BHARAT-BANDH Photograph: (OTV)
ବନ୍ଦ...ବନ୍ଦ...ବନ୍ଦ
ଭୁବନେଶ୍ବରରେ ଫସିଲା ବର
ଧର୍ମଘଟ ବେଳେ ବାଲେଶ୍ବର ମଲରେ ହଙ୍ଗାମା
ଲମତାପୁଟରେ ବନ୍ଦ କଲେ ତାଲିମ ଶିବିର
ନୀଳଗିରିରେ ହଟହଟା ହେଲେ ପର୍ଯ୍ୟଟକ
ଟ୍ରେଡ୍ ୟୁନିୟନର ୧୨ ଘଣ୍ଟିଆ ଭାରତ ବନ୍ଦ ବେଳେ ରାଜ୍ୟବ୍ୟାପୀ ଏମିତି ପ୍ରଭାବିତ ହୋଇଥିଲା ସାଧାରଣ ଜୀବନଯାତ୍ରା। ସକାଳୁ ସକାଳୁ ଠପ୍ ହୋଇଗଲା ଅଖ-ଚକ। ପ୍ରଭାବିତ ହୋଇଥିଲା ଗମନାଗମନ। ପିକେଟିଂ କରି ରାଜରାସ୍ତାକୁ ଓହ୍ଲାଇଥିଲେ ଶ୍ରମିକ ସଂଗଠନ ନେତା ଓ କର୍ମୀ। କେଉଁଠି ଟ୍ରେନକୁ ଅଟକାଇଥିଲେ ତ କେଉଁଠି ବସ୍। ଅବରୋଧ କରିଥିଲେ ଏନଏଚ୍।
ଭୁବନେଶ୍ବରରୁ ସମ୍ବଲପୁର, କଟକରୁ କଳାହାଣ୍ଡି, ପୁଣି ବାଲେଶ୍ବରରୁ ବ୍ରହ୍ମପୁର। ସାରା ରାଜ୍ୟରେ ଭିନ୍ନ ଭିନ୍ନ ଢଙ୍ଗରେ ବନ୍ଦ ପାଳନ କରାଯାଇଛି। ବାଲେଶ୍ବରରେ ବନ୍ଦ ଡାକରା ସତ୍ତ୍ବେ ସପିଂ ମଲ ଖୋଲିଥିବାରୁ ତାତିଥିଲେ ଆନ୍ଦୋଳନକାରୀ। ଭିତରେ ପଶି ପ୍ରବଳ ହଙ୍ଗାମା କରିଥିଲେ।
ଏପଟେ ବନ୍ଦ ବେଳେ ଭୁବନେଶ୍ବରରେ ଫସିଲା ବର। ବାଲେଶ୍ବରରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ବରଯାତ୍ରୀ ଗାଡ଼ିକୁ ଜୟଦେବ ବିହାର ଛକରେ ବିକ୍ଷୋଭକାରୀ ଅଟକାଇଥିଲେ। ବର ରାସ୍ତାରେ ଚାଲି ଚାଲି ଛାଡ଼ିଦେବାକୁ ଆନ୍ଦୋଳନକାରୀଙ୍କୁ ଗୁହାରି କରିଥିଲେ। ...
ସେଣ୍ଟର ଛାଡ଼ି ପଳାଇଥିଲେ ଶିକ୍ଷକ ଶିକ୍ଷୟିତ୍ରୀ
ରାଜରାସ୍ତାରେ ପଥଚାରୀଙ୍କୁ ଅଟକାଇବା ସହ ବିଭିନ୍ନ ସ୍ଥାନରେ ବହୁ ଅନୁଷ୍ଠାନକୁ ବି ବନ୍ଦ କରିଥିଲେ ବିକ୍ଷୋଭକାରୀ। କୋରାପୁଟ ଲମତାପୁଟରେ ନୂତନ ପାଠ୍ୟ ପୁସ୍ତକ ସମ୍ପର୍କିତ ତାଲିମ ଶିବିରକୁ ଅଧାରୁ ବନ୍ଦ କରିଥିଲେ। ଅପ୍ରୀତିକର ପରିସ୍ଥିତି ପୂର୍ବରୁ ସେଣ୍ଟର ଛାଡ଼ି ପଳାଇଥିଲେ ଶିକ୍ଷକ ଶିକ୍ଷୟିତ୍ରୀ। ସେହିପରି ସ୍କୁଲ ଓ ସରକାରୀ ଅଫିସ ବି ବନ୍ଦ କରିଥିଲେ ଆନ୍ଦୋଳନକାରୀ। ହନ୍ତସନ୍ତ ହୋଇଥିଲେ ପର୍ଯ୍ୟଟକ। ବାଲେଶ୍ବର ପଞ୍ଚଲିଙ୍ଗେଶ୍ୱର ବୁଲିବାକୁ ଆସି ଫସିଥିଲେ ଶତାଧିକ ପର୍ଯ୍ୟଟକ।...
ରାଜପଥ ଅବରୋଧ କରିବାକୁ ମାଲ ପରିବହନ ଏକପ୍ରକାର ଠପ୍ ହୋଇଥିଲା। ବିଭିନ୍ନ ସ୍ଥାନରେ ଅଟକି ରହିଥିଲା ଶତାଧିକ ଟ୍ରକ। ଆନ୍ଦୋଳନକାରୀ ଟ୍ରେନ୍ ଅଟକାଇବାରୁ ଜୀବନଯାତ୍ରା ପ୍ରଭାବିତ ହୋଇଥିଲା।
ଭୁବନେଶ୍ବର ବରମୁଣ୍ଡା, କଟକ ନେତାଜୀ ବସ୍ ଟର୍ମିନାଲ୍ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଗଡ଼ିନଥିଲା ବସ୍। କିଏ ମେଡିକାଲ୍ ତ କେହି ଅନ୍ୟ କୌଣସି ଜରୁରୀ କାମରେ ଆସି ବସଷ୍ଟାଣ୍ଡରେ ଅନାଇ ଦିନ କାଟିଥିଲେ। ସେହିପରି ଲୋକସେବା ଭବନକୁ ଆଜି ସକାଳ ସାଢ଼େ ୯ଟା ସୁଦ୍ଧା ଆସିଥିଲେ ଅଧିକାରୀ ଓ କର୍ମଚାରୀ। ...
ଟ୍ରେଡ ୟୁନିୟନର ଡାକରାରେ ରାଜ୍ୟବ୍ୟାପୀ ଜନଜୀବନ କିଛି ମାତ୍ରାରେ ପ୍ରଭାବିତ ହୋଇଥିଲେ ବି କେଉଁଠି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ। ...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/12/bharat-bandh-2026-02-12-19-45-43.jpg)