Advertisment

Inspiration Story: ହାତ ଦୁଇଟି ଅଚଳ, ହେଲେ ଲକ୍ଷ୍ମୀ ଦେବେ ମାଟ୍ରିକ୍ ପରୀକ୍ଷା

ସାଧାରଣ ପିଲାଙ୍କ ପରି ସେ ବି ପରୀକ୍ଷା ହଲକୁ ଯାଇ ପରୀକ୍ଷା ଦେବେ । ନିଜର ଗୋଟିଏ ପାଦରେ ପାଠ ଲେଖି ଭବିଷ୍ୟତର ପ୍ରଥମ ସିଡି ଅତିକ୍ରମ କରିବେ । ଆଉ ଏଥିପାଇଁ ବେଶ୍ ପରିବାର ଓଠରେ ହସ ଖେଳୁଛି ।

Handicap Student

Handicap Student Photograph: (OTV)

Advertisment

ଭଗବାନ ଭାଗ୍ୟ ଲେଖନ୍ତି, ହେଲେ ଏ ଚଳଚଞ୍ଚଳ ପାଦଟା ଏଠି ନିଜର ଭବିଷ୍ୟତ ଲେଖୁଛି । ଦଇବ ସିନା ଦିବ୍ୟାଙ୍ଗଟିଏ କରି ମା’ କୋଳକୁ ପଠାଇ ଦେଇଥିଲା । କିନ୍ତୁ ସେଇ ଭିନ୍ନକ୍ଷମ ଆଜି ଅକ୍ଷମ ନୁହଁନ୍ତି । ନାଁ ତାଙ୍କର ଲକ୍ଷ୍ମୀ । ଶରୀରର ଗଢ଼ଣି ଯେମିତି ଠିକ୍ ମହାପ୍ରଭୁଙ୍କ ଭଳି ।

Advertisment

ଦୁଇ ହାତ ଗୋଡ଼ ଥାଇବି ଅଚଳ । ହେଲେ ମା’ ସରଶ୍ବତୀ ଯେମିତି ତାଙ୍କ ମଥାରେ ଆଶୀର୍ବାଦ ଢାଳି ଦେଇଛନ୍ତି । ଜନ୍ମରୁ ଦିବ୍ୟାଙ୍କ ହୋଇ ମା’ କୋଳକୁ ଆସିଥିବା ଲକ୍ଷ୍ମୀ ଏବେ ମାଟ୍ରିକ୍ ପରୀକ୍ଷା ଦେବାକୁ ଯାଇଛନ୍ତି ।

ସାଧାରଣ ପିଲାଙ୍କ ପରି ସେ ବି ପରୀକ୍ଷା ହଲକୁ ଯାଇ ପରୀକ୍ଷା ଦେବେ । ନିଜର ଗୋଟିଏ ପାଦରେ ପାଠ ଲେଖି ଭବିଷ୍ୟତର ପ୍ରଥମ ସିଡି ଅତିକ୍ରମ କରିବେ । ଆଉ ଏଥିପାଇଁ ବେଶ୍ ପରିବାର ଓଠରେ ହସ ଖେଳୁଛି । 

Advertisment

ମାଲକାନଗିରି ଜିଲ୍ଲା ସିନ୍ଧ୍ରିମାଳ ପଞ୍ଚାୟତ ବନ୍ଧଗୁଡା ଗାଁରେ ଲକ୍ଷ୍ମୀ ଖେମୁଡୁଙ୍କ ଘର । ନା ଠିକ୍ ସେ ବସି ପାରନ୍ତି, ନା ଚାଲି ପାରନ୍ତି । ପରିବାରର ଆର୍ଥିକ ଅବସ୍ଥା ମଧ୍ୟ ସ୍ବଚ୍ଛଳ ନୁହେଁ । ଗରିବ ବାପା କୁଲି ମଜୁରି କରି ପରିବାର ଚଳାଉଥିବା ବେଳେ ମା’ ଗୃହିଣୀ ।

ହେଲେ ଲକ୍ଷ୍ମୀଙ୍କ ପାଠପଢା ପ୍ରତି ଆଗ୍ରହ ଦେଖି ଉଭୟ ବାପା-ମା’ ଘର ଠାରୁ ୬ କିଲୋମିଟର ଦୂରରେ ଥିବା ସିନ୍ଧ୍ରମାଳ ସ୍କୁଲରେ ନାଁ ଲେଖାଇଥିଲେ । ଆଉ ଶିକ୍ଷକମାନେ ମଧ୍ୟ ଲକ୍ଷ୍ମୀଙ୍କୁ ପାଠପଢ଼ା ପ୍ରତି ସବୁବେଳେ ଧ୍ୟାନ ଦେଉଥିଲେ ।

Advertisment

ଯାହାଫଳରେ ଲକ୍ଷ୍ମୀ ଏବେ ଅନ୍ୟ ପିଲାଙ୍କ ପରି ନିଜେ ମାଟ୍ରିକ୍ ପରୀକ୍ଷା ଦେବାକୁ ଯାଉଛନ୍ତି । ଆଉ ଭବିଷ୍ୟତରେ ସେ ଶିକ୍ଷୟତ୍ରୀଟିଏ ହେବାକୁ ଆଶା ରଖିଛନ୍ତି । 

ଇଚ୍ଛାଶକ୍ତି ଆଗରେ ଏଠି ହାର୍ ମାନିଛି ଅକ୍ଷମତା । ଲକ୍ଷ୍ମୀ ସାଜିଛନ୍ତି ଆଜିର ଯୁବପିଢ଼ିଙ୍କ ପାଇଁ ଉଦାହରଣ । ତେବେ ନିଜର ଭବିଷ୍ୟତକୁ ନେଇ ଲକ୍ଷ୍ମୀ ଦେଖିଥିବା ସ୍ବପ୍ନ, ସାକାର ହେବାକୁ ଏବେ ସରାକରୀ ସହାୟତାର ଆବଶ୍ୟକତା ରହିଛି । 

Malkangiri Matric Exam Lakshmi BSE Matric Examination
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ