Advertisment

Caste Discrimination: ଅଙ୍ଗନବାଡ଼ିରେ କାନ୍ଦୁଛନ୍ତି ଦିଦି, ଆସୁନାହାନ୍ତି ପିଲା

ଏଠି କନ୍ଦୁଛନ୍ତି ଦିଦି । ଶିକ୍ଷା ଗ୍ରହଣ କରିବାକୁ କୁନିକୁନି ପିଲାମାନଙ୍କୁ ଛଡ଼ାଯାଉନି । ଅଙ୍ଗନବାଡି କେନ୍ଦ୍ରରେ ଜଣେ ଅନୁସୂଚିତ ଜାତିର ଯୁବତୀ ସହାୟିକା ଭାବେ ନିଯୁକ୍ତି ପାଇବା ପରେ ଅଭିଭାବକ ମାନେ ପିଲାମାନଙ୍କୁ ଅଙ୍ଗନବାଡ଼ିକୁ ଛାଡ଼ୁନଥିବା ଅଭିଯୋଗ ହୋଇଛି ।

Rajnagar Jatipratha

Rajnagar Jatipratha Photograph: (OTV)

Advertisment

ଏ ଅଙ୍ଗନବାଡ଼ିର କାହାଣୀ କହିଲେ ଆପଣ ଛି ଛି କହିବେ । ଲୋକଙ୍କ ମାନସିକତା କଥା ଆମେ ବର୍ଣ୍ଣନା କଲେ ଆପଣ ଧିକ୍କାର କରିବେ । ଅଙ୍ଗନବାଡ଼ି କେନ୍ଦ୍ରର ଏଇ ଖାଁ ଖାଁ ଦୃଶ୍ୟ ଆମ ବ୍ୟବସ୍ଥାକୁ ଦେଖି ହସୁନି ସତ, ହେଲେ ଆମ ମାନସିକତାକୁ ଯେମିତି ଥଟ୍ଟା ପରିହାସ କରୁଛି ।

Advertisment

ଆଖିରେ ଅଙ୍ଗୁଳି ଗେଞ୍ଜି ଦୁନିଆକୁ ଭଲ କି ଆଖି ଖୋଲି ଦେଖିବାକୁ କହୁଛି । ଏଠି କନ୍ଦୁଛନ୍ତି ଦିଦି । ଶିକ୍ଷା ଗ୍ରହଣ କରିବାକୁ କୁନିକୁନି ପିଲାମାନଙ୍କୁ ଛଡ଼ାଯାଉନି । ଅଙ୍ଗନବାଡି କେନ୍ଦ୍ରରେ ଜଣେ ଅନୁସୂଚିତ ଜାତିର ଯୁବତୀ ସହାୟିକା ଭାବେ ନିଯୁକ୍ତି ପାଇବା ପରେ ଅଭିଭାବକ ମାନେ ପିଲାମାନଙ୍କୁ ଅଙ୍ଗନବାଡ଼ିକୁ ଛାଡ଼ୁନଥିବା ଅଭିଯୋଗ ହୋଇଛି ।

ରାଜନଗର ବ୍ଲକ ଘଡିଆମାଳ ପଞ୍ଚାୟତ ନୂଆଗାଁ ଅଙ୍ଗନବାଡି କେନ୍ଦ୍ରରେ ସହାୟିକା ପଦବୀ ଦୀର୍ଘଦିନ ହେବ ଖାଲିପଡିଥିଲା । ପରେ ନିଯୁକ୍ତି ନେଇ ବିଜ୍ଞାପନ ପ୍ରକାଶ ପାଇବା ପରେ ଗାଁର ଶର୍ମିଷ୍ଠା ସେଠୀ ନିଯୁକ୍ତି ପାଇଥିଲେ । ୨୦୨୫ ନଭେମ୍ବର ୨୦ ତାରିଖରେ ସେ କାର୍ଯ୍ୟରେ ଯୋଗ ଦେଇଥିଲେ ।

Advertisment

ଶର୍ମିଷ୍ଠାଙ୍କ ଅଙ୍ଗନବାଡି କେନ୍ଦ୍ରରେ ଯଏନ ପରେ ଆଉ କୌଣସି ଶିଶୁ ଅଙ୍ଗନବାଡି କେନ୍ଦ୍ରକୁ ଆସୁନାହାନ୍ତି । ଅର୍ଥାତ୍ ଜାତିପ୍ରଥାକୁ ନେଇ ୮୧ ଦିନ ହେଲା ଅଙ୍ଗନବାଡି କେନ୍ଦ୍ରର ଅବସ୍ଥା ଏଇଆ । ଖାଲି ସେତିକି ନୁହେଁ, ଏପରିକି ସହାୟିକାଙ୍କ ହାତରୁ ଗର୍ଭବତୀ ଓ ପ୍ରସୂତି ମହିଳା ଏବଂ ଶିଶୁମାନଙ୍କ ପାଇଁ ଆସୁଥିବା ଖାଦ୍ୟ ମଧ୍ୟ ଗ୍ରହଣ କରୁନାଥିବା ଅଭିଯୋଗ ହୋଇଛି ।

ଘଟଣାକୁ ନେଇ ଗ୍ରାମବାସୀଙ୍କ ପ୍ରତିକ୍ରିୟା ମିଳିପାରିନଥିବା ବେଳେ ବର୍ତ୍ତମାନର ସମୟରେ ଶିକ୍ଷାନୁଷ୍ଠାନରେ ଜାତିପ୍ରଥାକୁ ନେଇ ଆସିଥିବା ଏ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । 

Advertisment
Children Anganwadi Caste Census
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ