Advertisment

Newlywed Bride Kidnapped: ବନ୍ଧୁକ ମୁନରେ ନବ ବିବାହିତାକୁ ଧରି ପ୍ରେମିକ ଚମ୍ପଟ, ବର ଶିଶୁପାଳ…

ବନ୍ଧୁକ ମୁନରେ ନବ ବିବାହିତାକୁ ଧରି ପ୍ରେମିକ ଚମ୍ପଟ। ରାସ୍ତାରେ ବର-କନ୍ୟାଙ୍କ ଗାଡ଼ି ଅଟକାଇ ଖେଳାଇଲା ଆତଙ୍କ। ସୋନପୁର ତରଭା ଅଞ୍ଚଳର ଘଟଣାକୁ ନେଇ ହଇଚଇ। ଥାନାରେ ଏତଲା ପରେ ତନାଘନା କରୁଛି ପୋଲିସ।

Newlywed Bride Kidnapped

ବନ୍ଧୁକ ମୁନରେ ନବ ବିବାହିତାକୁ ଧରି ପ୍ରେମିକ ଚମ୍ପଟ Photograph: (OTV)

Advertisment

ସାତ ଜନ୍ମର ସାଥି ହେବାକୁ ଅଗ୍ନିକୁ ସାକ୍ଷୀ ରଖି ବୈଦିକ ରୀତିନୀତିରେ ବାହାଘର ହେଲା। ନବବିବାହିତାଙ୍କୁ ଧରି ଘରକୁ ଫେରିଲା ବେଳକୁ ଅଧାବାଟରେ ଘଟିଗଲା ଅଘଟଣ। ପୂରା ଫିଲ୍ମ ଷ୍ଟାଇଲରେ ବର ମୁଣ୍ଡରେ ବନ୍ଧୁକ ରଖି, କନିଆଁ ଧରି ଫେରାର ମାରିଲା ପ୍ରେମିକ। ଏବେ ଥାନାର ଦ୍ବାରସ୍ଥ ଶିଶୁପାଳ ବର। ସୋନପୁର ଥାନା ତରଭା ଅଞ୍ଚଳର ଏ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା।

Advertisment

ବାହା ବେଦିରେ ବସିଥିଲା କନିଆ, ଅପଡେଟ୍ ନେଉଥିଲା ପ୍ରେମିକ। ବର ପାଖରେ ବସି ଫେରାର ପାଇଁ ପ୍ରେମିକା କରୁଥିଲା ପ୍ଲାନ୍ ! ଆଉ ଶେଷରେ ତାହା ହିଁ ହେଲା। ନବବିବାହିତାକୁ ଧରି ଲେଉଟାଣି ବେଳକୁ ଅଧାବାଟରେ ଛକି। ବରମୁଣ୍ଡରେ ବନ୍ଧୁକ ରଖି କନିଆକୁ ପ୍ରେମିକର ହରଣଚାଲ୍।

ସୁବର୍ଣ୍ଣପୁର ଜିଲ୍ଲା ତରଭା ଅଞ୍ଚଳରେ ପୂରା ଫିଲ୍ମ ଷ୍ଟାଇଲରେ ଘଟିଥିବା ଏ ଘଟଣାଟି କିଛି ଏମିତି। ବଲାଙ୍ଗିର ସହର ଉପକଣ୍ଠ କାମାକ୍ଷୀନଗରରୁ ବରଯାତ୍ରୀ ଯାଇଥିଲେ ବୌଦ୍ଧ ଜିଲ୍ଲା କଣ୍ଟାମାଲର ରଥପଡା। ଧୁମଧାମରେ ବାହାଘର ହେଲା। ରିଙ୍କୁ ସହିତ ରଶ୍ମୀଙ୍କ ଧୁମଧାମରେ ବାହାଘର ପରେ, ଶାଶୁଘର ଯିବାକୁ ବର ସହ ଗାଡ଼ିରେ ବସିଲେ କନିଆ। 

Advertisment

ଗାଡି ଭିତରେ ଥିଲେ ଉଭୟ ବର କନିଆଁଙ୍କ ସହିତ, ଡ୍ରାଇଭର ଓ ଆଉ ଜଣେ ମହିଳା। ହେଲେ ବଲାଙ୍ଗିର ଅଭିମୁଖେ ଆସୁଥିବା କାରକୁ, ତରଭା ବଡବନ୍ଧ ନିକଟ ଏକ ମନ୍ଦିର ପାଖରେ, ଧଳା କାରରେ ତିନି ଚାରିଜଣଙ୍କ ସହିତ ଫିଲ୍ମ ଷ୍ଟାଇଲରେ ଆସି, ବାଟଓଗାଳି ଥିଲା ପ୍ରେମିକ ପ୍ରବର। 

ପ୍ରଥମେ ବରକୁ ଗାଡିରୁ ଟାଣିନେଇ, ମୁଣ୍ଡରେ ବନ୍ଧୁକ ଥୋଇଦେଲେ। ମଉକା ଦେଖି, ପ୍ରେମିକ ସହ ଫେରାର ମାରିଲା କନିଆଁ। ଆଉ ଶେଷରେ ଅନ୍ୟ ଉପାୟ ନପାଇ ତରଭା ଥାନାରେ ପହଞ୍ଚିଥିଲେ ବର। ବର ରିଙ୍କୁ ପୁଟେଲଙ୍କ କହିବା କଥା ଆଗରୁ ଫୋନରେ ଧମକ ଆସିଥିଲା, ହେଲେ ଏମିତି ହେବ ବୋଲି ବିଶ୍ବାସ ନଥିଲା।...

Advertisment

ବଲାଙ୍ଗିର ସହର ଉପକଣ୍ଠ କାମାକ୍ଷୀନଗରର ବର ରିଙ୍କୁ ପୁଟେଲଙ୍କ ଘରେ ରବିବାର ଏକ ଭୋଜିର ଆୟୋଜନ ଥିଲା, ସେଠି ଏବେ ନିରାଶାର ଛାଇ। ଇଏ ହେଉଛି ରିଙ୍କୁ ବରଯାତ୍ରୀ ଯିବା ବେଳର ଭିଜୁଆଲ। ସାତ ଜନମର ସାଥିକୁ ଆଣିବା ପାଇଁ ବରଘର ଲୋକେ ଧୂମଧାମରେ ବାହାଘର ଆୟୋଜନ କରିଥିଲେ। ବିଧବା ମା ଏକମାତ୍ର ପୁଅର ବାହାଘର କରିବା ପାଇଁ ଗ୍ରୁପ ଲୋନ ଆଣିଥିଲେ। ପାଖାପାଖି ଦୁଇଲକ୍ଷର ସୁନା ଅଳଙ୍କାର ପିନ୍ଧାଇଥିଲେ। କନିଆଁ ଘର ଲୋକେ ବି, ଜାକଜମକରେ ବାହାଘର କରାଇଥିଲେ। 

ଏବେବି ସେଠି କାନ୍ଥ ଲେଖା ସାକ୍ଷୀ ଅଛି। କିନ୍ତୁ ବେଆଇନ ଅସ୍ତ୍ର ଦେଖାଇ, କନିଆଁ ନେଇ ପ୍ରେମିକ ଫେରାର ମାରିଥିବାରୁ, ମାମଲା ରୁଜୁ କରି ତଦନ୍ତ କରୁଛି ତରଭା ପୋଲିସ।

Odisha Crime Kidnap Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ