Advertisment

ରାଜା ରାମଚନ୍ଦ୍ର ମୁନିପାଳ କଲେ ଛେରା ପହଁରା, ଅନୁଗୁଳରେ ଗଡ଼ିଲା ରଥ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଲଲହଡାରେ ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ସକାଳେ ନୀତିକାନ୍ତି ପରେ ଦିନ ୧୧ଟାରେ ତିନି ଠାକୁରଙ୍କୁ ପହଣ୍ଡି ବିଜେ କରି ରଥାରୂଢ କରା ଯାଇଥିଲା। ପାଲଲହଡା ଗଡଜାତ ରାଜ୍ୟର ରାଜା ସାହେବ ରାମଚନ୍ଦ୍ର ମୁନିପାଳ ରଥରେ ଛେରା…

ଅଦ୍ୟତନ ହୋଇଛି
ରାଜା ରାମଚନ୍ଦ୍ର ମୁନିପାଳ କଲେ ଛେରା ପହଁରା, ଅନୁଗୁଳରେ ଗଡ଼ିଲା ରଥ

579-1-750x430

Advertisment

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଲଲହଡାରେ ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ସକାଳେ ନୀତିକାନ୍ତି ପରେ ଦିନ ୧୧ଟାରେ ତିନି ଠାକୁରଙ୍କୁ ପହଣ୍ଡି ବିଜେ କରି ରଥାରୂଢ କରା ଯାଇଥିଲା। ପାଲଲହଡା ଗଡଜାତ ରାଜ୍ୟର ରାଜା ସାହେବ ରାମଚନ୍ଦ୍ର ମୁନିପାଳ ରଥରେ ଛେରା ପହଁରା ନୀତି କରିଥିଲେ।

Advertisment

ଅପରାହ୍ନ ୪ ଟାରେ ହଜାର ହଜାର ଶ୍ରଦ୍ଧାଳୁ ରଥ ଟାଣିବା ସହ ରଥାରୂଢ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମା ସୁଭଦ୍ରଙ୍କର ଦର୍ଶନ କରିଥିଲେ। ରାଜା ରାଜୁଡା ସମୟରୁ ଏଠାରେ ରଥ ଯାତ୍ରା ପାଳିତ ହୋଇ ଆସୁଛି। ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଏହି ରଥଯାତ୍ରା ଦେଖିବାକୁ ପ୍ରାୟ ୨୦,୦୦୦ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।

ପାଲଲହଡା ବିଧାୟକ ମୁକେଶ ପାଲ, ଉପଜିଲ୍ଲାପାଳ ଅଜିତ କୁମାର ପ୍ରଧାନଙ୍କ ସହ ଅନ୍ୟାନ୍ୟ ଅଧିକାରୀମାନେ ଯୋଗଦେଇ ଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ