Advertisment

Explosive Angle in Pitabas Murder Case: ଆଇନଜୀବୀ ପୀତବାସ ମର୍ଡର ମାମଲାରେ ବଡ଼ ଟ୍ବିଷ୍ଟ, ଜଣେ ମହିଳାଙ୍କ ସହ ବିକ୍ରମ ପଣ୍ଡାଙ୍କ ଆପତ୍ତିଜନକ ଫଟୋକୁ ନେଇ ଚର୍ଚ୍ଚା

ରାଜ୍ୟର ବହୁଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବଡ଼ ଟ୍ବିଷ୍ଟ। ମର୍ଡର୍ ପଛରେ ଜଣେ ମହିଳାଙ୍କ ସହ ଗିରଫ ପୂର୍ବତନ MLA ବିକ୍ରମ ପଣ୍ଡାଙ୍କ ଆପତ୍ତିଜନକ ଫଟୋର ଲିଙ୍କକୁ ନେଇ ବଢ଼ିଛି ବଡ଼ ଆଶଙ୍କା।

PITABAS-PANDA

PITABAS-PANDA Photograph: (OTV)

Advertisment

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ଗୁମର ଖୋଲିଛି କି ପଇତା ଚାବି ? ଯେଉଁ ଚାବିରେ ଖୋଲିଥିଲା ପୀତବାସଙ୍କ ଆଲମିରାର ଏକ ସିକ୍ରେଟ୍ ଚାମ୍ବର, ସେହି ସିକ୍ରେଟ୍ ଚାମ୍ବରରୁ ଜବତ ମହିଳାଙ୍କ ସହ ଥିବା ଆପତ୍ତିଜନକ ଫଟୋ ଏବଂ ପେନଡ୍ରାଇଭରେ ଲୁଚି ରହିଛି କି ମର୍ଡର ପଛର ପ୍ରମାଣ ? ନିଜ ଘର ପାଖରେ ପଏଣ୍ଟ ବ୍ଲାଙ୍କରେ ପୀତବାସଙ୍କୁ ଗୁଳି କରି ହତ୍ୟାର ଠିକ୍ ୪ ମାସ ପରେ ଏବେ ଆସିଛି ସାଂଘାତିକ ଟ୍ବିଷ୍ଟ।

Advertisment

ପୂର୍ବତନ ବିଜେଡି ବିଧାୟକ ବିକ୍ରମ ପଣ୍ଡାଙ୍କ ଓକିଲ ଦୀପକ ପଟ୍ଟନାୟକଙ୍କ ଆଜିର ବୟାନ ପରେ ବ୍ରହ୍ମପୁର ସହ ସାରା ଗଞ୍ଜାମରେ ଖେଳିଯାଇଛି ଚାଞ୍ଚଲ୍ୟ। ହଲଚଲ୍ ପଲିଟିକାଲ୍ ମୈଦାନ। ଓକିଲ ଦୀପକ ପଟ୍ଟନାୟକ କହିଛନ୍ତି, ଚାର୍ଜସିଟରେ ପୋଲିସ ଦର୍ଶାଇଛି, ପୀତବାସଙ୍କ ପଇତା ଚାବିରୁ ଖୋଲାଯାଇଥିଲା ତାଙ୍କର ଏକ ସିକ୍ରେଟ୍ ଚାମ୍ବର। ଯେଉଁଠି ମିଳିଥିଲା ଜଣେ ମହିଳାଙ୍କ ସହ ବିକ୍ରମଙ୍କ ଆପତ୍ତିଜନକ ଫଟୋ ଏବଂ ପେନଡ୍ରାଇଭ୍।

ଏ ସଂପର୍କରେ ଚାର୍ଜସିଟରେ ପୋଲିସ ଉଲ୍ଲେଖ କରିଛି ସତ, କିନ୍ତୁ କୋର୍ଟରେ ଦାଖଲ ସିଜର୍ ଲିଷ୍ଟରେ ଦର୍ଶାଇନି। ତେଣୁ ଏହାର କପି ପାଇବା ପାଇଁ କୋର୍ଟରେ ଆବେଦନ କରିବା ସହ ଫଟୋର ସତ୍ୟାସତ୍ୟକୁ ନେଇ ବିକ୍ରମଙ୍କ ଓକିଲ ପ୍ରଶ୍ନ ଉଠାଇଛନ୍ତି। 

Advertisment

ପୀତବାସଙ୍କ ପଇତା ଚାବିରେ ସିକ୍ରେଟ୍ ଚାମ୍ବରରୁ ମିଳିଛି ଫଟୋ  

ଅକଟୋବର ୬, ୨୦୨୫। ରାତି ପ୍ରାୟ ୧୦ଟା। ବ୍ରହ୍ମପୁର ବୈକୁଣ୍ଠନଗର ସ୍ଥିତ ଘର ଠାରୁ ମାତ୍ର କିଛି ଦୂରରେ ଗୁଳି କରି ପୀତବାସଙ୍କୁ ହତ୍ୟା କରିଥିଲେ କୁରୁପତି ଭୂୟାଁ ଏବଂ ଚିଣ୍ଟୁ ପ୍ରଧାନ। ଏହାର ଠିକ୍ ୩ ସପ୍ତାହ ଭିତରେ ଅର୍ଥାତ ଅକଟୋବର ୨୫ରେ ରେକର୍ଡ କରାଯାଇଥିଲା ପତ୍ନୀ ସୁସ୍ମିତା ପଣ୍ଡାଙ୍କ ବୟାନ।

ଯେଉଁଥିରେ ତାଙ୍କ ଉପସ୍ଥିତିରେ ପୀତବାସଙ୍କ ପଇତା ଲଗା ଚାବିରେ ଆଲମିରାର ଏକ ସିକ୍ରେଟ୍ ଚାମ୍ବର ଖୋଲାଯିବା, ତଲାସୀବେଳେ ଗୋଟିଏ ବଡ଼ ଲଫାଫାରୁ ଏକ ପେନଡ୍ରାଇଭ୍ ମିଳିବା, ବିକ୍ରମ ପଣ୍ଡାଙ୍କ ସହ ବେଡରେ ଜଣେ ମହିଳାଙ୍କ ହାତ ଧରାଧରି ହୋଇ ଶୋଇଥିବା ଏବଂ ପାଖରେ ଏକ ମଦଗ୍ଲାସ୍ ଥିବାର ୪ଟି କଲର୍ ଫଟୋ ଠାବ ହେବା ସଂପର୍କରେ ନିଜେ ପୋଲିସ ଉପସ୍ଥିତିରେ ସାକ୍ଷୀ ସାଜି ବୟାନ ଦେଇଥିବା କଥା ଦର୍ଶାଇଛନ୍ତି ସୁସ୍ମିତା।

Advertisment

ଏହି ୪ଟି ଫଟୋ ଜବତ ପେନଡ୍ରାଇଭରେ ବି ରହିଥିବା ସୁସ୍ମିତା ଷ୍ଟେଟମେଣ୍ଟରେ ଉଲ୍ଲେଖ କରିଛନ୍ତି। ତେଣୁ ପୀତବାସଙ୍କ ଭାଇ ପୂର୍ଣ୍ଣଚନ୍ଦ୍ରଙ୍କ ଆଶଙ୍କା, ଅନ୍ୟାନ୍ୟ କାରଣ ସହ ଏହି କାରଣ ପାଇଁ ବି ତାଙ୍କ ଭାଇଙ୍କୁ ହତ୍ୟା କରାଯାଇଛି।  

ଜାନୁୟାରୀ ୪, ରବିବାର। ୨ଟି ଟ୍ରଙ୍କରେ ଆଣି କୋର୍ଟରେ ୩୦ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା ପୋଲିସ। 
ତେବେ ପୋଲିସର ଚାର୍ଜସିଟ୍ ତଥ୍ୟ ସହ ପୀତବାସଙ୍କ ଭାଇଙ୍କ ଆଶଙ୍କା ଯଦି ସତ, ତାହେଲେ କ’ଣ ସବୁ ରହସ୍ୟ ଲୁଚିରହିଛି ଏହି ଫଟୋ ଏବଂ ପେନଡ୍ରାଇଭରେ ? ଏହି ଫଟୋକୁ ଧରି ବିକ୍ରମଙ୍କୁ ବ୍ଲାକମେଲ୍ କରିଆସୁଥିଲେ କି ପୀତବାସ ?

ବିକ୍ରମଙ୍କ ସହ ଫଟୋରେ ଥିବା ମହିଳା କିଏ ? ଆପତ୍ତିଜନକ ଏହି ଫଟୋକୁ କିଏ ଉଠାଇଥିଲା ? କେମିତି ଏହି ଫଟୋ ପୀତବାସଙ୍କ ହାତରେ ଲାଗିଲା ? ପୋଲିସ କାହିଁକି ଏହି ଫଟୋ କିମ୍ବା ପେନଡ୍ରାଇଭ ସଂପର୍କରେ କୋର୍ଟରେ ତଥ୍ୟ ଦାଖଲ କରିନି ? ଏବେ ଏଭଳି ନାନା ପ୍ରଶ୍ନ ଉଠୁଛି।      

Berhampur Pitabas Panda Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ