Advertisment

Abhijit Majumdar Passes Away: ଆଉ ଶୁଭିବନି ଦୁଷ୍ଟାମୀର ଗୀତ, ଶେଷ ନିଦ୍ରାରେ ଶୋଇଗଲେ ଅଭିଜିତ୍

ଯାହାଙ୍କୁ ପୂରା ଓଡ଼ିଶା ଭଲପାଏ... ଯିଏ ପେଣ୍ଡାଲକୁ ଚଢିଲେ ମଞ୍ଚ ତଳେ ଦର୍ଶକ ନାଚି ଉଠନ୍ତି l ତାଙ୍କ କଞ୍ଚା ହଳଦୀ ଗୀତ ଯୁବପିଢିଙ୍କୁ ବାଇଆ କରେ l ସେ ଆଜି ଆମ ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲିଯାଇଛନ୍ତି ।

Abhijit Mujimdar Death

Abhijit Mujimdar Death Photograph: (OTV)

Advertisment

ଆଉ ଶୁଭିବନି ଦୁଷ୍ଟାମୀର ଗୀତ । ଆଉ ଏମିତି ସଂଗୀତ ଷ୍ଟୁଡିଓରେ ମସ୍ତି କରିବେନି ଅଭିଜିତ୍ । ଥଟ୍ଟା ମଜାରେ ଉଚ୍ଛୁଳୁଥିବା ସେ ରେକର୍ଡିଂ ରୁମରୁ ଆଉ ଦାଦାଙ୍କ ସ୍ବର ଶୁଭିବନି । ଅଭିଜିତ... ସେ ଜିତ୍... ତାଙ୍କଠୁ ହାର୍ ବହତ ଦୂରରେ । ଜିତିବା ପାଇଁ ଜନ୍ମ ନେଇଥିବା ଏ ମଣିଷ ଏବେ ସବୁଦିନ ପାଇଁ ଶେଷରେ ହାରିଯାଇଛନ୍ତି ।

Advertisment

ଯାହାଙ୍କୁ ପୂରା ଓଡ଼ିଶା ଭଲପାଏ... ଯିଏ ପେଣ୍ଡାଲକୁ ଚଢିଲେ ମଞ୍ଚ ତଳେ ଦର୍ଶକ ନାଚି ଉଠନ୍ତି l ତାଙ୍କ କଞ୍ଚା ହଳଦୀ ଗୀତ ଯୁବପିଢିଙ୍କୁ ବାଇଆ କରେ l ସେ ଆଜି ଆମ ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲିଯାଇଛନ୍ତି । 

ଦିନ ଥିଲା ଆମ ଅଭିଜିତ ଦାଦାଙ୍କ ସଂଗୀତ କ୍ୟାରିୟର ଏତେ ସହଜ ନଥିଲା । ସେ କଲେଜରେ ପାଠ ପଢିବା ବେଳେ ଗୀତ ତାଙ୍କୁ ପାଗଳ ସଜାଇଦେଇଥିଲା l ସେଥିପାଇଁ ସମ୍ବଲପୁରରୁ ସିଧା ଚାଲିଆସିଥିଲେ କଟକକୁ । ଆଉ କଟକରୁ ହିଁ ଆରମ୍ଭ ହୋଇଥିଲା ତାଙ୍କ ସଫଳତାର ଯାତ୍ରା । ପ୍ରଥମେ କିଛି ଆଲବମ ଏବଂ ଭଜନ କରିବାର ସୁଯୋଗ ପାଇଥିଲେ ଅଭିଜିତ୍ l ତାଙ୍କ ପାଖରେ ଏତେ ଟଙ୍କା ବି ନଥିଲା । ସାଇକେଲରେ ଯାଇ ଗୀତକୁ ନେଇ କ୍ୟାରିୟର କରିବାର ସ୍ବପ୍ନ ଦେଖୁଥିଲେ l

Advertisment

‘ଅଜଣା ବାଟେ ଅଜଣା ଘାଟେ ଝିଅଟିଏ ଦେଖିଲି’ ଏହି ଆଲବମ ଗୀତ ତାଙ୍କୁ ପ୍ରଥମେ କିଛିଟା ପରିଚିତ କରାଇଥିଲା I ପରେ ମା’ ତାରିଣୀଙ୍କ ଭଜନ ନଡ଼ିଆରେ ଲାଗିଥାଉ କତା ଲୋ ଗଜମୁକୁତା ଗୀତ ପ୍ରତ୍ୟେକ ଲୋକଙ୍କ ନିକଟରେ ଅଭିଜିତଙ୍କୁ ପହଞ୍ଚାଇଥିଲା l ଆଉ ତା’ ପରଠାରୁ କେବେ ପଛକୁ ବୁଲି ଚାହିଁ ନାହାନ୍ତି ଦାଦା । 
ତରଙ୍ଗ ଓ ସାର୍ଥକ ବ୍ୟାନରେ ରହିଛି ତାଙ୍କର ଗଦା ଗଦା ସୁପର ହିଟ୍ ଗୀତ ।

ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ହେଉ କି ଆଲବମ୍ ଜଗତ ସବୁଥିରେ ସେ ସୁନ୍ଦର ସୁନ୍ଦର ହିଟ୍ ଗୀତ ଦେଇ ଆସିଛନ୍ତି । ଗୀତ ଗାଇ ସେ ଯେତିକି ଫେମସ୍ ହୋଇଛନ୍ତି । ତା’ ଠାରୁ ତାଙ୍କର ସଂଗୀତ ନିର୍ଦ୍ଦେଶନା ଶୈଳୀ ଅଭିଜିତଙ୍କୁ ଆହୁରି ଲୋକଙ୍କ ନିକଟରେ ପହଞ୍ଚାଇଛି ।  ୫୦ ଟଙ୍କା ପାରିଶ୍ରମିକରୁ କ୍ୟାରିୟର ଆରମ୍ଭ କରିଥିବା ଅଭିଜିତ୍ ଆଜି ସାଢ଼େ ୪ କୋଟି ଓଡ଼ିଆଙ୍କ ହୃଦୟରେ ରାଜ୍ କରୁଛନ୍ତି । ଗୀତକୁ ଭଲପାଉଥିବା ମଣିଷଟାକୁ ପୂରା ଓଡ଼ିଶା ଭଲ ପାଉଛି ।

Advertisment

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭାବପୂର୍ଣ୍ଣ ଭଜନ ‘ମାନନୀୟ ଜଗନ୍ନାଥ ଆହେ ମାନ୍ୟବର ମଞ୍ଜୁର କର ହେ ଛୁଟି ଦରଖାସ୍ତ ମୋର’ ଏହି ଗୀତଟି ଯାହା କଣ୍ଠୁରୁ ଦିନେ ଝରିଯାଇଥିଲା । ଯାହାକୁ ଲୋକେ ଖୁବ୍ ପସନ୍ଦ କରିଥିଲେ । ଖାଲି ଏତିକି ନୁହେଁ, ସେ ଓଡ଼ିଆ ଚଳଚ୍ଚିତ୍ର, ଆଲବମ୍ ଏବଂ ସମ୍ବଲପୁରୀ ଇଣ୍ଡଷ୍ଟ୍ରି ପାଇଁ ୭୦୦ରୁ ଅଧିକ ଗୀତ ତିଆରି କରିଛନ୍ତି । ତରଙ୍ଗ ଟିଭିରେ ମେଲୋଡି ନାଇଟ୍‌ସ୍ ଉଇଥ୍ ଅଭିଜିତ୍ ମଜୁମଦାର, ଲକ୍‌ଡାଉନ୍ ଅନ୍ତାକ୍ଷରୀ, ବ୍ୟାଣ୍ଡ୍ ବାଜା ବାରାତ୍ ଉଇଥ୍ ଅଭିଜିତ ମଜୁମଦାର ଭଳି କାର୍ଯ୍ୟକ୍ରମର ଉପସ୍ଥାପନା କରିଛନ୍ତି । ତାଙ୍କର ପ୍ରତିଟି ଗୀତ ଯୁବପିଢ଼ିଙ୍କୁ ଝୁମାଇଛି । 

Passes Away Music Odia Singer Abhijit Majumdar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ