Advertisment

Aravind Mahapatra Says Will Respect Naveen Patnaik: ନବୀନ ବାବୁଙ୍କୁ ମୋର କିଛି ପଚାରିବାକୁ ଇଚ୍ଛା ନାହିଁ କି ଆଶା ନାହିଁ; ଅରବିନ୍ଦ ମହାପାତ୍ର

ନିଲମ୍ବନ ଓ ପରବର୍ତ୍ତୀ ରାଜନୀତିକୁ ନେଇ ଅରବିନ୍ଦ ମହାପାତ୍ରଙ୍କ ପ୍ରତିକ୍ରିୟା। ‘ନବୀନ ବାବୁଙ୍କୁ ମୋର କିଛି ପଚାରିବାକୁ ଇଚ୍ଛା ନାହିଁ କି ଆଶା ନାହିଁ’। ‘ବିଧାନସଭାରେ ଯଦି ଦେଖା ହୁଅନ୍ତି ତାହେଲେ ସମ୍ମାନ ଜଣାଇବି’। ‘ନବୀନ ବାବୁଙ୍କ ଠାରୁ ଉତ୍ତର ପାଇବା ନେଇ କିଛି ଲକ୍ଷ୍ୟ ରଖି ନାହିଁ’।

Aravind Mahapatra Says Will Respect Naveen Patnaik

ନବୀନ ବାବୁଙ୍କୁ ମୋର କିଛି ପଚାରିବାକୁ ଇଚ୍ଛା ନାହିଁ କି ଆଶା ନାହିଁ; ଅରବିନ୍ଦ ମହାପାତ୍ର Photograph: (OTV)

Advertisment

ଆସନ୍ତାକାଲି ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେଉଥିବା ବେଳେ ସମସ୍ତଙ୍କ ନଜର ବିଜେଡିର ଦୁଇ ନିଲମ୍ବିତ ବିଧାୟକ ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡଙ୍କ ଉପରେ । ତେବେ ଅରବିନ୍ଦ କହିଛନ୍ତି, ବିଧାନସଭାରେ ଯଦି ନବୀନ ପଟ୍ଟନାୟକ ଦେଖା ହୁଅନ୍ତି ତାହେଲେ ସମ୍ମାନ ଜଣାଇବି। ତାଙ୍କୁ କିଛି ପଚାରିବାର ନାହିଁ। ନବୀନ ବାବୁଙ୍କ ଠାରୁ ଉତ୍ତର ପାଇବା ନେଇ କିଛି ଲକ୍ଷ୍ୟ ରଖି ନାହିଁ। ନବୀନ ବାବୁ ଯେଉଁ ମତ ରଖିଥିଲେ, ତାହା ଭୁଲ ବୋଲି କହିସାରିଛି। ଯଦି ସେମାନଙ୍କ ତରଫରୁ ମୋତେ ପଚରାଯାଏ, ତାହେଲେ ଉତ୍ତର ଖୋଜିବି ବୋଲି କହିଛନ୍ତି ଅରବିନ୍ଦ ମହାପାତ୍ର। 

Advertisment

ସେହିପରି ନିଜ ନିର୍ବାଚନ ମଣ୍ଡଳୀରେ ତାଙ୍କ ବିରୋଧରେ ମେଳି ନେଇ ମଧ୍ୟ ମତ ରଖିଛନ୍ତି ପାଟକୁରା ବିଧାୟକ। କହିଛନ୍ତି, ସେମାନେ କୁଚକ୍ରୀ ଗୋଷ୍ଠୀ, ସେମାନଙ୍କ ପାଇଁ ନିର୍ବାଚନରେ ଭୋଟ ହାର କମିଲ।

  • ନବୀନ ବାବୁଙ୍କୁ କିଛି ପଚାରିବାର ନାହିଁ: ଅରବିନ୍ଦ
  • ନିଲମ୍ବନ ଓ ପରବର୍ତ୍ତୀ ରାଜନୀତିକୁ ନେଇ ଅରବିନ୍ଦ ମହାପାତ୍ରଙ୍କ ପ୍ରତିକ୍ରିୟା
  • ‘ନବୀନ ବାବୁଙ୍କୁ ମୋର କିଛି ପଚାରିବାକୁ ଇଚ୍ଛା ନାହିଁ କି ଆଶା ନାହିଁ’
  • ‘ବିଧାନସଭାରେ ଯଦି ଦେଖା ହୁଅନ୍ତି ତାହେଲେ ସମ୍ମାନ ଜଣାଇବି’
  • ‘ନବୀନ ବାବୁଙ୍କ ଠାରୁ ଉତ୍ତର ପାଇବା ନେଇ କିଛି ଲକ୍ଷ୍ୟ ରଖି ନାହିଁ’
  • ‘ନବୀନ ବାବୁ ଯେଉଁ ମତ ରଖିଥିଲେ, ତାହା ଭୁଲ ବୋଲି କହି ସାରିଛି’
  • ‘ଯଦି ସେମାନଙ୍କ ତରଫରୁ ମୋତେ ପଚରାଯାଏ, ତାହେଲେ ଉତ୍ତର ଖୋଜିବି’
  • ନିଜ ନିର୍ବାଚନ ମଣ୍ଡଳୀରେ ନିଜ ଦଳର ବିରୋଧୀ ମେଳି ନେଇ ରଖିଲେ ମତ
  • ‘ସେମାନେ କୁଚକ୍ରୀ ଗୋଷ୍ଠୀ, ସେମାନଙ୍କ ପାଇଁ ନିର୍ବାଚନରେ ଭୋଟ ହାର କମିଲା’
Advertisment
Naveen Pattnaik Odisha Politics Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ