କାଲିଠାରୁ CBSE ଦଶମ-ଦ୍ୱାଦଶ ପରୀକ୍ଷା Photograph: (OTV)
ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି CBSE ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା। ଠିକ୍ ସମୟରେ ପରୀକ୍ଷା କେନ୍ଦ୍ରକୁ ଆସିବା ପାଇଁ CBSE ଡେଡ୍ଲାଇନ ସ୍ଥିର କଲା। ଏହି ପରୀକ୍ଷା ସକାଳ ସାଢେ ୧୦ ଟାରେ ଆରମ୍ଭ ହେବ। ହେଲେ ୧୦ଟା ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ନ ପହଁଚିଲେ ଆଉ ଖୋଲିବ ନାହିଁ ଗେଟ। ଏନେଇ ପରୀକ୍ଷା ଦେବାରୁ ବଞ୍ଚିତ ହୋଇ ପାରନ୍ତି ଛାତ୍ରଛାତ୍ରୀ।
ପାଣିପାଗ, ଟ୍ରାଫିକ ଭିଡ଼ ସମେତ ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମିଳନୀକୁ ଦୃଷ୍ଟିରେ ରଖି ନିର୍ଧାରିତ ସମୟର ଢେର ପୂର୍ବରୁ ଘରୁ ବାହାରିବାକୁ ସ୍କୁଲ ଅଧ୍ୟକ୍ଷମାନଙ୍କୁ ମାର୍ଗଦର୍ଶିକା ଜାରି କରିଛି CBSE। ଏନେଇ ସ୍କୁଲ ପକ୍ଷରୁ ଅଭିଭାବକମାନଙ୍କୁ ଅବଗତ କରାଯିବ।
- ସକାଳ ୧୦ କିମ୍ବା ତା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ CBSEର ନିର୍ଦ୍ଦେଶ
- ୧୦ଟା ୩୦ରୁ ପରୀକ୍ଷା ଆରମ୍ଭ, ତେଣୁ ୧୦ଟା ସୁଦ୍ଧା ପହଞ୍ଚିବା ଜରୁରୀ
- ଦୂରତା କିମ୍ବା ଅନ୍ୟ ପ୍ରତିକୂଳ ସ୍ଥିତିକୁ ଦେଖି ଆଗୁଆ ବାହାରିବାକୁ ପରାମର୍ଶ
- କାଲିଠାରୁ ଆରମ୍ଭ ହେଉଛି CBSE ଦଶମ, ଦ୍ବାଦଶ ପରୀକ୍ଷା
- ୪୬ ଲକ୍ଷରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀ ଏଥର ଦେବେ ଦଶମ ଓ ଦ୍ବାଦଶ ପରୀକ୍ଷା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/16/no-entry-after-10-am-2026-02-16-15-49-55.jpg)