ଅଦ୍ୟତନ ହୋଇଛି
uma samantaray
Advertisment
ଭୁବନେଶ୍ୱର: କୋଭିଡ୍ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ବିଜେଡି ବିଧାୟକ ଉମା ସାମନ୍ତରାୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
Advertisment
କରୋନା ପଜିଟିଭ୍ ଥାଇ ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ଅନ୍ତ୍ୟେଷ୍ଟିରେ ଯୋଗଦେଇଥିବା ନେଇ ଉମା ସାମନ୍ତରାୟ ଏବଂ ମନ୍ତ୍ରୀ ସମୀର ଦାସଙ୍କ ବିରୋଧରେ ଜଗନ୍ନାଥ ସେନା ଓ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଆଧାରରେ ଗତକାଲି ପୁରୀ ସମୁଦ୍ରକୂଳ ଥାନାରେ ପୋଲିସ୍ ଉମା ସାମନ୍ତରାୟଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି।
ଏପିଡେମିକ୍ ଆକ୍ଟରେ ମାମଲା ରୁଜୁ କରାଯାଇ ବିଧାୟକ ଉମାକାନ୍ତଙ୍କ ବିରୋଧରେ ଆଇପିସି ୨୬୯ ଓ ୨୭୦ ଦଫା ଲାଗିଛି।
Advertisment