Advertisment

Prabhat Biswal Confronts Naveen Patnaik: ଘମାସାନ ରାଜ୍ୟସଭା ଭୋଟ୍ ପଲିଟିକ୍ସ; ପ୍ରାର୍ଥୀ ଘୋଷଣା ସହ ଚକମା ଦେବାକୁ ନବୀନଙ୍କ ଉଦ୍ୟମ

ଘମାସାନ ରାଜ୍ୟସଭା ଭୋଟ୍ ପଲିଟିକ୍ସ। ପ୍ରାର୍ଥୀ ଘୋଷଣା ସହ ଚକମା ଦେବାକୁ ନବୀନଙ୍କ ଉଦ୍ୟମ। ତୃତୀୟ ଆସନରେ ପ୍ରାର୍ଥୀ ଭାବେ ସନ୍ତୃପ୍ତ ମିଶ୍ରଙ୍କ ନାଁ ଘୋଷଣା। ଚତୁର୍ଥ ସିଟ ପାଇଁ ଡାକ୍ତର ଦତ୍ତେଶ୍ବର ହୋତା ପ୍ରାର୍ଥୀ। ବିଜେଡିରେ କନ୍ଦଳ ପୂରାଇଲା ସନ୍ତୃପ୍ତଙ୍କ ନାଁ।

Prabhat Biswal Confronts Naveen Patnaik

Prabhat Biswal Confronts Naveen Patnaik Photograph: (OTV)

Advertisment

ବିଜେଡିର ପ୍ରାର୍ଥୀ ଘୋଷଣା ସହ ଘମାସାନ ରାଜ୍ୟସଭା ଭୋଟ୍ ପଲିଟିକ୍ସ। ପ୍ରଥମଦଳ ଭାବେ ବିଜେଡି ଆଜି ରାଜ୍ୟସଭା ପ୍ରାର୍ଥୀଭାବେ ଦୁଇ ଦୁଇଜଣଙ୍କ ନାଁ ଘୋଷଣା କରି ଚକମା ଦେବାକୁ ଉଦ୍ୟମ କରିଛି। ଦଳ ଭାଗରେ ପଡୁଥିବା ତୃତୀୟ ଆସନରେ ପ୍ରାର୍ଥୀ ଭାବେ ସନ୍ତୃପ୍ତ ମିଶ୍ରଙ୍କ ନାଁ ଘୋଷଣା କରିଥିଲା ବେଳେ, ସଂଖ୍ୟା ନଥାଇ ବି ଚତୁର୍ଥ ସିଟ ପାଇଁ ଡାକ୍ତର ଦତ୍ତେଶ୍ବର ହୋତାଙ୍କ ନାଁ ଘୋଷଣା କରିଛି। ହେଲେ ଦଳରେ କନ୍ଦଳ ପୂରାଇଛି ସନ୍ତୃପ୍ତଙ୍କ ନାଁ। ଏମିତିକି ନବୀନ ନିବାସ ପହଞ୍ଚି ସିଧା ନବୀନଙ୍କ ଆଖିରେ ଆଖି ମିଶାଇ ଉଚ୍ଚବାଚ କରିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରଭାତ ବିଶ୍ୱାଳ।

Advertisment

ପ୍ରାର୍ଥୀ ଘୋଷଣା ହେଉ ହେଉ ବିଜେଡିରେ ବିସ୍ଫୋରଣ। ପ୍ରଭାତ ମାରିଲେ ନବୀନଙ୍କୁ ବାଣ। ନବୀନ ନିବାସରେ ବିଧାୟକ ମାନଙ୍କୁ ରାଜ୍ୟସଭା ପ୍ରାର୍ଥୀ ନେଇ ଘୋଷଣା କରୁଥିବାବେଳେ ଧସେଇ ପସିଲେ ବରିଷ୍ଠ ବିଜେଡି ନେତା ପ୍ରଭାତ ବିଶ୍ବାଳ। ହଙ୍ଗାମା ସହ ସଂତୃପ୍ତ ମିଶ୍ରଙ୍କ ପ୍ରାର୍ଥିତ୍ବକୁ ବିରୋଧ କଲେ। ପଦେ କହିବାକୁ ସୁଯୋଗ ମାଗିଥିଲେ ବି ନବୀନ କହିଥିଲେ ପରେ କଥା ହେବି। 

ଏହାପରେ ବି ଥମି ନଥିଲେ ପ୍ରଭାତ ଆଉ ଉଚ୍ଚ ସ୍ବରରେ ନବୀନଙ୍କ ନିଷ୍ପତିକୁ ଭୁଲ୍ ବୋଲି କହିଥିଲେ। ଆଉ ବିରକ୍ତି ପ୍ରକାଶ କରି ନବୀନ କହିଥିଲେ ଯେ ହୁ ଆର୍ ୟୁ ? ଅର୍ଥାତ ନିଷ୍ପତ୍ତି ନେବାକୁ ତୁମେ କିଏ? ପ୍ରଭାତଙ୍କ ସହ ପାଳି ଧରି ସଂତୃପ୍ତଙ୍କୁ ବିରୋଧ କରିଥିଲେ ପୁଅ ତଥା କଟକ ଚୌଦ୍ବାର ବିଧାୟକ ସୌଭିକ ବିଶ୍ବାଳ। 

Advertisment

ଏହାପରେ କିଛି ବିଧାୟକ ପ୍ରଭାତଙ୍କୁ ବୁଝାଇ ବାହାରକୁ ନେଇ ଆସିଥିଲେ। କିନ୍ତୁ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ପ୍ରଭାତ କହିଛନ୍ତି ଦଳ ପାଇଁ କାମ କରିନଥିବା ଲୋକକୁ ରାଜ୍ୟ ସଭା ପଠାଯିବା ଯଥାର୍ଥ ହେଲାନାହିଁ। ପାର୍ଟି ଫଣ୍ଡରେ ଥିବା ୪ ହଜାର କୋଟି ଟଙ୍କାକୁ ହେରଫେର କରିବା ପଛର ବ୍ୟକ୍ତିଙ୍କୁ କିପରି ଦିଲ୍ଲୀ ପଠାଯିବ। ବୋଧ ହୁଏ ନବୀନ ବାବୁ ଏକତରଫା ନିଷ୍ପତ୍ତି ନେଇଛନ୍ତି। ଆଜି ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିବି ମୋ ସହ ଆଲୋଚନା ପାଇଁ। ଯଦି ଆଲୋଚନା ନକରନ୍ତି ତେବେ ଦଳ ଠାରୁ ଦୂରେଇ ଯିବି ବୋଲି ଚରମବାଣୀ ଶୁଣାଇଛନ୍ତି ପ୍ରଭାତ।

ଯାହା କେବେ ଦେଖା ଦେଇନଥିଲା ବା ଶୁଣା ଯାଇନଥିଲା ଶେଷରେ ସେୟା ହେଲା। ନବୀନଙ୍କ ଆଗରେ ଦିନେ ମୁହଁ ଖୋଲିବାକୁ ଜୁ ରଖୁନଥିବା ନେତା ଏବେ ଆଖି ଦେଖାଇ, ଆଙ୍ଗୁଳି ଉଠାଇ କଥା କହିଲେଣି। କିନ୍ତୁ ଲୁଚିଛି ନା ଗୋଡ ଦିଟା ଦିଶୁଛି ନ୍ୟାୟରେ ବିଜେଡି କହିଛି ନବୀନ ନିବାସରେ ସେଭଳି କିଛି ଘଟଣା ଘଟିନାହିଁ। ଦଳ ପାଇଁ ଯିଏ କାମ କରୁଛି ସେ ପୁରସ୍କୃତ ନିଶ୍ଚିତ ହେବେ। ଅସୂୟା ଭାବ ରଖି କିଏ କଣ କହିପାରିଥାଏ। କିନ୍ତୁ ବିଶୃଙ୍ଖଳିତ ଆଚରଣକୁ ଶୃଙ୍ଖଳା କମିଟି ନଜର ରଖିଛି ବୋଲି ଦଳ କହିଛି।

Advertisment

୨୦୨୩ରେ କର୍ପୋରେଟ ଜଗତରୁ ଆସି ବିଜେଡି ଜଏନ୍ କରିଥିଲେ ସନ୍ତୃପ୍ତ। ଏହା ପରେ ପରେ ୨୦୨୪ରେ ତାଙ୍କୁ ମିଳିଗଲା କଟକ ଲୋକସଭା ସିଟ୍ ପାଇଁ ଦଳୀୟ ଟିକେଟ୍। ହେଲେ ୫୭ ହଜାର ଭୋଟରେ ନିର୍ବାଚନ ହାରି ଥିଲେ ବି ଏବେ ପୁଣି ଦଳ ଭିତରୁ ପ୍ରବଳ ବିରୋଧ ସତ୍ତ୍ବେ ମିଳିଗଲା ରାଜ୍ୟସଭା ଟିକେଟ୍। ଯାହାକୁ ନେଇ ଘମାସାନ ଦଳୀୟ ରାଜନୀତି। ଏବେ ଦେଖିବାର କଥା ଯେ, ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରୁ କରୁ ନବୀନଙ୍କୁ ଖୋଲା ଚାଲେଞ୍ଜ ଦେବାର ଏ ପର୍ବ ଆଗକୁ ଆଉ କି ମୋଡ ନେଉଛି।

Naveen Pattnaik Odisha Politics Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ