Amar Patnaik Photograph: (OTV)
ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ଏବଂ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ଅମର। କହିଛନ୍ତି ରାଷ୍ଟ୍ର ନିର୍ମାଣ ପାଇଁ ସୁଯୋଗ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ସେ ବିଜେପିରେ ସାମିଲ ହୋଇଛନ୍ତି। ତେବେ ବିଜେପିରେ କଣ ରହିବ ଅମରଙ୍କ ଭୂମିକା ତାକୁ ନେଇ ଏବେ ଚର୍ଚ୍ଚା।....
ଆଜି ଦିନରେ ରାଜ୍ୟ ରାଜନୀତିର ଦୁଇଟି ଚିତ୍ର। ପ୍ରଚାର ପାଇଁ ନୂଆପଡାରେ ପହଞ୍ଚିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଉ ଠିକ୍ ଏହି ସମୟରେ ରାଜଧାନୀରେ ଥିବା ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆସି ପହଞ୍ଚିଥିଲେ ବିଜେଡିର ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ। ପହଞ୍ଚିବା କ୍ଷଣି ଅମରଙ୍କୁ ପାଛୋଟି ନେଇଥିଲେ ବିଜେପି ନେତାଗଣ। ପରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଉ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାରଙ୍କ ଉପସ୍ଥିତିରେ ପଦ୍ମ ଧରିଥିଲେ ଅମର। ଅମର କହିଥିଲେ, ଏହି ମୁହୁର୍ତ୍ତ ମୋ ରାଜନୈତିକ କ୍ୟାରିୟରର ଜୀବନ ବଦଳାଇବା ମୂହୂର୍ତ୍ତ। ମୁଁ ଚିନ୍ତା କଲି ରାଷ୍ଟ୍ର ନିର୍ମାଣ ସୁଯୋଗ ମିଳିବା ଉଚିତ। ତେଣୁ ବିଜେପି ଛଡା ଆଉ କୌଣସି ଦଳର ରାଷ୍ଟ୍ର ନିର୍ମାଣରେ ଭୂମିକା ନାହିଁ, ସେଥିପାଇଁ ବିଜେପିରେ ଯୋଗ ଦେଲି। ରାଜ୍ୟସଭାରେ ବାରମ୍ବାର ପ୍ରଧାନମନ୍ତ୍ରୀଙ୍କ ଭାଷଣ ମୋତେ ପ୍ରଭାବିତ କରିଛି।
ବିଜେପି ମୋତେ ଯେଉଁ କାମରେ ନିୟୋଜିତ କରିବ ମୁଁ ତାକୁ ସମ୍ପାଦନ କରିବି। ଅନ୍ୟପଟେ ଅମରଙ୍କୁ ଦଳରେ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ କହିଥିଲେ, ଅନେକ ନେତା ବିଜେଡିରେ ଅଣନିଶ୍ୱାସୀ ହୋଇଯାଇଥିଲେ। ଆମ ଦଳରେ ସେମାନଙ୍କ ପାଇଁ ଭରପୁର ସୁଯୋଗ ରହିଛି।
୨୦୧୮ ମସିହାରେ ଏଜି ଚାକିରୀ ଛାଡି ବିଜେଡିରେ ଯୋଗ ଦେଇଥିଲେ ଅମର ପଟ୍ଟନାୟକ। ଦଳ ତାଙ୍କୁ ଆଇଟି ସେଲ୍ ମୁଖ୍ୟ ଭାବେ ନିୟୋଜିତ କରିଥିଲା । ପରେ ବିଜେଡିର ମୁଖପାତ୍ର ଦାୟିତ୍ବ ମଧ୍ୟ ତୁଲାଇଥିଲେ। ୨୦୧୯ ମସିହାରେ ରାଜ୍ୟସଭାକୁ ଯାଇଥିଲେ ଅମର। ବିଜେଡି ଅଭିଯୋଗ କରିଛି, ନବୀନଙ୍କ ନୂଆପଡା କାର୍ଯ୍ୟକ୍ରମର ସଫଳତାକୁ ଦେଖି ଚାପ ପ୍ରୟୋଗ କରି ଅମରଙ୍କୁ ବିଜେପିରେ ସାମିଲ କରାଯାଇଛି। ଅମର ପ୍ରତିଦିନ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରୁଥିଲେ, ହଠାତ୍ କାହିଁକି ପରିବର୍ତ୍ତନ ହୋଇଗଲେ।
ଏବେ ଚର୍ଚ୍ଚା ବିଜେପିରେ କଣ ହେବ ଅମରଙ୍କ ଭୂମିକା ? ରାଷ୍ଟ୍ର ନିର୍ମାଣ ପାଇଁ ବିଜେପିକୁ ବାଛିଥିବା ଅମର କହୁଥିବାରୁ ତାଙ୍କୁ କଣ ମିଳିବ ଦାୟିତ୍ବ। କୁହାଯାଉଛି ଅମର ବିଜେପି ପାଇଁ ଆସେଟ୍ ହେବେ ବୋଲି ଦିଲ୍ଲୀର ବିଶ୍ବାସ ରହିଛି। ଅମର ବିଜେଡିରେ ସୋସିଆଲ୍ ମିଡିଆ ମାଧ୍ୟମରେ ଜନମତକୁ ପ୍ରଭାବିତ କରୁଥିଲେ । ନିର୍ବାଚନରେ ବିଜେଡିର କ୍ୟାମ୍ପେନିଂ ଷ୍ଟ୍ରାଟେଜି ବନାଉଥିଲେ । ୨୦୧୯ ମସିହା ନିର୍ବାଚନରେ ଦଳର ସୋସିଆଲ୍ ମିଡିଆ ଭାର ସମ୍ଭାଳିବା ସହିତ ନିର୍ବାଚନୀ ସ୍ଲୋଗାନ୍ ମଧ୍ୟ ବନାଉଥିଲେ ।
ଅମର ଦଳ ଛାଡ଼ିବା ପରେ ଜଣେ ଉଚ୍ଚଶିକ୍ଷିତ, ଦକ୍ଷ ଓ ଅଭିଜ୍ଞ ରାଜନେତାଙ୍କୁ ହରାଇଲା ବିଜେଡି । ଅମରଙ୍କ ପାଖରେ ପୂର୍ବ ସରକାରର ଆର୍ଥିକ ଅନିୟମିତତା ଗୁମର ଥିବା କୁହାଯାଉଛି । ଏଣୁ ତାଙ୍କ ଜରିଆରେ ପୂର୍ବ ବିଜେଡି ସରକାର ସମୟରେ ହୋଇଥିବା ଘୋଟାଲାର ପର୍ଦ୍ଦାଫାସ କରିପାରେ ବିଜେପି । ବିଜେଡି ସାଂସଦ ମାନଙ୍କ ପାଇଁ ଗବେଷଣା ଆଉ ତଥ୍ୟ ଯୋଗାଡ ଦାୟିତ୍ୱ ଥିଲା ଅମରଙ୍କର, ତେଣୁ ତାର ବି ଫାଇଦା ପାଇପାରେ ଦଳ।...
ପୁଣି ଆଟାକ୍ କଲେ ଶ୍ରୀମୟୀ
କିଏ ବୁଡ଼ାଉଛି ‘ଟାଇଟାନିକ୍’?। ବିଜେଡିକୁ ‘ଟାଇଟାନିକ୍’ ସହ ତୁଳନା କରି ପୁଣି ମାଡ଼ ମାରିଛନ୍ତି ଶ୍ରୀମୟୀ ମିଶ୍ର। ବହୁଚର୍ଚ୍ଚିତ ‘ଟାଇଟନିକ୍’ ଜାହାଜ ଯେମିତି ବୁଡ଼ିଥିଲା ସେମିତି ବିଜେଡିକୁ ବୁଡ଼ାଇବାକୁ ବିଶ୍ବସ୍ତରୀୟ ଯୋଜନା ହେଉଛି। ଶକ୍ତି ନାନୀ କହି ପାଣ୍ଡିଆନଙ୍କ ପତ୍ନୀ ସୁଜାତାଙ୍କୁ ଇସାରା ଦେଇ ଫେସବୁକରେ ପୋଷ୍ଟ କରି ସେ ଲେଖିଛନ୍ତି। ବିଜେଡିରେ ଶକ୍ତି ନାନୀଙ୍କୁ ଏଣ୍ଟ୍ରି ଦେଇ ଉତ୍ତରାଧିକାରୀ ହାଇଜାକ୍ ପ୍ଲାନ ହେଉଛି। ପୂର୍ବରୁ ବିଜେଡି, ନବୀନ, ପାଣ୍ଡିଆନଙ୍କୁ କଡ଼ା କଥା କହିଥିବା ଶ୍ରୀମୟୀ ଏଥର ପାଣ୍ଡିଆନଙ୍କ ପତ୍ନୀଙ୍କୁ କଡ଼ା ସମାଲୋଚନା କରିଛନ୍ତି।
କୁଆଡ଼େ ସୁଜାତା ବିଜେଡି ଉତ୍ତରାଧିକାରୀ ମୁକୁଟ ପିନ୍ଧିବା ପାଇଁ ଯୋଜନା ଚାଲିଛି। ଏଥିପାଇଁ ନୂଆପଡ଼ାରେ ଡେରା ପକାଇଥିବା କିଛି ହାତ ଗଣତି ଚାଟୁକାର ଉତ୍ସାହିତ ଅଛନ୍ତି। ଖାଲି ଏତିକି ନୁହେଁ ପାଣ୍ଡିଆନଙ୍କ ନାଁ ନନେଇ ସେ ଲେଖିଛନ୍ତି କି, ରାଜ୍ୟବାସୀ ତାମିଲ ପୁଅକୁ ପ୍ରତ୍ୟାଖାନ କଲେ, ତାଙ୍କ ସ୍ତ୍ରୀଙ୍କୁ କେତେ ଆଦର କରିବେ। ନୂଆପଡ଼ାରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ନାଁ ନନେଇ ସେ ଲେଖିଛନ୍ତି କି, ଯେମିତି ନୂଆପଡ଼ାରେ ମାମୁଘର ମିଳୁନି... ସେମିତି କେନ୍ଦ୍ରାପଡ଼ାରେ ବାପା ଘର ଖୋଜିବାକୁ ଡ୍ରାମା ହେବ। କାରଣ ଯିଏ, ଝାଡ଼ଖଣ୍ଡ ଜାମସେଦପୁର ପାଣି ପବନରେ ବଢ଼ିଛି, ସେ ଓଡ଼ିଆଙ୍କ ସ୍ପନ୍ଦନ କଥା ବୁଝିବ କେମିତି?
ନିର୍ବାଚନ କମିଶନ ଯାହାଙ୍କ ‘ଶକ୍ତି’ରେ ବେଡ଼ି ପକାଇଥିଲେ, ସେ ଏବେ କୁଆଡ଼େ ନୂଆ ପରିଚୟ ଅପେକ୍ଷାରେ। ବିଜେଡି କର୍ମୀଙ୍କୁ ପ୍ରଶ୍ନ କରିଛନ୍ତି କି, ସେମାନେ ଅଣଓଡ଼ିଆ ଦମ୍ପତିଙ୍କ ନିର୍ଦ୍ଦେଶରେ ପରିଚାଳିତ ହେବେ ତ? ନୂଆପଡ଼ା ନିର୍ବାଚନ ପାଇଁ ନବୀନ ଆଜି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି, ତା ପୂର୍ବରୁ ଶ୍ରୀମୟୀଙ୍କ ଏହି ଲେଖ। ଅନେକ ଚର୍ଚ୍ଚା ବଢ଼ାଇଛି।......
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/03/amar-patnaik-2025-11-03-19-49-08.jpg)