Advertisment

ଭୋକିଲାଙ୍କ ପାଇଁ ସାହା ବିକାଶ

ବ୍ରହ୍ମପୁର: ହୃଦୟ ତ ଆମ ସମସ୍ତଙ୍କ ପାଖରେ ଅଛି, ହେଲେ ବିଶାଳ ହୃଦୟ ବାସ୍‌ ମାତ୍ର ଅଳ୍ପ ଜଣଙ୍କ ପାଖରେ ଥାଏ। ଲକଡାଉନ୍‌ ସମୟରେ ଅନେକ ଖାଦ୍ୟ ପାଉନାହାନ୍ତି। କିଏ କେତେବେଳେ ଗଣ୍ଡାଏ ଖାଇବାକଉ ଦେବ ତାହାକୁ ଅନାଇ ରହିଛନ୍ତି। ଆଉ…

ଭୋକିଲାଙ୍କ ପାଇଁ ସାହା ବିକାଶ

Biki

Advertisment

ବ୍ରହ୍ମପୁର: ହୃଦୟ ତ ଆମ ସମସ୍ତଙ୍କ ପାଖରେ ଅଛି, ହେଲେ ବିଶାଳ ହୃଦୟ ବାସ୍‌ ମାତ୍ର ଅଳ୍ପ ଜଣଙ୍କ ପାଖରେ ଥାଏ। ଲକଡାଉନ୍‌ ସମୟରେ ଅନେକ ଖାଦ୍ୟ ପାଉନାହାନ୍ତି। କିଏ କେତେବେଳେ ଗଣ୍ଡାଏ ଖାଇବାକଉ ଦେବ ତାହାକୁ ଅନାଇ ରହିଛନ୍ତି। ଆଉ ଏତିକି ବେଳେ ଭୋକିଲାଙ୍କ ଦେବଦୂତ ସାଜିଛନ୍ତି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବାସିନ୍ଦା ବିକାଶ ପଶୁପାଳକ ଓରଫ୍‌ ବିକି। ଏ ଏମିତିକା ଜଣେ ବ୍ୟକ୍ତି ଯିଏ କି ଲୋକଙ୍କ କଷ୍ଟକୁ ଦେଖିପାରନ୍ତି ନାହିଁ। ସମାଜ ସେବାକୁ ନିଜର ବ୍ରତ ବୋଲି ଭାବିନେଇଛନ୍ତି। ଯଦି କିଏ ଭୋକିଲା  ହେବାର ଖବର ପାଆନ୍ତି ତେବେ କେମିତି ତାଙ୍କୁ ସାହାଯ୍ୟ କରିବେ ସେନେଇ ଅନେକ ଉଦ୍ୟମ କରନ୍ତି ଓ ସଫଳ ମଧ୍ୟ ହୁଅନ୍ତି। କେବଳ ନିଜ ଜିଲ୍ଲା ନୁହେଁ ବରଂ ସାରା ରାଜ୍ୟରେ ଅନେକ ଜିଲ୍ଲାରେ ବୁଲି ବୁଲି ଲୋକଙ୍କୁ ସାହାଯ୍ୟ କରୁଛନ୍ତି ବିକାଶ। କେବଳ ଭୋକିଲା ନୁହେଁ ବରଂ ଅନାଥ ପିଲାମାନଙ୍କୁ ମଧ୍ୟ କରୁଛନ୍ତି ସାହାଯ୍ୟ। ସତରେ ଏପରି ଜଣେ ହୃଦୟମାନ ମଣିଷ ରହିଲେ ହୁଏତ ଆଗାମୀ ଦିନରେ ଭୋକିଲାଙ୍କ ସଂଖ୍ୟାରେ ହ୍ରାସ ହେବ ବୋଲି ଆମର ଆଶା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ