ ହୁଅନ୍ତୁ ଅବା ଅଗ୍ନିଶମ କର୍ମଚାରୀ। ଏମାନଙ୍କ ପାଇଁ ସବୁ ଦିନ ସମାନ। ଡ୍ୟୁଟି ହିଁ ଏମାନଙ୍କ ଭଗବାନ।...
ଏଠି ଡ୍ୟୁଟି ଆଗ, ପୂଜା ପଛ। କାମ ପାଇଁ ପୂଜାକୁ ଏମାନେ କରିଦେଇଛନ୍ତି ପର। ଆଉ ଲାଗି ପଡିଛନ୍ତି ଲୋକଙ୍କ ସେବାରେ। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ନର୍ସିଂ ଅଫିସର ତନୁଜା ପାର୍ବଣର ମଉଜ, ମେଢ଼ ବୁଲା ପଛରେ ପକାଇ ରୋଗୀ ସେବାରେ ନିଜକୁ ହଜାଇ ଦେଇଛନ୍ତି। ତାଙ୍କ ପାଇଁ ମାନବ ସେବା ହିଁ ମାଧବ ସେବା।
କେବଳ ନର୍ସ ନୁହନ୍ତି ଡାକ୍ତର ବି ପର୍ବରେ ନେଉ ନାହାନ୍ତି ଛୁଟି। ଆଉ ନିଜ କାମ ଭିତରେ ହିଁ ସେ ଖୋଜୁଛନ୍ତି ଖୁସି। ଲୋକ ମୁହଁରେ ହସ ଫୁଟିଲେ ସେମାନଙ୍କ ମୁହଁରେ ଫୁଟୁଛି ହସ। କାମ ଭିତରେ ଏମାନେ ପୂଜାକୁ କରୁଛନ୍ତି ଉପଭୋଗ।
ଆମ୍ବୁଲାନ୍ସ କର୍ମଚାରୀଙ୍କ କଥା ବି ସମାନ। ବାଲେଶ୍ବରର ଏହି ଆମ୍ବୁଲାନ୍ସ କର୍ମଚାରୀମାନେ ନିଜ କର୍ତ୍ତବ୍ୟକୁ ଭଗବାନ ଭାବି ସେବା ଯୋଗାଇ ଚାଲିଛନ୍ତି। ପାର୍ବଣରେ ଘରକୁ ନଯାଇ ଡ୍ୟୁଟି କରୁଛନ୍ତି । ଆଉ ପେସେଣ୍ଟଙ୍କୁ ହିଁ ତାଙ୍କ ପରିବାର ରୂପେ ଆପଣାଇ ନେଇଛନ୍ତି।
ପାର୍ବଣ ଆସିଲେ ଚାରିଆଡ ହୁଏ ଚଳଚଞ୍ଚଳ, ବଢ଼େ ଭିଡ଼। ସ୍କୁଲଠୁ ଆରମ୍ଭ କରି ସରକାରୀ ଅଫିସ, ସବୁ ଛୁଟି ହୋଇଯାଏ। କିନ୍ତୁ ଜରୁରୀ ସେବାରେ ନିୟୋଜିତ କର୍ମଚାରୀଙ୍କ ପାଇଁ ଛୁଟି ନ ଥାଏ। ଏମାନେ 24 X 7 କାମରେ ଲାଗିଥାନ୍ତି। ପୋଲିସଙ୍କ ପାଇଁ ତ ଡ୍ୟୁଟି ବଢିଯାଏ । ସେମାନେ ସର୍ବଦା ସଜାଗ ରହିବା ସହ ଆଇନଶୃଙ୍ଖଳା ନିୟନ୍ତ୍ରଣରେ ମୁଖ୍ୟ ଭୂମିକା ନେଇଥାନ୍ତି । ଆଉ ଟ୍ରାଫିକ ପୋଲିସ ବି ଭିଡ଼ ନିୟନ୍ତ୍ରଣରେ ଲାଗିଥାନ୍ତି । ସେପଟେ ଅଗ୍ନିଶମ କର୍ମଚାରୀ ବି ଯେପରି ଅଘଟଣ ନ ଘଟେ ସେଥିପ୍ରତି ସତର୍କ ଦୃଷ୍ଟି ରଖିଥାନ୍ତି ।
ପୂଜା ପାର୍ବଣରେ ଜରୁରୀକାଳୀନ ସେବାକୁ ସବୁବେଳେ ପ୍ରାଥମିକତା ଦିଆଯାଇଥାଏ। ସେଥିପାଇଁ ଜରୁରୀକାଳୀନ ସେବାରେ ଥିବା କର୍ମଚାରୀ ୨୪ ଘଣ୍ଟିଆ ଆଲର୍ଟ ମୋଡ୍ ରେ ରୁହନ୍ତି।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/09/29/duty-2025-09-29-20-57-50.jpg)