Si scam Photograph: (OTV)
ପୋଲିସ ଏସଆଇ ନିଯୁକ୍ତି ସ୍କାମ ତଦନ୍ତରେ ବଡ଼ ଅପଡେଟ୍। ବିଜ୍ଞପ୍ତି ପ୍ରକାଶ ପରେ ମାମଲା ରଜୁ କଲା ସିବିଆଇ । ଭୁବନେଶ୍ୱର ସ୍ଥିତ ସିବିଆଇ ଶାଖା ପକ୍ଷରୁ ମାମଲା ରୁଜୁ କରି ଘଟଣାର ବିଧିବଦ୍ଧ ତଦନ୍ତ ଆରମ୍ଭ ହୋଇଛି । ଜଣେ ଡିଏସପି ପାହ୍ୟାର ଅଫିସରଙ୍କୁ ତଦନ୍ତ ଭାର ଦିଆଯାଇଛି। ସଂପୃକ୍ତ ଡିଏସପିଙ୍କ ନେତୃତ୍ୱରେ ଗଠିତ ଟିମ୍ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ । ପୂର୍ବରୁ ଏହି ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଥିବାରୁ ଏହାର ସମସ୍ତ ଦସ୍ତାବିଜ ମାଗିଛି ସିବିଆଇ ।
ପୁରା ସ୍କାମର ମାଷ୍ଟରମାଇଣ୍ଡ କୁହାଯାଉଥିବା ଶଙ୍କର ପୃଷ୍ଟିର ଘନିଷ୍ଠ ସାଗର ଗୌଡ଼କୁ ବାନ୍ଧିଛି ତଦନ୍ତକାରୀ ସଂସ୍ଥା। ସାଗରକୁ ନୋଟିସ ଦେଇ କ୍ରାଇମବ୍ରାଞ୍ଚ ଅଫିସକୁ ଡାକିବା ପରେ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଏହାରି ଭିତରେ କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି ସାଗର ଜରିଆରେ ଏଜେଣ୍ଟଙ୍କ ସହ ଲିଙ୍କରେ ଆସୁଥିଲା ଶଙ୍କର । ଦୀଘା ମଡ୍ୟୁଲର ମାଷ୍ଟରମାଇଣ୍ଡ ଥିଲା ସାଗର । ଯେଉଁଠି ୧୧୦ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ଦଲାଲ ଅରବିନ୍ଦ ଦାସ ଜରିଆରେ ହୋଇଥିଲା ହୋଟେଲ ବୁକ । ଏପରିକି ସମସ୍ତ ବ୍ୟବସ୍ଥା ସଂପର୍କରେ ଯାଞ୍ଚ କରିବା ପାଇଁ ଗତ ୨୯ ସେପ୍ଟେମ୍ବରରେ ସାଗର ଦୀଘା ମଧ୍ୟ ଯାଇଥିଲା ବୋଲି ପ୍ରମାଣ ପାଇଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ପରେ ସିବିଆଇ ତଦନ୍ତରେ ଅନେକ ଗୁମର ଖୋଲିବା ନେଇ ରହିଛି ଆଶା । ଏଣେ ଆଇନମନ୍ତ୍ରୀ କହିଛନ୍ତି, ଘଟଣାକୁ ନେଇ ଆଶାୟୀ ପରୀକ୍ଷାର୍ଥୀଙ୍କ ମନରେ ଯେଭଳି କୌଣସି ଦ୍ବନ୍ଦ ରହିବ ନାହିଁ ସେଥିପାଇଁ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି । ଏଥିରେ ଜଡିତ ସମସ୍ତ ଲୋକ ବନ୍ଧା ହେବେ ।
SI ସ୍କାମ୍ ତନାଘନା: ମାମଲା ରୁଜୁ କଲା ସିବିଆଇ
ବିଜ୍ଞପ୍ତି ପ୍ରକାଶ ପରେ ମାମଲା ରୁଜୁ କଲା ସିବିଆଇ
ସିବିଆଇ ଶାଖା ଭୁବନେଶ୍ୱର ପକ୍ଷରୁ ମାମଲା ରୁଜୁ
ଜଣେ ଡିଏସପି ପାହ୍ୟାର ଅଫିସରଙ୍କୁ ଦିଆଗଲା ତଦନ୍ତ ଭାର
ଡିଏସପିଙ୍କ ନେତୃତ୍ୱରେ ଗଠିତ ଟିମ୍ କରିବ ତଦନ୍ତ
କ୍ରାଇମବ୍ରାଞ୍ଚକୁ ମାମଲାର ସମସ୍ତ ଦସ୍ତାବିଜ୍ ମାଗିଲା ସିବିଆଇ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/13/si-scam-2025-11-13-11-44-32.jpg)