Advertisment

Valentine Week Crime: ସାମ୍ନାକୁ ଆସିଲା ମର୍ଡର ଭିଜୁଆଲ୍, ରକ୍ତରେ ଭିଜି ରାସ୍ତାରେ ଦୌଡୁଥିଲେ ସତ୍ୟବ୍ରତ

ଭୁବନେଶ୍ବର ମର୍ଡରର ସେ ଛାତିଥରା ପୂରା ଘଟଣା ସିସିଟିଭି ଭିଜୁଆଲ ବୟାନ କରିଛି । ପିଶାଚିନୀ ପ୍ରେମିକା ଓ ରାକ୍ଷସ ପୂର୍ବତନ ପ୍ରେମିକ କିଭଳି ସତ୍ୟଜିତଙ୍କୁ ହତ୍ୟା କରିଛନ୍ତି ଏ ଅନ୍ଧାର ରାତିର ମିଞ୍ଜି ମିଞ୍ଜି ଆଲୁଅ ତା’ର ବଡ଼ ପ୍ରମାଣ ଦେଇଛି ।

Bhubaneswar Satyabrata Murder

Bhubaneswar Satyabrata Murder Photograph: (OTV)

Advertisment

ମୃତ୍ୟୁ ପୂର୍ବର ସେ ସମୟ କେତେ ଭୟଙ୍କର ଥିବ ସିସିଟିଭି ଫୁଟେଜ୍ ବୟାନ କରିଛି । ରକ୍ତ ଜୁଡୁବୁଡୁ ହୋଇ ଜୀବନ ବଞ୍ଚାଇବାକୁ ରାସ୍ତାରେ ଦୌଡୁଛନ୍ତି ସତ୍ୟବ୍ରତ । ଆଉ ପଛେପଛେ ପ୍ରେମିକା ଲିଜା ଆଉ ପୂର୍ବତନ ପ୍ରେମିକ ଦିନେଶ ତାଙ୍କୁ ପିଛା କରୁଛନ୍ତି । ସତ୍ୟବ୍ରତଙ୍କୁ ଧରିବାକୁ ଚେଷ୍ଟା କରୁଛନ୍ତି । 

Advertisment

ଭୁବନେଶ୍ବର ମର୍ଡରର ସେ ଛାତିଥରା ପୂରା ଘଟଣା ସିସିଟିଭି ଭିଜୁଆଲ ବୟାନ କରିଛି । ପିଶାଚିନୀ ପ୍ରେମିକା ଓ ରାକ୍ଷସ ପୂର୍ବତନ ପ୍ରେମିକ କିଭଳି ସତ୍ୟଜିତଙ୍କୁ ହତ୍ୟା କରିଛନ୍ତି ଏ ଅନ୍ଧାର ରାତିର ମିଞ୍ଜି ମିଞ୍ଜି ଆଲୁଅ ତା’ର ବଡ଼ ପ୍ରମାଣ ଦେଇଛି । 

ଗିତକାଲି ଭୁବନେଶ୍ବର ଶିଶୁଭବନ ଛକରେ କାର୍ ଦୁର୍ଘଟଣା ହୋଇଥିଲା । କାରର ମାଲିକ ଓ ଦୁର୍ଘଟଣାର କାରଣ ଖୋଜୁ ଖୋଜୁ ମର୍ଡର ଗନ୍ଧ ପୋଲିସ ନାକରେ ବାଜିଥିଲା । ପରେ ଖୋଲିଥିଲା ତ୍ରିକୋଣୀୟ ପ୍ରେମର ରକ୍ତ ଭିଜା କାହାଣୀ । ତଦନ୍ତ ପରେ ପୋଲିସ ଜାଣିବାକୁ ପାଇଥିଲା, ରବିବାର ଭାଲାଣ୍ଟାଇନ୍ ୱିକର ଥିଲା ପ୍ରପୋଜ ଡେ’ ।

Advertisment

ଚନ୍ଦ୍ରଶେଖରପୁର ଅଞ୍ଚଳର ଏକ ପାର୍ଲରରେ ମୃତ ସତ୍ୟବ୍ରତଙ୍କ ଗର୍ଲଫ୍ରେଣ୍ଡ କାମ କରୁଥିବାରୁ ସେ ତାଙ୍କ ପାଖକୁ ଆସିଥିଲେ । ଲିଜା ଏବଂ ସତ୍ୟବ୍ରତ ଗପସପ ହେଲା ବେଳେ ହଠାତ୍ ପହଞ୍ଚି ଯାଇଥିଲେ ଲିଜାଙ୍କ ପୂର୍ବତନ ପ୍ରେମିକ ଦୀନେଶ । ଉଭୟଙ୍କୁ ଏକାଠି ଦେଖି ଦୀନେଶଙ୍କ ମୁଣ୍ଡକୁ ପିତ୍ତ ଚଢ଼ି ଯାଇଥିଲା । ପରେ ଏକ ଛୁରିରେ ସତ୍ୟବ୍ରତଙ୍କ ତଣ୍ଟି କାଟି ଦେଇଥିଲା ଦୀନେଶ ।

ତଣ୍ଟି କଟା ଅବସ୍ଥାରେ ଘରୁ ବାହାରି ପ୍ରାୟ ୨ଶହ ମିଟର ଦୌଡ଼ିଥିଲେ ସତ୍ୟବ୍ରତ।  ଆଉ ପରେ ପୂରା ଘଟଣା ସାମ୍ନନାକୁ ଆସିବା ସହ ଏବେ ସିସିଟିଭି ଫୁଟେଜରେ ରକ୍ତଭିଜା ସତ୍ୟବ୍ରତଙ୍କୁ ପୋଲିସ ଦେଖିବାକୁ ପାଇଛି । ଆଉ ଭଣଜାର ମୃତ୍ୟୁ ଓ ଦୁର୍ଘଟଣା ଦେଖିବା ଲୋକେ ସେତେବେଳର ଛାତିଥରା କଥା ବଖାଣିଛନ୍ତି ।

Advertisment

ପ୍ରେମ ସପ୍ତାହରେ ଇଏ କ୍ରାଇମର ନୂଆ ଫର୍ମୁଲା । ମର୍ଡରର ନୂଆ ଫଣ୍ଡା । ପ୍ରପୋଜର ନାଲି ଗୋଲପ ବଦଳରେ ପ୍ରପୋଜ ଡେ’ରେ ପ୍ରେମିକର ରକ୍ତରେ ହୋଇଛି ହୋଲି ଖେଳ । ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତ ପ୍ରେମିକା ଲିଜାକୁ ପୋଲିସ ଅଟକ ରଖିଥିବାବଳେ, ଲିଜାର ପୂର୍ବତନ ପ୍ରେମିକ  ଦୀନେଶ ଏବେ ବି ଫୋରର ରହିଛି । 

valentine Blood Clot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ